Odisha News Portal

ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି , ତେବେ କଠୋର ଦଣ୍ଡ ଦେଇ କରାଯିବ ନପୁଂସକ ! ସରକାର ନେଲେ ବଡ ନିଷ୍କତି ! କଣ ଏହା ଭାରତରେ ହେବା ଦରକାର କି ?

ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି । କଠୋର ଦୁଷ୍କର୍ମକାରୀଙ୍କୁ ମିଳିବ ନାହିଁ କ୍ଷମା । ତେବେ କଠୋର ଦଣ୍ଡ ଦେଇ କରାଯିବ ନପୁଂସକ । ଏହି୍ ଆଇନ୍ ରେ ମହୋର ମାରିଲେ ଏହି ଦେଶର ପ୍ରଧାନ ମନ୍ତ୍ରୀ । ତେବେ କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ ଖବର ଏବଂ କେଉଁ ଦେଶରେ ଏମିତିକା ନିୟମ ଲାଗୁ ହୋଇଛି ଜାଣିବା ପାଇଁ ଚାହୁଁ ଥିଲେ ଆମର ଏହି ଲେଖାଟିକୁ ସଂମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ଥରେ ପଢନ୍ତୁ ।ତେବେ ବର୍ତ୍ତମାନ ସାରା ଦେଶରେ ତଥା ସାରା ବିଶ୍ବରେ ନାରୀ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ , ଗଣ ଦୁଷ୍କର୍ମ ଭଳି ସମସ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।

ଆଉ ଏହାକୁ ରୋକିବା ପାଇଂ ସରକାର ଯେତେ ପ୍ରକାର ପଦକ୍ଷେପ ନେଉ ଥିଲେ ମଧ୍ୟ ତାହା ସଫଳ ହୋଇପାରୁ ନାହିଁ କି ଏହା ରୋକିବାର ନାଁ ହିଁ ଧରୁ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖ୍ ଏହି ଦେଶର ପ୍ରଧାନ ମନ୍ତ୍ରୀ ନେଇଛନ୍ତି ଏକ ବହୁତ ବଡ,ନିଷ୍ପତି ।

ତେବେ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ ଏକ ଆଇନ କୁ ମଞ୍ଜୁରି ଦେଇଛନ୍ତି । ଯେଉଁଥିରେ ଦୁଷ୍କର୍ମ କାରୀଙ୍କୁ ରସାୟନିକ ଉପାୟରେ ନପୁଂସକ କରିବା ପାଇଂ ଏବଂ ଯୌନ ଶୋଷଣ ମାମଲା ଗୁଡିକର ଶିଘ୍ର ଶୁଣାଣିର ବ୍ୟବସ୍ଥା ରହିଛି । ତେବେ ପାକିସ୍ତାନ ମିଡିଆ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ ଜାରି କରାଯାଇଥିବା ଏକ ଖବରର ଏହା ଦାବି କରି ଯାଇଛି ।

ଜିଓ ଟିଭିର ଖବର ଅନୁସାରେ , କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆ ଯାଇଛି ଯେଉଁ ଥିରେ ଆଇନ ମନ୍ତ୍ରଳାୟରେ ଦୁଷ୍କର୍ମ ବିରୋଧୀ ଅଧ୍ୟାଦେଶରେ ଏହି ଡ୍ରାପ୍ଟ ପ୍ରସ୍ତୁତ କରିଛନ୍ତି । ମାତ୍ର ଏ ସଂପର୍କରେ କୌଣସି ଅଧିକ ଘୋଷଣା କରା ଯାଇ ନାହିଁ । କିନ୍ତୁ ଖବର ଅନୁସାରେ ଡ୍ରାଫରେ ପୋଲିସ ବ୍ୟବସ୍ଥାରେ ମହିଳା ମାନଙ୍କର ଭୂମିକା ବଢାଇବା ଏବଂ ଦୁଷ୍କର୍ମ ମାମଲାର ଶିଘ୍ର ଶୁଣାଣି କରିବା , ଏହା ସହିତ ସାକ୍ଷୀ ମାନଙ୍କ ର ସୁରକ୍ଷା ସାମିଲ ରହିଛି ।


ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ ଏହା ଗମ୍ଭିର ମାମଲା ଏବଂ ଏହି ମାମଲାର ଶୁଣାଣିରେ ବିଳମ୍ବ ବରଦାସ୍ତ କରାଯିବ ନାହିଁ । ସେ କହିଛନ୍ତି ଆମକୁ ଆମ ନାଗରୀକ ମାନଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା ଏବଂ ବାତାବରଣ ସୃଷ୍ଟି କରିବାକୁ ପଡିବ । ଏହାସହିତ ଦୁଷ୍କର୍ମ ପିଡିତା ଭୟଭୀତ ନ ହୋଇ ଅଭିଯୋଦ ଦାୟର କରିପାରିବେ । ସରକାର ସେମାନଙ୍କ ପରିଚୟ ଲୁଚାଇ ରଖିବେ ।


ରିପୋର୍ଟ ଅନୁସାରେ କିଛି ସଂଙ୍ଘିୟ ମନ୍ତ୍ରୀ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶି ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଶାସକ ପାକିସ୍ତାନ ଏ ଇଂସାଫର ଶାଂସଦ ଫୈଏଜର ଜାଭେଦ୍ ଖାନ୍ ଟ୍ବିଟ କରି କହିଛନ୍ତି ଯେ ଆଉନ୍ ଶିଘ୍ର ସଂସଦରେ ଉପସ୍ଥିତ ଥିବା ହେବ । ତେବେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ ଯାହାକି ଦୁଷ୍କର୍ମ କାରୀଙ୍କ ପାଇଁ ଗୋଟିଏ ବହୁତ ବଡ କଠୋର ନିଷ୍ପତି ନେଇଛନ୍ତି । ଆଉ ଏହି ନିଷ୍ପତି ଯଦି ଲାଗୁ ହେବ ତେବେ ଦେଶରେ ଦୁଷ୍କର୍ମ ଭଳି ଅତି ଘୂର୍ଣ୍ଣ୍ୟ ଅପରାଧ କରୁଥିବା ଲୋକମାନେ ନିଶ୍ଚିତ ଭାବେ ଏହାର ଉଚିତ ଜବାବ୍ ପାଇବେ ବୋଲି ଆଶା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।