ସତରେ ଈଶ୍ବରଙ୍କ ଲୀଳା ଚମତ୍କାର , ତାହାକୁ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଈଶ୍ବର କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି । ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ । ଦୁନିଆରେ ଏମିତି ଅନେକ ପିଲାମାନେ ଜନ୍ମ ନେଇଥାନ୍ତି ଯେଉଂମାନେ କି ଜନ୍ମରୁ ହିଁ ବିକଳାଙ୍ଗ ହୋଇଥାନ୍ତି କିନ୍ତୁ ଆଉ କିଛି ପିଲାମାନେ ରହିଛନ୍ତି ଯେଉଁମାନେ ଜନ୍ମପରେ କିଛି ରୋଗ କାରଣରୁ ବିକଳାଙ୍ଗ ହୋଇଯାଇଥାନ୍ତି ।
ଅନେକ ସମୟରେ ପିଲା ଜନ୍ମ ହୋଇ ସରିଲା ପରେ , ପିଲାର ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥାଏ , ଯାହା ପାଇଁ ପିଲା ଟି ଶରୀର ବିକଳାଙ୍ଗ ଭଳି ହୋଇ ଯାଏ । ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣି ଘଟଣାଟି କଣ ।
ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ର ହାଟଡ଼ିବି ବ୍ଲକ ପଢିଆରି ପଲ୍ଲୀ ଗ୍ରାମ ଏମତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମରେ ବାସ କରୁଥିବା ରମାକାନ୍ତ୍ ପାତ୍ର । ତାଙ୍କର ଏକ ଦେଢ଼ ବର୍ଷ ର ଶିଶୁ ପୁତ୍ର ରହିଛି।ତେବେ ଏହି ଛୁଆଟି ଜନ୍ମ ସମୟରେ ସୁସ୍ଥ ଓ ସୁରକ୍ଷିତ ରହି ଥିଲା,କିନ୍ତୁ ବୟସ ବଢିବା ସହ ପିଲାଟି ଶରୀରରେ ଏକ ମାରାତ୍ମକ ରୋଗ ଦେଖାଦେଇଥିଲା। ଯାହା ପାଇଁ ପିଲାଟିର ମୁଣ୍ଡ ଅସ୍ଵାଭାବିକ ଭାବେ ବଢ଼ି ଚାଲିଛି
ଯାହା ପାଇଁ ପିଲାଟିର ଗୋଡ଼ ଓ ହାତ ପତଳା ହୋଇ ଯାଇଛି। ଲୋକଟି ଗରିବ ହୋଇଥିବାରୁ , ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପିଲାଟିର ଚିକିତ୍ସା କରିପାରୁ ନାହାନ୍ତି। ସେମାନେ ସରକାରଙ୍କୁ ବିନତି କରି ସେହି ଶିଶୁ ପୁତ୍ର କୁ ଚିକିତ୍ସା ପାଇଁ ସାହାଯ୍ୟ କରିବା ପାଇଁ କହୁଛନ୍ତି।
ତେବେ ଗରିବ ଲୋକ ହୋଇ ଥିବାରୁ ପିଲାଟିର କଷ୍ଟ ଦେଖିବାକୁ ବାଧ୍ୟ ହେଉଛନ୍ତି ଏହି ଗରିବ ଓ ଅସହାୟ ବାପା ମା ଦୁଇ ଜଣ। ଏହା ଦେଖି ଜୟ ଦୁର୍ଗା ଫଉଣ୍ଡେସନର ସଦସ୍ୟ ମାନେ ଆସି ଶୁଭମକୁ ନେଇ ଡାକ୍ତରଙ୍କ ପାଖକୁ ନେଇ ଥିଲେ । ଡାକ୍ତର ଚିକିତ୍ସା ପରେ କହିଲେ କି ପିଲାଟିର ମୁଣ୍ଡରେ ଟ୍ୟୁମର ହୋଇଛି। ଏହାକୁ ଭଲ କରିବା ପାଇଁ ଅପରେସନର ଆବଶ୍ୟକ ରହିଛି। ଏହାପରେ ସେମାନେ ପିଲାଟି କୁ କଟକ ଶିଶୁ ଭବନରେ ଭର୍ତି କରି ଦେଇଛନ୍ତି । ଆଉ ଚିକିତ୍ସାର ସମସ୍ତ ଖର୍ଚ୍ଚ ଫଉଣ୍ଡେସନ ଗ୍ରହଣ କରିବ । ତେବେ ସ୍ଵଛାସେବି ମାନଂକୁ ଅନୁରୋଧ କି ସେଠାରେ ଉପସ୍ଥିତ ରହି ସହଯୋଗ କରନ୍ତୁ।
RAMAKANTA PATRA
Account number :- 36709350580
SBI BANK
IFSC :- SBIN000129
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।