ମାଳିକାର ସ୍ପଷ୍ଟ ଭବିଷ୍ୟତବାଣୀ ! ରାମାୟଣର ଶବରୀ ଜନ୍ମନେବେ ଦେବୀ ନଦୀ କୂଳରେ ! କଣ ସତରେ କଳିଯୁଗର ଅନ୍ତ ଘଟିବାକୁ ଯାଉଛି ?

ଆଜି ଆମେ ମାଳିକାର ବର୍ଣ୍ଣିତ ଦେବୀ ନଦୀ ବିଷୟରେ ଏହି ଲେଖା ମାଧ୍ୟମରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ । ତେବେ କଣ ଲେଖା ହୋଇଛି ମାଳିକାରେ ଦେବୀ ନଦୀ ବିଷୟରେ ଏବଂ କାହିଁକି ଦେବୀ ନଦୀକୁ ରତ୍ନଗର୍ଭା ନଦୀ ବୋଲି କୁହାଯାଏ , ସେ ସଂପର୍କରେ ପୂରା ବିବରଣୀ ଆମେ ଆପଣ ମାନଙ୍କୁ ଜଣାଇବୁ, ତେବେ ଚାଲନ୍ତୁ ଆରମ୍ଭ କରିବା ।

ତେବେ ପ୍ରତ୍ୟେକ ନଦୀର ଗୋଟିଏ ଗୋଟିଏ ନାଁ ଅଛି ଯେମିତି କୁଶଭଦ୍ରା ନଦୀ , ସେହି କୁଶଭଦ୍ରା ନଦୀ କୂଳରେ ମହାପୁରୁଷ ଯଶୋବନ୍ତ ଦାଶ ଜନ୍ମ ହେବେ ବୋଲି ଭବିଷ୍ୟ ପ୍ରବାର୍ଦ୍ଧ ଗ୍ରନ୍ଥରେ ଲେଖା ହୋଇଛି । ପ୍ରାଚୀ ନଦୀ କୂଳ ଉତ୍ତର ତୀରରେ କୁଶଭଦ୍ରା ଦକ୍ଷିଣରେ । ପିତା ଗଙ୍ଗାଧର ମାତା ଶଶୀଦେଇ, ଜନ୍ମିବି କରଣ ଘରେ । ଅର୍ଥାତ କଳି ଯୁଗର ଅନ୍ତିମ ଅବସ୍ଥାରେ ଥରଥର କରି ତେର ଥର ମହାପୁରୁଷ ମାନେ ଜନ୍ମ ଗ୍ରହଣ କରୁଥିବେ । କୁଶଭଦ୍ରା ନଦୀକୂଳରେ ଜନ୍ମ ଗ୍ରହଣ କରିଥିବେ ମହାପୁରୁଷ ଯଶୋବନ୍ତ ଦାଶ ।


ତେବେ ପ୍ରାଚୀ ନଦୀ ହେଉଛି ସରସ୍ବତୀ ଆଉ ସେହି ପ୍ରାଚୀ ନଦୀର ଏକ ପଟେ ଧାରାରେ ବୋହି ଆସୁଛନ୍ତି କାଠଯୋଡି ଠାରୁ ଦେବୀ ନଦୀ । ତେବେ କାହିଁକି ହେଲା ଏହାର ନାଁ ଦେବୀ ନଦୀ , କଣ ବିଶେସ୍ବତ ରହିଛି ଏହି ଦେବୀନଦୀର ଯାହାର ମହାପୁରୁଷ ଅଚ୍ୟୁତାନନ୍ଦ କଲମ କରିଛନ୍ତି ମାଳିକାରେ ଚାଲନ୍ତୁ ଜାଣିବା ।

ସ୍ବର୍ଗରୁ ଦେବକନ୍ୟା ଆସିକରି ସ୍ନାନ କରିଲେ ଯେତେବେଳେ, ସେହି କାରଣରୁ ଦେବୀ ନାମ ହେଲା ଷୋଳତୁରେ ବ୍ରଜବାଳେ । ଅର୍ଥତା ସ୍ବର୍ଗରୁ ଦେବକନ୍ୟା ମାନେ ଆସି ଏହି ନଦୀରେ ସ୍ନାନ କରନ୍ତି ଏବଂ ଏହି ଦେବୀ ନଦୀ କୂଳରେ ବହୁତ କଥା ଅଛି ଯାହା ଆପଣ ମାନେ କେବେ ଚିନ୍ତା ମଧ୍ୟ କରିନଥିବେ । ତେବେ ଦେବକୀ ଏବଂ ବାସୁଦେବ ମଧ୍ୟ ଏହି ନଦୀ ପାର ହୋଇଥିଲେ, ଯେତେବେଳେ ଦେବକୀ ଦେବୀ ବ୍ରତ କରିବା ପାଇଁ ଓଡିଶା ଆସିଥିଲେ ଏବଂ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।


ଆଉ ଯେତେବେଳେ କଳିଙ୍ଗର ରାଜା ଦେବକୀ , ବସୁଦେବ ଏବଂ ଭଗବାନ କୃଷ୍ଣୁଙ୍କୁ ପାଛୋଟି ନେଇଥିଲେ ତାଙ୍କୁ ସେହିଠାରୁ ନାଁ ହୋଇଗଲା ଦେବୀ ନଦୀ । ଦେବକନ୍ୟା ମାନେ ସ୍ନାନ କରିଥିଲେ ଏବଂ ଦେବକୀ , ବସୁଦେବ ଏବଂ ଭଗବାନ କୃଷ୍ଣ ଏହି ନଦୀ ପାର କରିଥିଲେ । ତେଣୁ ଏହି ନଦୀର ମହାତ୍ମ୍ୟ ଅକଥନୀୟ , ଅବର୍ଣ୍ଣନୀୟ ଅଟେ ।

ଭବିଷ୍ୟତରେ ଦେବୀ ନଦୀ କୂଳରେ ବହୁତ ଲୀଳାଖେଳା ହେବ ବୋଲି ମହାପୁରୁଷମାନେ ତାଙ୍କର ଭିବଷ୍ୟ ମାଳିକାରେ ଲେଖିଯାଇଛନ୍ତି । ଦେବୀ ନଦୀ କୂଳରେ ଜଣେ ,ସିଦ୍ଧ ସନ୍ୟାସୀନି ଥିବେ ଏବଂ ସେ ସନ୍ୟାସୀନି ହେଉଛନ୍ତି ଶବରୀ ସେ ମଧ୍ୟଜନ୍ମ ଗ୍ରହଣ କରିଥିବେ , ପଞ୍ଚସଖାଙ୍କ ମହାମିଳନ ହେବ ଏବଂ ଯଜ୍ଞ ହେବ , ଆଉ ଭକ୍ତମାନେ ଆସି ଏଠାରେ ପହଞ୍ଚିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment