Odisha News Portal

ସ୍କୁଲ ଖୋଲିବାକୁ ନେଇ ପ୍ରଧାନମନ୍ତ୍ରୀ ନେଲେ ବଡ ନିଷ୍ପତି ! ଜାନୁଆରୀ ଏହି ତାରିଖରେ ଖୋଲିବ ସ୍କୁଲ କଲେଜ୍ ! କେନ୍ଦ୍ରରୁ ଜାରି ହେଲା ଗାଇଡଲାଇନ…….

0 4

ଜାନୁଆରୀରେ ସ୍କୁଲ ଖୋଲିବାକୁ ନେଇ କରି ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ଡିସେମ୍ବର ପରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଏସଆରସି ଜାରି କରିଛନ୍ତି । ସ୍କୁଲ ସହ ସଂପୃକ୍ତ ବିଭିନ୍ନ ଅଂଶୀଦାର ମାନଙ୍କ ସମାଲୋଚନା କରି ଆବଶ୍ୟକ ଗାଇଡଲାଇନ ଜାରି କରିଛି ବିଭାଗ । ତାହା ପରେ ସ୍କୁଲ ଖୋଲିବ କିପରି ଖୋଲିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରିବ ବିଭାଗ । ତେବେ କେବଳ ନବମରୁ ଦ୍ୱାଦଶ ସ୍ତେମୀର ପିଲା ମାନଙ୍କୁ ନଜରରେ ରଖି ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଜାନୁଆରୀରେ ସ୍କୁଲ ଖୋଲିବ କି ପୁଣି ଘୁଞ୍ଚିବ ସେ ନେଇ ଏବେ ତଦନ୍ତ ଚାଲୁ ରହିଛି ।

ତେବେ ସ୍କୁଲ ଖୋଲିବା ସଂପର୍କରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ମିଶ୍ର ପ୍ରତିକ୍ରିୟା ଦେଖା ଦେଇଛି । ଶିକ୍ଷାବିତ ଏବଂ ବିଭିନ୍ନ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ଅଭିଭାବକ ମାନେ କିନ୍ତୁ ଏହାକୁ ନେଇ ଅଧିକ ସତର୍କତା ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ।

ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଜାନୁଆରୀରେ ବିଦ୍ୟାଳୟ ଖୋଲିବାକୁ ନେଇ ଏସଆରସିଙ୍କ ଘୋଷଣା ନଜରକୁ ଆସୁଛି । ତେବେ ଏଥିନେଇ ବିଭାଗ ଆଗରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗକୁ ନେଇ ସମସ୍ତ ଅଂଶୀଦାର , ଯଥା ଶିକ୍ଷାବିତ ଅଭିଭାବକ ସହ ଆଲୋଚନା କରି ଗାଇଡଲାଇନ ପ୍ରସ୍ତୁତ କରିବା କୁ ଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସମସ୍ତ ବିଷୟରେ ପ୍ରସ୍ତୁତି ସରିବା ପରେ ଏସଓପି ଘୋଷଣା କରି ଜାନୁଆରୀରେ ସ୍କୁଲ କୋଲିବା ନେଇ ଘୋଷଣା କରାଯାଇଛି ।


ଆସନ୍ତା ଜାନୁଆରୀରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନିତାନ୍ତ ସ୍ୱାଗତ ଯୋଗ୍ୟ । ନବମରୁ ଦ୍ୱାଦଶ ସ୍ତେଣୀ ଯୁକ୍ତ ବିଦ୍ୟାର୍ଥୀ ମାନେ ଅପେକ୍ଷା କୃତ ଟିକେ ପରିପକ୍ୱ । ସେମାନେ ମାକ୍ସ ପିନ୍ଧିବା , ହାତ ଧୋଇବା ଏବଂ ସାମାଜିକ ଦୂରତା କଟକଣାକୁ ବେଶ ପାଳନ କରିପାରିବେ । ଯେହେତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ତେଣୁ ଯେଉଁ ଶ୍ରେଣୀ ଗୁଡିକ ଖାଲି ରହିବ ସେଥିରେ ଭାଗ କରି ପିଲା ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ପିଲା ମାନଙ୍କୁ ପାଠ ପଢାଯାଇପାରିବ ।

ବିଦ୍ୟାର୍ଥୀ ମାନେ ଅନଲାଇନ ଅପେକ୍ଷା ଶିକ୍ଷକଙ୍କ ସାମ୍ନାରେ ପାଠ ପଢିଲେ ସେମାନଙ୍କର ଦ୍ୱନ୍ଦ ଦୂର ହୋଇଥାଏ । ଯଦି ଏହା ଦ୍ୱାରା ସଂକ୍ରମଣ ନହୁଏ ତେବେ ତଳ ଶ୍ରେଣୀର ପିଲା ମାନଙ୍କ ପାଇଁ ସ୍କୁଲ ଖୋଲିବାର ନିଷ୍ପତ୍ତି ଗ୍ରହଣ କରାଯିବ । ସରକାରୀ ଏବେ ବେସରକାରୀ ସ୍କୁଲର କର୍ତ୍ତୃପକ୍ଷ ମାନେ ନିର୍ଦ୍ଦେଶ ମୁତାବକ ନିୟମ ପାଳନ କରି ପାଠ ପଡା ଆରମ୍ଭ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।