Odisha News Portal

ଦିନ ଥିଲା ଏହି ବ୍ୟକ୍ତି ହସଖୁସିରେ ନିଜ ପରିବାର ସହ ବସବାସ କରୁଥିଲେ କିନ୍ତୁ ଆଜି ସେ ନିରବ ! ଦୟାକରି ଏହି ବ୍ୟକ୍ତି ଙ୍କ ପାଇଁ ଗୋଟିଏ ସାହାର୍ଯ୍ୟ ଏବଂ ସେୟାର ନିଶ୍ଚିତ କରନ୍ତୁ ….

ଦିନ ଥିଲା ସେ ହସଖୁସିରେ ନିଜ ପରିବାର ସହ ବସବାସ କରୁଥିଲେ । ଯାହା ରୋଜଗାର କରୁଥିଲେ ସେଥିରେ ପୂରା ପରିବାର ଦୁଇ ଓଳା ଦୁଇ ମୁଠା ଖାଇବା ସହି ଆରାମରେ ରହୁଥିଲେ । ରାଜମିସ୍ତ୍ରୀ କାମ କରି ସେ ବେଶ୍ ଜଣାଶୁଣା, ହେଲେ ହଠାତ୍ ତାଙ୍କ ଖୁସିରେ ଲାଗିଲା ବ୍ରେକ୍ ଏବଂ ମୁହଁରେ ବଢିବାକୁ ଲାଗିଲା ମାଂସ ପିଣ୍ଡୁଳା । କେବଳ ନାକରେ ନୁହେଁ କପାଳରେ ମଧ୍ୟ ଏମିତିକି ମୁହଁ ସାରା ବଢି ଚାଲିଲା ଓଲଡା ମାଂସ ପିଣ୍ଡୁଳା । ଚେହେରା ପାଲଟିଗଲା ବିକୃତ , ଏହା ଦେଖିବା ପରେ ଆଉ ପାଖ ମାଡିଲେନି କେହି ଏବଂ ତାଙ୍କୁ କାମ ବି ମିଳିଲାନି । ଫଲରେ ଦୁଃଖ କଷ୍ଟରେ କଟିଲା ଜୀବନ ।

ଯାହା ପୁଞ୍ଜି ସେ ରଖିଥିଲେ ସେଥିରେ କିଛି ଦିନ ସେ ଚଳିଲେ ଆଉ ତାପରେ ପରିବାରର ଅନ୍ୟ ସଦସ୍ୟ ମାନେ ଯାହା କିଛି ଅଳ୍ପ ରୋଜଗାର କରନ୍ତି ସେଥିରେ ଘର ଚଳେ । ଏହି ଦୁଃଖ ଓ ହୃଦୟ ବିଦାରକ କାହାଣୀ ହେଉଛି ବାଲେଶ୍ବର ଜିଲ୍ଲା ରହିଶ୍ଚନ୍ଦ୍ର ତରାଇଙ୍କର, ଏହା ଥିଲା ହରିଶ୍ଚନ୍ଦ୍ରଙ୍କର ପୂର୍ବ କାହାଣୀ ।

କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ହରିଶ୍ଚନ୍ଦ୍ରଙ୍କ କ୍ଷେତ୍ରରେ ମଧ୍ୟ ଠିସ୍ ସେଇୟା ଘଟିଛି । ଏବେ ମୁହଁରେ ଆଉ ନାହିଁ ମାଂସ ପିଣ୍ଡୁଳା କି ଚେହେରା ଦେଖିବାକୁ ଲାଗୁନି ବିକୃତ । ଅସ୍ତ୍ରପୋଚାର କରି ତାଙ୍କ ଚେହେରାକୁ ଭଲ କରି ଦିଆଯାଇଛି, ସେ ଏବେ ବେଶି ଆଶାବାଦୀ । ଭଲ ହେବା ପରେ ସେ ତାଙ୍କ ପୂରୁଣା ଦିନକୁ ଫେରି ପାଇଛନ୍ତି ।

ଆଉ ଆଶା ରଖିଛନ୍ତି ପୁଣି କାମ ପାଇବେ , ଲୋକମାନେ ତାଙ୍କୁ ପୁଣି ଗ୍ରହଣ କରିବେ ଏବଂ ଆଗାମୀ ଦିନ ପାଇଁ ସେ ଏବେ ବେଶ୍ ଉତ୍ସାହିତ ମଧ୍ୟ ଅଛନ୍ତି । ଅନେକ ସମୟରେ କଟକ ଏସିବି ମେଡିକାଲ ଏମିତି କିଛି କରି ଦେଖାଏ , ଯାହା ସମସ୍ତଙ୍କୁ ଚକିତ୍ କରେ ।

ଓଡିଶା ବାସୀଙ୍କ ମନରେ କଟକ ଏସିବି ମେଡିକାଲ ପ୍ରତି ଏକ ବିଶ୍ବାସ ଏବଂ ଭରାଷା ରହିଛି । ଆଉ ସେହି ବିଶ୍ବାସ ଓ ଭରଷାକୁ ବଜାୟ ରଖିଛି ଏହି ମେଡିକାଲ୍ । ହରିଶ୍ଚନ୍ଦ୍ରଙ୍କୁ ହୋଇଥିବା ଫାଇକୋମାଇସିସ୍ ଭଳି ରୋଗର ସଫଳ ଅସ୍ତ୍ରପୋଚାର କରି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅଭିଜ୍ଞ ଡାକ୍ତର ବିଭୂତି ନାୟକ ଏବଂ ତାଙ୍କ ଟିମ୍ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମାଇଲ ଖିୁଣ୍ଟ ନିର୍ମାଣ କରିଛନ୍ତି ।

ଫଙ୍ଗଲ୍ ଇନଫେକ୍ସନ୍ ପାଇଁ ଏହି ରୋଗ ହୋଇଥାଏ । କେଉଁ ପ୍ରକାରର ଫଙ୍ଗଲ ପାଇଁ କେଉଂ ରୋଗ ହୋଇଥାଏ ତାହା ଜାଣିବା ପାଇଁ ଏବେ ବି ଗବେଷଣା ଚାଲିଛି କିନ୍ତୁ ଡାକ୍ତର ବିଭୂତି ନାୟକ ଓ ତାଙ୍କ ଟିମ୍ ଏହାକୁ ଏକ ଚ୍ୟାଲେଚ୍ ଭାବରେ ଗ୍ରହଣ କରି ଅସ୍ତ୍ରପୋଚାର ଆରମ୍ଭ କରିଥିଲେ ଆଉ ସେଥିରେ ସଫଳ ମଧ୍ୟ ହେଲେ ।

ହରିଶ୍ଚନ୍ଦ୍ରଙ୍କ ମୁହଁରେ ଲଟକି ରହିଥିବା ପ୍ରାୟ 5କିଲୋ ମାଂସକୁ ବାହାର କରିଥିଲେ ଏହି ଟିମ୍, ପରେ ଶରୀରରୁ ଅନ୍ୟ ସ୍ଥାନରେ ଚର୍ମ ଆଣି ପ୍ରତିରୋପଣ କରିଥିଲେ । ଡାକ୍ତରଙ୍କର ଏଭଳି ଅଦ୍ୟମ ଚେଷ୍ଟା ଏବଂ ସାହାସ ଯୋଗୁଁ ଜଣେ ବ୍ୟକ୍ତି ଆଜି ନୂଆ ଜୀବନ ପାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।