Odisha News Portal

ଏହି ଜାଗା ରେ ରହିଛି ମା ରାମଚଣ୍ଡୀଙ୍କ ମନ୍ଦିର , ଯେଉଁଠି ‘ମା’ ଙ୍କ ଆଦେଶରେ ବାଘ ମଧ୍ୟ ହଳ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ

ଆଜି ଆମେ ଆପଣ ମାନଙ୍କୁ କହିବୁ ଏକ ମନ୍ଦିର ବିଷୟରେ ଯାହାର ବହୁତ ମାନ୍ୟତା ରହିଛି । ଆପଣ ମାନେ ତ ଜାଣିଛନ୍ତି କି ଆମ ଭାରତରେ ଏକ ଧାର୍ମିକ ଦେଶ ଅଟେ ଏହି ଠାରେ ଚାରିଆଡେ ଅନେକ ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର କିଛି ନା ହେଲେ କିଛି ମାନ୍ୟତା ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଓଡିଶାର ଏପରି ଏକ ମନ୍ଦିର ବିଷୟରେ କହିବୁ ଯାହାକି ବହୁତ ଜଣାଶୁଣା ଅଟେ ଏବଂ ଏହାର ମାନ୍ୟତା ମଧ୍ୟ ରହିଛି । ଖୋର୍ଦ୍ଦା ଜିଲ୍ଲା ଠାରୁ 32 କିଲେମିଟର ଗ୍ରାମ୍ୟ ରାସ୍ତା ଦେଇ ଗଲେ ଗଡମାନ୍ତ୍ରିକା ,

ଏହି ଗଡମାନ୍ତ୍ରିକା ଗାଁର ଶେଷ ଭାଗରେ ଏକ ଛୋଟିଆ ପାହାଡ ଏବଂ ସେହି ପାହାଡ ଉପରେ ରହିଛି ମା ରାମଚଣ୍ଡୀଙ୍କର ମନ୍ଦିର । ମାଙ୍କର ପାଦ ଦେଶରୁ ମାଙ୍କ ପାଖକୁ ଯିବାପାଇଁ ହେଲେ 72ଟି ପାହାଚ ଅତିକ୍ରମ କରି ଯିବାକୁ ପଡିଥାଏ ।

ସେ ଏକ ପଥର ଦ୍ୱାରା ପୂଜା ପାଉଥିଲେ , ମାତ୍ର ଧୀରେ ଧୀରେ ସେହି ସେହି ପଥର ବିରାଟକାୟ ରୂପ ଧାରଣା କଲା । ତେବେ ସେହି ପଥରଟି ଏତ ତେନ୍ତୁଳି ଗଛ ପାଖରେ ରହିଥିଲା ସେହି ପଥରଟି ତେନ୍ତୁଳି ଗଛ ଠାରୁ ବିରାଟ ରୂପ ଧାରଣ କଲା ।

ତାହା ପରେ ସେହି ମାଙ୍କୁ ପୂଜା କରିଥିବା ପୂଜକ ଜଣକ ଦିନେ କହିଲେ କି ମା ଏଭଳି ଭାବରେ ବଢିଲେ ଆପଣଙ୍କୁ ପୂଜା କରିବି କେମିତି , ମୋର ତ ହାତ ପାଉନାହିଁ । ଏହାକହି ପୂଜକ ଜଣକ ପଥରକୁ ଏକ ଚାପୁଡା ମାରିଲେ , ସେହିଦିନ ଠାରୁ ପଥର ଆଉ ବଢିଲା ନାହିଁ । 

ଏହା ସହିତ ମାଙ୍କର ଅନ୍ୟ ମାନ୍ୟତା ମଧ୍ୟ ରହିଛି କି ମା ସେଠାରେ ଜଣେ ଭକ୍ତକୁ ଦେଖା ଦେଇଥିଲେ । ଦିନେ ପାଖ ଜମିରେ ବଳଦ ଯୋଶି ଚାଷ କରୁଥିବା ସମୟରେ , ଚାଷୀକୁ ଶୋଷ ଲାଗିବାରୁ ସେ ପାଣି ପିଇବାକୁ ଚାଲି ଯାଇଥିଲା । ଏହି ସମୟରେ ମାଙ୍କର ବାହାନ ବାଘଟିଏ ଆସି ଗୋଟିଏ ବଳଦକୁ ଖାଇ ଦେଇଥିଲା ।

ଚାଷୀ ଏହା ଜାଣିବା ପରେ ମାଙ୍କୁ କହିଲା କି ମା ଏ କଣ କଲୁ ମୁଁ ଏବେ ଚାଷ କେମିତି କରିବି ତାହା ପରେ ତାହାର କଥା ଶୁଣି ମା ସ୍ୱୟଂ ଆର୍ବିଭାବ ହେଲେ ଏବଂ ତାଙ୍କର ବାହାନ ବାଘକୁ ଆଦେଶ ଦେଲେ କି ଯାଇ କରି ହଳ କରିବା ପାଇଁ । ବାଘଟି ମାଙ୍କର ଆଦେଶ କ୍ରମେ ତାହାକୁ ମାନିଥିଲା ବୋଲି କୁହାଯାଇଛି ।

ପ୍ରତ୍ୟକ୍ଷ ଠାକୁରାଣୀ ଭାବରେ ମା ରାମଚଣ୍ଡୀଙ୍କର ସ୍ଥାନୀୟ ଅଞ୍ଚଳରେ ରହିଛି ବେଶ ପ୍ରସିଦ୍ଧ ଏବଂ ବିଶ୍ୱାସ କରାଯାଏ ଏହି ବୃକ୍ଷର ଡାଳରେ ଯଦି ମାନସିକର ଡୋର ବନ୍ଧାଯାଏ , ତେବେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ପାରମ୍ପାରିକ ନୀତି ଅନୁଯାୟୀ ମାଙ୍କର ନିକଟରେ ବାଳ ଭୋଗ କରାଯାଏ ଏବଂ ମଧ୍ୟ୍ୟାହ୍ନରେ ସଙ୍ଖୁଡି ଭୋଗ କରାଯାଏ ।

ସନ୍ଧ୍ୟାରେ ମାଙ୍କ ପାଖରେ ସନ୍ଧ୍ୟା ଆଳତୀ କରାଯାଏ ଏବଂ ମାଙ୍କ ପୀଠରେ ମାର୍ଚ୍ଚ ମାସରେ ପଞ୍ଚଦଳ ଯାତ୍ରା ହୁଏ । ମାଙ୍କର ମୁଖ୍ୟ ପର୍ବ ହେଉଛି ସପ୍ତମୀ ପର୍ବ ପାଳନ କରାଯାଏ । ମା ରାମଚଣ୍ଡୀଙ୍କ ମନ୍ଦିରକୁ ବହୁତ ଦୂରରୁ ଅନେକ ଶ୍ରଦ୍ଦାଳୁ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।