Odisha News Portal

ହେ ଭଗବାନ ! ଇଏ କେମିତି ରୋଗ , ଶରୀର ରେ ହାଡ ନାହିଁ ,ତଥାପି ବଞ୍ଚି ରହିଛନ୍ତି ! ଏହି ଭଉଣୀଙ୍କ ପାଇଁ ଗୋଟିଏ ଲାଇକ୍ ଏବଂ ସାହାର୍ଯ୍ୟ ର ହାତ ବଢାନ୍ତୁ ….

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । ଦୁନିଆଟା ଭୁଷ କରି ଭୁଷୁଡି ଯାଏ , ଯେବେ କୋଳରେ ଥିବା ପିଲା କୌଣସି ରୋଗ ସହ ଲଢେଇ କରିବା ଆରମ୍ଭ କରେ , ଆପଣ ଅନୁମାନ ଲଗାଇ ପାରିବେନି କଣ ବିତେ ସେ ପରିବାର ଉପରେ । ଏମିତି ଏକ ଘଟଣା ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଚାହିଁଲେ ମଧ୍ୟ ବିଶ୍ବାସ କରିପାରିବେନି , କିନ୍ତୁ ଦୁନିଆର ସବୁଠାରୁ କଷ୍ଟଦାୟକ ଶବ୍ଦ ହେଉଛି ଅପ୍ରିୟ ସତ୍ୟ । ଆପେ ଆପେ ଭାଙ୍ଗି ଯାଉଛି ଶରୀରରୁ ହାଡ , ଦେହରେ ବଳ ନାହିଁ କଢ ଲେଉଟାଇବାକୁ ।

ନାଁ ଉଠି ହେଉଛି ନାଁ ବସି ହେଉଛି, ସେମିତି ଚିତ୍ ହୋଇ ଶୋଇ ଘରର ଭଙ୍ଗା ଛାତ କୁ ଚାହିଁ ଚାହିଁ ଦୁର୍ବିଶହ ଜୀବନ ବିତୁଛି । କାରଣ ଉଠିଲେ କାଳେ ଶରୀର ହାଡ ଭାଙ୍ଗି ଯିବ , ସେଥିପାଇଁ ଉଠିବାକୁ ବି ଭୟ ଲାଗୁଛି । ଏହା କୌଣସି ଅଲୌକିକ ଘଟଣା ନୁହେଁ , ଜଣେ 24 ବର୍ଷିୟ ଯୁବତୀଙ୍କ ଅଦ୍ଭୁତ ରୋଗ ର କଥା ।

ଦେହରେ କ୍ୟାଲସିୟମ ଅଭାବରୁ ଶରୀର ର ସମସ୍ତ ହାଡ ଦୁର୍ବଳ ହୋଇଯିବା ସହ କାଠି ଭଳି ଭାଙ୍ଗି ଯାଉଛି । ମେରୁଦଣ୍ଡ କୁ ଛାଡି ଦେଲେ ଏବେ ଦେହର ଅର୍ଦ୍ଧାଧିକ ହାଡ ଦୁଇ ଖଣ୍ଡ ହୋଇ ସାରିଛି । ଏପରିକି ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା ସମୟରେ କାଳେ ଦୁର୍ବଳ ହାଡ ସବୁ ଭାଙ୍ଗି ଯିବ, ସେଥିପାଇଂ ଏବେ ସେ 7 ବର୍ଷ ହେବ ଗୋଟିଏ ଖଟିଆ ଉପରେ ଚିତ୍ ହୋଇ ଶୋଇ ରହିଛନ୍ତି ।

ଦେହରେ ସିନା ଶକ୍ତି ନାହିଁ ହେଲେ ମନୋବଳ କିନ୍ତୁ ବହୁତ ଟାଣ । ଏଭଳି ଦୁରାରୋଗ୍ୟରେ ବି ସେ ମାଟ୍ରିକ ପରୀକ୍ଷା ଦେଇ ପାସ୍ କରିଛନ୍ତି । ଆମେ କହୁଛୁ ଅନିତା ଧାଉଡିଆ ଙ୍କ କଥା ।

 


ବାଲେଶ୍ବର ଜୁଳିଆ ପାଟଣାର ଶଶିଭୂଷଣା ଧାଉଡିଆ ଓ ମୀନତି ଧାଉଡିଆ ଙ୍କ ଏକ ମାତ୍ର ଝିଅ ହେଉଛନ୍ତି ଅନୀତା । ଦୁଇ ପୁଅରେ ଗୋଟିଏ ବୋଲି ଝିଏ । ସପ୍ତମ ଶ୍ରେଣୀରେ ପାଠ ପଢିବା ସମୟରେ ଆଣ୍ଠୁରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସେହି ସମୟରେ ଅନୀତାଙ୍କୁ ନେଇ ବିଭିନ୍ନ ହସ୍ପିଟାଲରେ ଦେଖାଇ ଥିଲେ ବାପା ଶଶିଭୂଷଣ । ପରେ ହାଡ ଫାଟି ଯାଇଥିବା ଜଣା ପଡିଲା, ଏହାପରେ କଟକଟ ବଡ ମେଡିକାଲ୍ ରେ ପ୍ଲାଷ୍ଟର କରାଇଥିଲେ ।

ତେବେ ଅଳ୍ପ କିଛି ଦିନ ପରେ ବାମ ଆଣ୍ଠୁ ବଙ୍କା ହୋଇ ଯାଇଯିବା ସହ ଡାହାଣ ଜଙ୍ଘ ଆଉ ବାମ ହାତର ହାଡ ବି ଭାଙ୍ଗି ଗଲା । ଆଉ ଏହିଠାରୁ ବଢିଗଲା ଅନୀତାଙ୍କ ପାଇଂ ପରିବାର ଚିନ୍ତା । ଏବେ କେବଳ ମେରୁଦଣ୍ଡ ସାହାଯ୍ୟରେ ଅନୀତା କେବଳ ସେମିତି ଖଟରେ ପଡି ରହିଛନ୍ତି । ଉପରକୁ ବଲବଲ କରି ଚାହିଁବା ଛଡା ଆଉ କିଛି ବି ଉପାୟ ନାହିଁ ତାଙ୍କ ପାଖରେ । ଟିକିଏ କାଶି ଦେଲେ ବା ଛିଙ୍କି ଦେଲେ ଭାଙ୍ଗି ଯାଉଛି ହାଡ , ଏପରିକି ଭଲରେ ଟିକିଏ ନିଶ୍ବାସ ମଧ୍ୟ ନେଇପାରୁ ନାହାଁନ୍ତି ।

ଏପରି ସ୍ଥିତିରେ ଅନୀତାଙ୍କୁ ଭେଲୋର୍ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଆଧୁନିକ ଚିକିତ୍ସା ଦ୍ବାରା ହୁଏତ ଶରୀରରେ ସ୍ବଳ୍ପ ଅଗ୍ରଗତି ହୋଇପାରନ୍ତା । ହେଲେ ଦିନ ମଜୁରିଆ ବାପା ଯିଏ ଆଜି ଝିଅର ଚିକିତ୍ସା ପାଇଂ 3-4 ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ସେ ବା ଏତେ ଟଙ୍କା ଆଣିବେ କୋଉଠୁ ।

ତେଣୁ ପରିବାର, ଗ୍ରାମବାସୀ ଏବଂ ନିଜେ ଅନୀତା ଚାହିଁଛନ୍ତି ସରକାର ତାଙ୍କୁ କିଛି ସାହାଯ୍ୟ କରନ୍ତୁ । ଯାହାଫଳରେ ସେ ପୁଣି ଗୋଟିଏ ନୂଆ ଜୀବନ ପାଇ ପାରିବେ । ଅନୀତାଙ୍କୁ ସହାୟତା କରିବା ପାଇଁ ଯୋଗାଯୋଗ କରନ୍ତୁ ଏହି ନମ୍ବରରେ 6371852897 ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।