ଏ ଆତ୍ମା କାନ୍ଦୁଛି ମନ୍ତ୍ରୀ ତୁମେ ଆସ… ଏଇ ଝିଅଟି ଖୋଲିଦେଲା ସରକାରଙ୍କ ଗୁମର… ଦେଖନ୍ତୁ Video

ପୁଣି ତେଜିଲା ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ। ଯାହାକୁ ନେଇ ସେମାନେ ଏବେ ଅନେକ ସଂଖ୍ୟାରେ ରାସ୍ତାକୁ ଉଲ୍ହାଇ ଥିବା ଜଣା ପଡିଛି। ସେମାନଙ୍କ ଭିତରେ ଥିବା ଉତ୍ତେଜନା ଏବଂ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି ଏହି ଛାତ୍ର ଆନ୍ଦୋଳନ ରେ। ତେବେ ଯେଉଁ ଚିତ୍ର ଏହାକୁ ନେଇ ସୃଷ୍ଟି ହୋଇଛି ତାହା ବାସ୍ତବରେ ଏକ ଅଶୋଭନୀୟ ବାର୍ତ୍ତା ପ୍ରଦାନ କରୁଛି। କାରଣ ଅନ୍ୟାୟ ଅଭିଯୋଗ କରି ଏହାର ପ୍ରମାଣ ଦେଖାଇ ସେମାନଙ୍କୁ ନ୍ୟାୟ ଦିଆ ନଯାଇ ଯେଉଁଭଳି ଭାବରେ ପରୋକ୍ଷ ଭାବରେ ମାନସିକ ଯନ୍ତ୍ରଣା ଦିଆ ଯାଉଛି। ଏହାରି ଭିତରେ ମେ ମାସର ଖରାରେ ଛାତ୍ର ଛାତ୍ରୀ ମାନେ ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଆଗରୁ ସେମାନେ ଏ ବିଷୟରେ ସୁଚାଇଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ବ ଦିଆ ନଯିବା ଏବଂ ଅଣଦେଖା କରାଯିବାରୁ ସେମାନେ ମେ ୪ ତାରିଖରେ ଅଧିକ ସଂଖ୍ୟାରେ ଆସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ଆଉ ଏଥିପାଇଁ ସେମାନେ କାଲି ତାଙ୍କର ରାଲି କରିଥିଲେ ଏବଂ ପୂର୍ବଭଳି ଗଣମାଧ୍ୟମ ସମ୍ମୁଖରେ ତାଙ୍କର ଅଭିଯୋଗ ରଖିଥିଲେ।ସେମନଙ୍କର କହିବା କଥା ହେଲା କିପରି ଭାବରେ ଚାକିରି ପାଇଁ ମନୋନୀତ ପ୍ରାର୍ଥୀ ମାନଙ୍କ ତାଲିକାରେ କମ୍ ମାର୍କ ରଖିଥିବା ପିଲା ମାନଙ୍କର ନାମ ଆସିଲା ଏବଂ ଆମେ ଅଧିକ ପ୍ରତିଶତ ମାର୍କ ରଖି ମଧ୍ୟ ଆମ ନାମ ଆସିଲାନି।

ଆଜି ଆମେ ଅଯୋଗ୍ୟ ହୋଇଗଲୁ ଏତେ ମାର୍କ ରଖି। ତେଣୁ ଏ ପ୍ରକାର ଅନ୍ୟାୟ, ଦୁର୍ନୀତି କଣ ପାଇଁ ହେଉଛି ସରକାର୍ ତାର ଜବାବ୍ ରଖିବା ଦରକାର। ତେବେ ଏତେ ପ୍ରମାଣ ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଚୟନ ପ୍ରକ୍ରିୟା ରେ ସ୍ବଚ୍ଛତା ର କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁ ନାହିଁ। ତେବେ ଯାହାବି ହେଉ ଯେଉଁ ଭଳି ଭାବରେ ଆଶାୟୀ ପ୍ରାର୍ଥୀମାନେ ଧାରଣାରେ ବସିଛନ୍ତି ଏବଂ ନିଜର କୋହ ପ୍ରକାଶ କରିଛନ୍ତି ତାହା ବାସ୍ତବରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଯଦି ଏହିଭଳି ଭାବରେ ମାନସିକ ସ୍ତରରେ ଚାପ ଦିଆଯିବ ତାହେଲେ ବାସ୍ତବ ପକ୍ଷେ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀ ମାନେ ସେମାନଙ୍କର ହକ୍ ପାଇ ପାରିବେ ନାହିଁ। ଯାହା ଏକ ବଡ଼ ସମସ୍ୟା ଅଟେ।

ଏହିଭଳି ଭାବରେ ଅନେକ ସମୟରେ ପିଲାମାନେ ପରୀକ୍ଷା ରେ ସ୍ୱଚ୍ଛତା ନଥିବା, ମାର୍କ ରେ ଅନିୟମିତତା ନଥିବା ନେଇ ଅଭିଯୋଗ କରିଛନ୍ତି ଏବଂ ଧାରଣା ରେ ବସିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଏସବୁ କୁ ନେଇ କୌଣସି ପ୍ରକାର ପଦକ୍ଷେପ ବି ନିଆ ଯାଇନାହିଁ। ସତେ ଯେମିତି ଦୁର୍ନୀତି ରେ ବୁଡି ରହିଛି ପୂରା ସିଷ୍ଟମ ଏବଂ ଏଥିରେ ପ୍ରଭାବିତ ହେଉଛନ୍ତି ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନେ।ଯଦିଓ ପିଲାମାନେ ଚୟନ ପ୍ରକ୍ରିୟା ରେ ଅନିୟମିତତା ହୋଇଥିବା ନେଇ ପ୍ରମାଣ ଦେବାପରେ ମଧ୍ୟ ଏହାର ତଦନ୍ତ କରା ନଯିବା ଏବଂ ପିଲା ମାନଙ୍କୁ ସନ୍ତୋଷ ଜନକ ପଦକ୍ଷେପ ନିଆଯିବା ନେଇ କିଛି କୁହା ନଯିବା ବାସ୍ତବରେ ଏକ ବିଡମ୍ବନା ର ବିଷୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment