ମଲାଙ୍ଗ ଏପରି ଏକ ଗଛ ୟାହା ଅନ୍ୟ ଗଛ ମାନଙ୍କ ଠାରୁ ହୋଇଥାଏ ନିର୍ମୂଳି ଲତା ପରି ଏହା ଅନ୍ୟ ଗଛ ମାନଙ୍କ ଠାରୁ ଖାଦ୍ୟ ସଂଗ୍ରହ କରିଥାଏ । ସମସ୍ତ ଗଛରପ ମଲାଙ୍ଗ ଯେତିକି ଦିବ୍ୟ ହୋଇଥାଏ ସେତିକି ମଧ୍ୟ ଚମକ୍ତାରୀ ହୋଇଥାଏ । ଏହି ମଲାଙ୍ଗରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି । ମାତ୍ର ସବୁଠାରୁ ଶ୍ରେଷ୍ଟ ମଲାଙ୍ଗ ହେଉଛି ବର , ଅଶ୍ୱତ୍ଥ , ବେଲ ଏବଂ ବରକୁଳି ଗଛର ମଲାଙ୍ଗ । ତେବେ ଏହି ମଲାଙ୍ଗକୁ କେବେ ଏବଂ କିପରି ବ୍ୟବହାର କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ରୁ କିପରି ରକ୍ଷା ହୋଇଥାଏ ଏବଂ ଏହାକୁ କିପରି ବ୍ୟବହାର କରିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ।
ମଲାଙ୍ଗ ସମସ୍ତ ଗଛରେ ହୋଇଥାଏ ଏହା ଦୁଇ ତିନି ହାତ ଉଚ୍ଚତା ବିଶିଷ୍ଟ ହୋଇଥାଏ । ଏହାର ପତ୍ର ସାହାଡା ଗଛର ପତ୍ର ପରି ଛୋଟ ଛୋଟ ହୋଇଥାଏ । ଏହି ମଲାହ୍ଗ ଗଛର ବିଧି ବିଧାନ ହେଉଛି ଆପଣ ମାନେ ଯେଉଁ ଦିନ ଏହି ଗଛର ମୂଳକୁ ଘରକୁ ଆଣିବେ ତାର ପୂର୍ବଦିନ ନିମନ୍ତ୍ରଣ କରିବା ପାଇଁ ପଡିଥାଏ ।
ଏହି ମଲାଙ୍ଗ ଗଛ ଆଣିବାର ସର୍ବଶ୍ରେଷ୍ଟ ଦିନ ହେଉଛି ହୋଲି , ଦୀପାବଳୀ ଏବଂ ଚନ୍ଦ୍ରଗ୍ରହଣ । ଏହା ସହ ରବିବାର , ସୋମବାର ଏବଂ ବୁଧବାର ଦିନ ଯଦି ପୁଷ୍ୟତା ନକ୍ଷତ୍ର ପଡିଥାଏ ତେବେ ଏହି ତିଥି ଗୁଡିକ ଅତ୍ୟନ୍ତ ଦିବ୍ୟ ଏବଂ ଚମକ୍ତାର ହୋଇଥାଏ । ଏହି ଦିନରେ ମଲାଙ୍ଗ ଘରକୁ ଆଣିଲେ ତେବେ ଏହା ଅତ୍ୟନ୍ତ ଦିବ୍ୟ ଗୁଣ ଯୁକ୍ତ ଏବଂ ଚମକ୍ତାରୀ ହୋଇଥାଏ । ଯେଉଁ ଦିନ ମଲାଙ୍ଗ ଆଣିବେ ତାର ପୂର୍ବ ଦିନ କିଛି ଦୂବ , ଅରୁଆ ଚାଉଳ , ସିନ୍ଦୁର ଏବଂ ପାଣି ନେଇକରି ସେହି ଗଛ ମୂଳକୁ ଯିବେ । ଏହା ପରେ ଆପଣ ମାନେ ସେହି ମଲାଙ୍ଗ ଗଛ ନିକଟରେ ଦୂବ , ଅରୁଆ ଚାଉଳ , ସିନ୍ଦୁର , ଧୂପ ଦେଇକରି ତାହାକୁ ଏକ ନାଲି ସୂତାରେ ବାନ୍ଧି ପ୍ରାର୍ଥନା କରିବେ ।
ହେ ବୃକ୍ଷ ଦେବତା ମୁଁ କାଲି ଆପଣଙ୍କୁ ନିଜର ଘରକୁ ନେବି । ମୋର ଏହି ସମସ୍ତ ଇଚ୍ଛା ପୂରଣ କରନ୍ତୁ । ଏହା କହି ସେଠାରୁ ପଲେଇ ଆସନ୍ତୁ ଏବଂ ପରଦିନ କିଛି ମିଠା ନେଇ ସେହି ଗଛ ମୂଳରେ ରହିଥିବା ଜନ୍ଦା ଏବଂ ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ । ଘରକୁ ସେହି ଗଛ ଆଣିବା ପରେ ଗଙ୍ଗା ପାଣିରେ ଧୋଇ ନାଲି , ସବୁଜ , କିମ୍ବା ହଳଦିଅ ରଙ୍ଗର ରୁମାଲରେ ଗୁଡାଇ ଦେବେ ।
ଏହା ପରେ ପୂଜା କରୁଥିବା ଠାକୁର ଘରେ ତାହାକୁ ରଖିଦେବେ । ଏହା ପରେ ଦେଖିବେ ସେହି ଦିନ ଠାରୁ ଘର , ଅଫିସ ଏବଂ ଦୋକାନର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ସମସ୍ତ ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ । ଏହା ସହିତ ଘରକୁ ଧନ ସମ୍ପତ୍ତି ପ୍ରଚୁର ମାତ୍ରାରେ ଆସିବାକୁ ଲାଗିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।