Odisha News Portal

ୟାକୁହିଁ କୁହନ୍ତି ଆତ୍ମବିଶ୍ୱାସ, ହାତ ନଥାଇ ବି ଅସମ୍ଭବକୁ ସମ୍ଭବ କରି ଦେଖାଉଛନ୍ତି ଜଗନ୍ନାଥ , ଭିଡିଓ ହେଉଛି ଭାଇରାଲ

ପୁଅ ଜନ୍ମ ହେବା ବେଳକୁ ତାର ଅଧା ହାତ ଗଢା ହୋଇଥିଲା । ତେଣୁ ବାପା ମା ଆଖି ବୁଜି ନାମ ଦେଇଦେଲେ ଜଗନ୍ନାଥ । ଆଜି ମଧ୍ୟ ଜଗନ୍ନାଥ କାହା ଉପରେ ନିର୍ଭର କରୁନାହିଁ ସେ ନିଜ କାମ ନିଜେ ହିଁ କରୁଅଛି । ବେଗୁନିଆ ବଲ୍କ ଦୁର୍ଗାପୁର ପଞ୍ଚାୟତର ଗୁଡୁମଗୁଡୁମ ଗ୍ରାମର ନିରଞ୍ଜନ ମହାପାତ୍ରଙ୍କ ପୁଅ ଜଗନ୍ନାଥ ମହାପାତ୍ର । ବୟସ ପନ୍ଦର ହେଲାଣି ହେଲେ ବାପା ମାଙ୍କୁ ଅନୁଭବ ହୋଇନାହିଁ ପୁଅ ଅକ୍ଷମ ବୋଲି । ଅନେକ ପ୍ରତିବାବ ଅଧିକାରୀ ଅଟନ୍ତି ଜଗନ୍ନାଥ ମହାପାତ୍ର । ସାଇକେଲ , ଗାଡି ଚାଳନା ତାଙ୍କ ପାଇଁ ସାମାନ୍ୟ କଥା , ଏହି ହାତରେ କ୍ରିକେଟ ଖେଳିଛନ୍ତି ବଲ ଫୋପାଡିଛନ୍ତି ।

କେବଳ ଏତିକି ନୁହେଁ ଜଗନ୍ନାଥଙ୍କର ପାଇକ ଆଖଡା ଦେଖିଲେ ଆପଣ ମାନେ ଖୁସିରେ ଫୁଲି ଉଠିବେ । ସେତିକିରେ ସରିନଥିଲା ତାଙ୍କର ଦୃଢ ମନୋବଳ । ବାଡି ଖେଳରେ ମଧ୍ୟ ପାରଙ୍ଗମ ହୋଇପାରିଛନ୍ତି ସେ । ସାଇକେଲ ଛତି ବଲି ଦୁଃସାହସିକ ଖେଳ ଖେଲିବାରେ ମାହିର ହେଉଛନ୍ତି ଜଗନ୍ନାଥ । ତାଙ୍କର ଗୁଣ ଏମିତି କି କ୍ଷଣକରେ ମନ କିଣିନେବେ ଆପଣଙ୍କର । ଅନ୍ୟର ଦୁଃଖକୁ ନିଜର ଭାବି ଉପକାର କରିବାରେ ସେ ଆଜି ଯାଏ କେବେବି ଭୁଲି ନାହାନ୍ତି ।

ତେବେ ସେହି ଜଗନ୍ନାଥ କେବେବି ନିଜକୁ ଅକ୍ଷମ ବୋଲି ଭାବିନାହାନ୍ତି । ସେ କହିଛନ୍ତି ଲୋକମାନେ ତାହାଙ୍କୁ ଅକ୍ଷମ ବୋଲି କହନ୍ତି ମାତ୍ର ସେ କେବେବି ନିଜକୁ ଅକ୍ଷମ ବୋଲି ବାବିନାହାନ୍ତି । ପ୍ରତ୍ୟେକ ଲୋକମାନେ ଯେମିତି କାମ କରନ୍ତି ସେ ମଧ୍ୟ ସେମିତି କରନ୍ତି କେବେବି କାହାକି ସାହାର୍ଯ୍ୟ ନେଇନାହାନ୍ତି । ଏହା ବ୍ୟତୀତ ସେ ବହୁତ ଜାଗାରୁ ତାଙ୍କର କାମ ପାଇଁ ପୁରସ୍କାର ମଧ୍ୟ ପାଇଛନ୍ତି ।

ସେ ନିଜକୁ ସମସ୍ତଙ୍କ ଆଗରେ ସକ୍ଷମ ପରି ହେବାକୁ ଚାହିଁଛନ୍ତି ଏବଂ ନିଜର କାମ ନିଜେ କରିବା ପାଇଁ ଚାହିଁଛନ୍ତି । ତେବେ ତାଙ୍କର ପ୍ରତିଭା ଆଗରେ ତୁଚ୍ଛ ହୋଇଯାଇଛି ତାଙ୍କର ଶାରିରୀକ ବିକଳାଙ୍ଗ । ଘାସ କଟା ଠାରୁ ଘୋଡା ଚଢା ଯାହା ଆମେ ଆଜି ଯାଏ ଚେଷ୍ଟା କରିନେ ସବୁକିଛି କରିଛନ୍ତି ଜଗନ୍ନାଥ ମହାପାତ୍ର ।

ସେହି ଗ୍ରାମର ସମରେଶ ସୁନ୍ଦେରଙ୍କୁ ଧନ୍ୟାବାଦ କାରଣ ସେ ପିଲାଟିକୁ ଚିହ୍ନି ପାରି ତାର ହାତ ଧରି ଏତେ ବାଟ ଚଲାଇ ଆଣିଛନ୍ତି । ଜିଲ୍ଲା ଏବେ ରାଜ୍ୟ ସ୍ତରୀୟ କ୍ଷେତ୍ରରେ ଅନେକ ସ୍ଥାନରେ ସେ ନିଜକୁ ନିଜର ପ୍ରଦର୍ଶନ ଦେଖାଇ ବହୁବାର ସମ୍ମାନିତ ହୋଇ ସାରିଛନ୍ତି ଜଗନ୍ନାଥ । ଗାଁ ଲୋକମାନେ ସରକାର ତରଫରୁ ସାହାର୍ଯ୍ୟ ଏବଂ ସହଯୋଗ ପ୍ରାର୍ଥନା କରୁଛନ୍ତି ।

ତେବେ ଏଭଲି ଏକ ପ୍ରତିଭା ଆମ ମାନଙ୍କ ବହୁତ ବହୁତ ଆଶ୍ଚର୍ଯ୍ୟର କଥା ଅଟେ ଯିଏ କି ନିଜର ଅକ୍ଷମ କାମକୁ ଏବେ ସମସ୍ତଙ୍କ ଆଗରେ କରିପାରୁଛନ୍ତି ଯାହାକି ଅନ୍ୟ ଲୋକମାନେ ମଧ୍ୟ ଜଣେ ଭଲ ଲୋକ ମାନେ ମଧ୍ୟ ଚାହିଁଲେ ସେପରି କାମ କରିପାରିବେ ନାହିଁ । ତେବେ ଏପରି ପିଲା ପାଇଁ ତାହାକୁ ଆହୁରି ଉତ୍ସାହିତ କରିଲେ ସେ ଆହୁରି ଆଗକୁ ବଢିବ ଏବଂ ନିଜର ନାମ କମାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।