Odisha News Portal

ଏହି 5 ଜଣ କ୍ରିକେଟର ନିଜର ଭଉଣୀ ଏବଂ ସାଙ୍ଗର ସ୍ତ୍ରୀ ଙ୍କୁ ଲୁଚି କରିନେଇଛନ୍ତି ବିବାହ ! ଜଣେ ନିଜକୁ ନିୟନ୍ତ୍ରଣ ନରଖି କରିବସିଲେ ଏମିତି , ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ……

0 8

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟ ଟିମ୍ ରେ ଖେଳୁଥିବା 11 ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଚାମ୍ପିଆନ୍ କରିଥାନ୍ତି । ଆଉ ଏହି କ୍ରିକେଟ ଭାରତୀୟ କ୍ରୀଡାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଆମ ଦେଶରେ କ୍ରିକେଟ ସହ କ୍ରିକେଟ ଖେଳାଳୀ ମାନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି ।

ସାଧାରଣତଃ କ୍ରିକେଟର ମାନେ ନିଜର ଚମତ୍କାର ଖେଳ ସହ ନିଜ ପ୍ରେମ ସମ୍ପର୍କକୁ ନେଇ ସବୁବେଳେ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ତେବେ ଏମିତିରେ ଦେଖିବାକୁ ଗଲେ କିଏ ବଲିଉଡ ଅଭିନେତ୍ରୀଙ୍କ ଡେଟ୍ କଲାଣି ତ ପୁଣି କିଏ ବିବାହ କଲାଣି । ଆଉ କାହାର ଛାଡ଼ପତ୍ର ହେଲାଣି ତ ପୁଣି କିଏ ଦ୍ଵିତୀୟ ବିବାହ କଲାଣି । ତେବେ ଆଜି ଆମେ ସେହିଭଳି କିଛି କ୍ରିକେଟର ଙ୍କ ବିବାହ ସମ୍ବନ୍ଧରେ ଜାଣିବା ।

1. ମୁରଲୀ ବିଜୟ ଓ ନିକିତା –

ଭାରତୀୟ କ୍ରିକେଟର ମୁରଲୀ ବିଜୟ 2012 ମସିହାରେ ନିକିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏହା ଥିଲା ନିକିତାଙ୍କର 2ୟ ବିବାହ । ମୁରଲୀ ବିଜୟଙ୍କ ପୂର୍ବରୁ ନିକିତା ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକଙ୍କୁ ବିବାହ କରିଥିଲେ । ତେବେ ନିକିତାଙ୍କ ସହ ମୁରଲୀ ବିଜୟଙ୍କ ପ୍ରେମ ବିବାହ ହୋଇଥିଲା । ଆଉ ସେମାନେ ପିଲାଦିନୁ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ ।

2. ଉପୁଲ ଥରଙ୍ଗା ଓ ନିଲାଙ୍କା ଥରଙ୍ଗା –

ଉପୁଲ ଥରଙ୍ଗା ଶ୍ରୀଲଙ୍କାର ଜଣେ କ୍ରିକେଟ ଖେଳାଳୀ । ସେ ନିଲାଙ୍କା ଉପୁଲ ଥରଙ୍ଗାଙ୍କୁ ବିବାହ କରିଛନ୍ତି । ଉପୁଲ ଥରଙ୍ଗାଙ୍କ ପତ୍ନୀ ନିଲାଙ୍କା ତାଙ୍କ ପୂର୍ବରୁ ଆଉ ଜଣେ ଶ୍ରୀଲଙ୍କା କ୍ରିକେଟର ତିଲକରତ୍ନ ଦିଲସାନ୍ ଙ୍କୁ ବିବାହ କରିଥିଲେ । ଉପୁଲ ଥରଙ୍ଗା ଓ ଦିଲସାନ୍ ଙ୍କ ପତ୍ନୀ ନିଲାଙ୍କା ଙ୍କ ମଧ୍ୟରେ ନିକଟତା ବଢିବାରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହାଫଳରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା ଓ ପରେ ନିଲାଙ୍କା, ଉପୁଲ ଥରଙ୍ଗାଙ୍କୁ ବିବାହ କରିଥିଲେ ।

3.ବିରେନ୍ଦ୍ର ସେହୱାଗ ଓ ଆରତୀ ଅହ୍ଲାୱତ୍ –


2004 ଏପ୍ରିଲ 22 ତାରିଖରେ ଆରତୀ ଅହ୍ଲାୱତ୍ ଙ୍କୁ ବିବାହ କରିଥିଲେ ଭାରତୀୟ ଧୂଆଁଧାର କ୍ରିକେଟର ବିରେନ୍ଦ୍ର ସେହୱାଗ । ଆରତୀ ଓ ସେହୱାଗ ଦୁହେଁ ଦୁହିଁଙ୍କ ଦୂର ସମ୍ପର୍କୀୟ ଅଟନ୍ତି । ସେମାନଙ୍କର ପ୍ରେମ ବିବାହ ହୋଇଥିଲା ଏବଂ ବର୍ତ୍ତମାନ ଆର୍ଯ୍ୟଭିର ଓ ବେଦାନ୍ତ ନାମକ ଦୁଇ ପୁତ୍ର ସନ୍ତାନଙ୍କ ପିତାମାତା ଅଟନ୍ତି ।

4.ସାହିଦ୍ ଆଫ୍ରିଦି ଓ ନାଦିଆ ଆଫ୍ରିଦି –

ପାକିସ୍ତାନୀ କ୍ରିକେଟର ସାହିଦ୍ ଆଫ୍ରିଦି, ନାଦିଆଙ୍କୁ ବିବାହ କରିଛନ୍ତି । ନାଦିଆ ହେଉଛନ୍ତି ସେହୱାଗଙ୍କ ଜଣେ ମାତୃ ସମ୍ପର୍କୀୟ ଭଉଣୀ । ସାହିଦ୍ ଆଫ୍ରିଦିଙ୍କ ପିତା ସେମାନଙ୍କ ବିବାହ ଠିକ୍ କରିବା ପରେ ସେମାନେ ବିବାହ କରିଥିଲେ । ଆଉ ସେମାନେ ଏବେ 4ଟି ଝିଅଙ୍କ ପିତାମାତା ।

5. ସଇଦ୍ ଅନୱର୍ ଓ ଲୁବନା –

ସଇଦ୍ ଅନୱର୍ ମଧ୍ୟ ନିଜ ସମ୍ପର୍କୀୟ ଭଉଣୀ ଲୁବନାଙ୍କୁ 1996 ମସିହାରେ ବିବାହ କରିଥିଲେ । ଲୁବନା ପେଶାରେ ଜଣେ ଡାକ୍ତର । ଲୁବନା, ସଇଦ୍ ଅନୱର୍ ଙ୍କ ଦୂର ସମ୍ପର୍କୀୟ ଅଟନ୍ତି । ସେମାନଙ୍କର ବିସମାହ୍ ନାମକ ଏକ ଝିଅ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।