Odisha News Portal

ରାଜ୍ୟ ସରକାର ନେଲେ ବଡ ନିଷ୍ପତି ! ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ, କିନ୍ତୁ ରାତିରେ ଚଳାଚଳ କରିବ ବସ୍

2020 ବର୍ଷଟି ଲୋକମାନଙ୍କ ପାଇଁ ଏତେ ଖରାପ ହୋଇଛି କି ତାହା କେହି କଳ୍ପନା ସୁଦ୍ଧା କରିନଥିଲେ । 2020 ରେ ଏହି କରୋନା ନାମକ ମହାମାରୀ ପାଇଁ ପ୍ରତ୍ୟେକ ଲୋକମାନେ ବହୁତ ଅଭାବ , ଅସୁବିଧାରେ ଦିନ ବିତାଉଛନ୍ତି । କାରଣ ଏହି ମହାମାରୀର ଶିକାର ଯେ ହେଉଛି ତାହା ପାଇଁ ବଞ୍ଚିବା ବହୁତ କଷ୍ଟକର ହୋଇପଡୁଛି । ତେଣୁ ଯେତେ ପର୍ଯ୍ୟନ୍ତ ଏହାର ଟିକା ବାହାରି ନାହିଁ ସେତେ ପର୍ଯ୍ୟନ୍ତ ଆମ ମାନଙ୍କୁ ସାବଧାନତାର ସହ ଘରେ ରହିବା ପାଇଁ ହେବ। ଏହି ମହାମାରୀ ସହିତ ଲଢିବା ପାଇଁ ହେଲେ ଆମକୁ ପ୍ରଥମେ ନିଜକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ପଡିବ ।

ଏଥିପାଇଁ ସର୍ବଦା ମାସ୍କର ପରିଧାନ କରିବା , ହାତକୁ ବାରମ୍ବାର ସ୍ୟାନିଟାଇଜ କରିବା ଏବଂ କିଛି ନିତାନ୍ତ ଆବଶ୍ୟକ କାମ ନଥିଲେ ଘରୁ ବାହାରକୁ ବାହାରିବା ନାହିଁ । ଏମିତି କରିବା ଦ୍ୱାରା ଆମକୁ ସୁରକ୍ଷା ମିଳିବା ସହିତ ଆମର ପରିବାର ଏବଂ ସମାଜର ଲୋକମାନେ ମଧ୍ୟ ସୁରକ୍ଷିତ ରହିବେ ଏହା ସହ ଏହି କରୋନା ମହାମାରୀ ମଧ୍ୟ ଦୂରେଇ ଯିବ . ତେବେ କରୋନାରୁ ରୋକିବା ପାଇଁ ବା ଏହାର ସଂକ୍ରମଣକୁ କମ କରିବା ପାଇଁ ସରକାର ବହୁତ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ।

ସମସ୍ତ ପ୍ରକାର ସ୍କୁଲ , କଲେଜ , ମଲ , ସିନେମା ହଲ , ମନ୍ଦିର , ମୟଜିଦ , ଏପରିକି ସମସ୍ତ କ୍ଷେତ୍ରରେ ସରକାର ଲକଡାଉଡ ଏବଂ ସଟଡାଉନ ଘୋଷଣା କରିଛନ୍ତି ଏହା ବ୍ୟତୀତ ରାତ୍ରିକାଳରେ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରିଛନ୍ତି । ଏହା ଦ୍ୱାରା ଲୋକମାନେ ଘରକୁ ବାହାରିବେ ନାହିଁ ଯାହା ଦ୍ୱାରା ଏହି କରୋନାର ସଂକ୍ରମଣକୁ ରୋକାଯାଇପାରିବ ।

ଏହା ପରେ ପରେ ମଧ୍ୟ ସରକାର କରୋନାର ସ୍ତିତିକୁ ଲକ୍ଷ୍ୟ କରି ଲକଡାଉନ ପରେ ଅନଲକର ପର୍ଯ୍ୟୟ ଆରମ୍ଭ କରିଥିଲେ । ମାତ୍ର ଏବେକା ସମୟରେ କରୋନାର ପୁଣି ଥରେ ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଚି ଯେଉଁଥିପାଇଁ ଆମ ମାନଙ୍କୁ ପୁଣି ଥରେ ସତର୍କତା ସହ ରହିବା ଆବଶ୍ୟକ । ଏହା ସହିତ କେତେକ ଜିଲ୍ଲାରେ ମଧ୍ୟ ଜାନୁଆରୀ 31 ଯାଏ ସରକାର ନାଇଟ କର୍ଫ୍ୟୁ ଜାରି କରିଛନ୍ତି ।

ଯେପରିକି ହିମାଚଳ ପ୍ରଦେଶରେ ସିମଲା, କାଙ୍ଗଡା, ମଣ୍ଡି ଓ କୁଲୁରେ ରାତ୍ରିକାଳୀନ କର୍ଫ୍ୟୁ ଜାନୁଆରୀ 31ଯାଏ ବଳବତ୍ତର ରହିବ । ହିମାଚଳ ପ୍ରଦେଶରେ କରୋନା ମାମଲା 55277 ଥିବା ବେଳେ ଏବେସୁଦ୍ଧା 922 ଜଣ ପ୍ରାଣ ହରାଇଛନ୍ତି । ଗୁରୁବାର 193 ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।

ରାଜ୍ୟରେ ଚଳାଚଳ କରୁଥିବା ବସରେ 50 ପ୍ରତିଶତ ଯାତ୍ରୀଙ୍କୁ ଅନୁମତି ରହିଛି । ଜାନୁଆରୀ 2 ରେ ପଡୁଥିବା ଶନିବାର ଦିନ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀର କର୍ମଚାରୀ ଓ୍ୱାର୍କ ଫ୍ରମ୍ ହୋମ୍ କରିବେ ।କୌଣସି ସାର୍ବଜନିକ ଓ ଘରୋଇ କାର୍ଯ୍ୟରେ ସର୍ବାଧିକ 50 ଜଣ ଅତିଥିଙ୍କୁ ଅନୁମତି ମିଳିବ , ରାତ୍ରୀ କର୍ଫ୍ୟୁରେ ବସ୍ ଚଳାଚଳ କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।