Breaking news–ଦଶମ ଶ୍ରେଣୀ ପିଲା ମାନଙ୍କର ଛାଡ ହେବ ମ୍ୟାଟ୍ରିକ ପରୀକ୍ଷା ଫି , ଏବଂ ଏହି ତାରିଖରେ ପ୍ରଥମରୁ , ନବମ ଶ୍ରେଣୀ ପିଲା ମାନଙ୍କର ଖୋଲିବ ସ୍କୁଲ….
ସ୍କୁଲ ପିଲା ମାନଙ୍କ ପାଇଁ ଆସିଲା ବହୁତ ବଡ ଖବର , ଯାହା ଶୁଣି ପିଲା ମାନେ ହେବେ ଆଶ୍ଚର୍ଯ୍ୟ । ତେବେ ଦଶମ ଶ୍ରେଣୀ ପିଲା ମାନଙ୍କର ଛାଡ ହେବ ମ୍ୟାଟ୍ରିକ ପରୀକ୍ଷା ଫି । ଯାହାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ତେବେ ଏଥିରେ 6 ଲଭରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହା ବାଦଦରେ ସତେଇଶ କୋଟି ଟଙ୍କା ଅବ୍ୟବହାର ବହନ କରିବେ ସରକାର । କରୋନା ପାଇଁ ସରକାର ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ନିମନ୍ତେ ପିଲା ମାନଙ୍କର ପରୀକ୍ଷା ଫି ଛାଡ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ କି ପ୍ରତି ପିଲାଙ୍କୁ ମ୍ୟାଟ୍ରକି ପରୀକ୍ଷା ନିମନ୍ତେ 420 ଟଙ୍କା ମ୍ୟାଟ୍ରିକ ପରୀକ୍ଷା ଫି ଦେବାକୁ ପଡୁଥିଲା । ତେବେ ଏବେକା ସମୟରେ କରୋନା ମହାମାରୀ ପରିପ୍ରେକ୍ଷିରେ 2020 -21 ଶିକ୍ଷା ବର୍ଷର ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ 9 ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ 8 ରେ ସମସ୍ତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୋଭିଡ ନିୟମ ପାଳନ କରି ଖୋଲାୟାଇଛି ।
ପିଲା ମାନଙ୍କୁ ପ୍ରସ୍ତୁତ କରି ପାଠ୍ୟକ୍ରମରେ ବିଭିନ୍ନ ବିଷୟ ଥିବା ସନ୍ଦେହ ଦୂର କରିବା ପାିଇଁ କ୍ଲାସ କରାଯାଉଛି । କରୋନା ଯୋଗୁଁ ବହୁ ଲୋକଙ୍କର ଜୀବନ ଜୀବିକା ମଧ୍ୟପ୍ରଭାବିତ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥ ଅଭାବରୁ କୌଣସି ପିଲା ଯେମିତି ପରୀକ୍ଷା ଦେବା ବନ୍ଦ ନକରିଦେବେ ସେଥିପାଇଁ ଏପରି ଏକ ନିଶ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ଏବେ ସମସ୍ତ ପିଲା ପରୀକ୍ଷା ଦେବା ପାଇଁ ଯାଇପାରିବେ ।
ଅନ୍ୟ ପଟେ ଏବେ ଜାନୁଆରୀ 8 ରେ ତ ସମସ୍ତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ମାନଙ୍କର ସ୍କୁଲ ଖୋଲିଯାଇଛି । ଏହା ସହ ସମସ୍ତ ବିଶ୍ୱବିଦ୍ୟାଳୟ ମଧ୍ୟ ଜାନୁଆରୀ 11 ତାରିଖରେ ଖୋଲିଯାଇଚି ।
ତେବେ କେବଳ ବନ୍ଦ ରହିଛି ତ ପ୍ରଥମରୁ , ନବମ ଶ୍ରେଣୀ ପିଲା ମାନଙ୍କର ସ୍କୁଲ , ତେବେ ଏବେ ସୂଚନା ଅନୁସାରେ ଶୁଣିବାକୁ ମିଳୁଛି କି ଏହି ପିଲା ମାନଙ୍କର ସ୍କୁଲ ଫେବୃଆରୀ ମାସରେ ଖୋଲିପାରେ ବୋଲି ।
ସରକାର କହିଛନ୍ତି କରୋନାର ପରିସ୍ଥିତିକୁ ଲକ୍ଷ୍ୟ କରି ଏହି ପିଲା ମାନଙ୍କର ସ୍କୁଲ ଖୋଲିବାର ନିଷ୍ପତ୍ତି ନିଆଯିବ । କାରଣ ଏବେକା ସମୟରେ ଦଶମ ଦ୍ୱାଦଶ ପିଲା ମାନଙ୍କର ସ୍କୁଲ ଖୋଲିଛି ଏବଂ ସେମାନେ ସମସ୍ତେ ସମସ୍ତ ପ୍ରକାର କୋଭିଡ ନିୟମକୁ ମାନି କରି ବିଦ୍ୟାଳୟକୁ ଯାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।