ଧରା ପଡିଗଲା ସ୍ତ୍ରୀ ର କାରନାମା !! ଶୁଣନ୍ତୁ ଭାଇରାଲ Audio Call

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବିଶେଷ ଭାବରେ ଭାଇରାଲ ହେଉଛି ସ୍ତ୍ରୀ ଓ ସ୍ୱାମୀ ର ସମ୍ପର୍କ କୁ ନେଇକି ସୃଷ୍ଟି ହେଉଥିବା ଫାଟ | ଆଉ ଯେଇଥିପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ର ମୂଳଦୁଆ ମଧ୍ୟ ଠିକ ରହୁନି | ତେବେ ଦେଖାଯାଏ କି ଯଦି ଗୋଟିଏ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଥାଏ ତାହେଲେ ସେ ସମ୍ପର୍କ ବେଶି ଦିନ ଯାଏ ତିଷ୍ଠି ରୁହେ ନାହିଁ | ତେବେ ସେହିଭଳି ଗୋଟିଏ ଘଟଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଘଟିଥିବା ଘଟଣା ଟି ହେଉଛି ପ୍ରହରାଜ ପୁର ଗ୍ରାମପଞ୍ଚାୟତ ର ଏରସମା ଗ୍ରାମର ଅତୁଲ ମାଝୀଙ୍କ ଏକମାତ୍ର ପୁଅ ଲିଟୁନା ମାଝୀ ଜୁଲାଇ 7 ତାରିଖ ଦିନ ବିବାହ କରିଥିଲେ ଜାନକା ଦେଇପୁର ପଞ୍ଚାୟତ ର ଦୁର୍ଗାପୁର ଗାଁ ର ସୁରେଶ ଘଟୁଆ ଙ୍କ ଝିଅ ରୀନା ଖଟୁଆ ଙ୍କୁ ବୌଦିକ ରୀତିରେ ବିବାହ କରିଥିଲେ | ଆଉ ଯାହା ଜଣା ପଡିଥିଲା କି ବିବାହ ପରଠୁ ସେମାନଙ୍କ ମଧ୍ୟରେ ସମ୍ପକରେ ସୃଷ୍ଟି ହୋଇଥିଲା ଫାଟ | ଆଉ ଯେଉଁଥିପାଇଁ ଆଜି ଥାନା ର ଦ୍ଵାରସ୍ଥ ହୋଇଥିଲେ ଯୁବକ ଜଣଙ୍କ |

ତେବେ ଯାହା ଜଣା ପଡିଛି ବିବାହ ପରେ ସ୍ୱାମୀ ଜଣଙ୍କ ତାଙ୍କର ସ୍ତ୍ରୀ ଙ୍କ ସହିତ ପ୍ରଥମ ରାତିରୁ ସମ୍ପର୍କ ରଖିବାକୁ ଚାହିଁଥିଲେ | କିନ୍ତୁ ତାହାକୁ ମନା କରିଥିଲେ ରୀନା | କିନ୍ତୁ ପୁଣି ପରେ ତାଙ୍କ ମଧ୍ୟରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କିଛି ବି ସମ୍ପର୍କ ନ ଥିଲା | ତେବେ ଯାହା ଜଣା ପଡିଥିଲା କି ରୀନା ସବୁବେଳେ ଫୋନ ରେ ଅନ୍ୟ କାହା ସହିତ ବ୍ୟସ୍ତ ସବୁବେଳେ ରହୁଥିଲେ | ଆଉ ତାଙ୍କର ଶାଶୁ ଶଶୂର ଙ୍କୁ ମଧ୍ୟ ଗୁରୁତ୍ୱ ଦେଉ ନ ଥିଲେ | ଆଉ ଯୋଉଁଥିପାଇଁ ସ୍ୱାମୀ ଲୁଟୁନା ଙ୍କ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ |

ଆଉ ଯେଉଁଥିପାଇଁ ସ୍ୱାମୀ ଜଣଙ୍କ ତାଙ୍କର ସ୍ତ୍ରୀ ଙ୍କ ଫୋନ ରେ ଅଡ଼ିଓ ରେକଡ଼ିଙ୍ଗ କରିଥିଲେ କାହା ସହିତ କଥା ହୁଅନ୍ତି ଜାଣିବା ପାଇଁ | ଆଉ ଶେଷରେ ତାଙ୍କର ସମସ୍ତ ସତ୍ୟ ମଧ୍ୟ ଧରପଡିଥିଲା ଆଉ ଯେଉଁଥିପାଇଁ ସ୍ୱାମୀ ଜଣ ଙ୍କ ତାଙ୍କର ସ୍ତ୍ରୀ ଙ୍କୁ ତାଙ୍କ ମାଉସୀ ଙ୍କ ଘରେ ଛାଡି ଦେଇକି ଆସିଥିଲେ | ଆଉ ରୀନା ଙ୍କ ନାଁ ରେ ଥାନା ରେ ଅଭିଯୋଗ ମଧ୍ୟ ଦେଇଥିଲେ | କିନ୍ତୁ ଅପର ପଟେ ସ୍ତ୍ରୀ ଜଣଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାଁ ରେ ଯୌତୁକ ନିର୍ଯାତନା ର ଦାବି ଲଗାଇ ଥାନା ର ଦ୍ଵାରସ୍ଥ ହୋଇଥିଲେ | ବର୍ତ୍ତମାନ ଏହି ଘଟଣା ଟିର ପୋଲିସ ତଦନ୍ତ ଚଳାଇଛି | ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment