ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରତ୍ୟେକ ଦିନ ଏପରି କିଛି ଖବର ସାମ୍ନାକୁ ଆସିଥାଏ . ଯାହାକୁ ଶୁଣିବା ପରେ ଆମର ପ୍ରଶଂସକ ମାନେ ସହଜରେ ବିଶ୍ବାସ କରିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ପରି ଗୋଟିଏ ଘଟଣା କହିବାକୁ ଯାଉଛୁ ଯାହକୁ ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ପ୍ରତି ଥର ପରି ଆଜି କହୁଛୁ , କଣ ସତରେ ସମାଜରେ ଝିଅଟିଏ ହୋଇ ଜନ୍ମ ହେବା ସବୁଠାରୁ ବଡ ପାପ ହୋଇଥାଏ । ଝିଅଟିଏ ଯେତେ ଉଚ୍ଚ ଫ୍ୟାମିଲିର ହୋଇଥାଉ କିମ୍ବା ଜଣେ ବଡ ପଦବୀରେ ରହି ଥାଉ ତା ଜୀବନ ପ୍ରତି ସବୁ ବେଳେ ବା ପ୍ରତିମୂହୂର୍ତ୍ତ ବିପଦ ରହିଥାଏ । ତେବେ ଚଲନ୍ତୁ ଜାଣିନେବା କଣ ସେହି ଘଟଣାଟି ।
ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ୍ଙ୍କ ଏକ ଅଡିଓ ମ୍ୟାସେଜ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ବିହାର ନିର୍ବାଚନ ପ୍ରଚାର ସମୟରେ କିପରି ନିଜକୁ ଅସୁରକ୍ଷିତ ମନେକରୁଥିଲେ ସେ ବିଷୟରେ କହିଛନ୍ତି ।
ଦୁଷ୍କର୍ମ ବା ହତ୍ୟା କରାଯିବାର ଆଶଙ୍କା କରିଥିଲେ ବୋଲି ଭିଡିଓରେ କହିଛନ୍ତି ଅମୀଷା । ତେବେ ଗୋଟିଏ ନିର୍ଦ୍ଧିଷ୍ଟ ସୋସିଆଲ ମିଡିଆକୁ ଇଣ୍ଟରଭ୍ୟୁୟୁ ଦେଇ ଅମୀଷା କହିଛନ୍ତି, ସେ ଜଣେ ଅତିଥି ଭଳି ବିହାରକୁ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାରରେ ଯୋଗଦେବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ପ୍ରକାଶ ଚନ୍ଦ୍ରଙ୍କର ଲୋକମାନେ ତାଙ୍କୁ ଧମକାଇବା ସହ ବ୍ଲାକ୍ମେଲ୍ ମଧ୍ୟ କରିଥିବା । ତତ ସହିତ ଅଭିନେତ୍ରୀ ଅମୀଷାଙ୍କ ଦଳକୁ ମଧ୍ୟ ସେମାନେ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।
ତେବେ ଅଭିନେତ୍ରୀ ଅମିଷା ପଟେଲ୍ ମୁମ୍ୱାଇ ଫେରିବା ପରେ ମଧ୍ୟ ତାଙ୍କ ପାଖକୁ ଏହି ପରି ଧମକପୂର୍ଣ୍ଣ ମ୍ୟାସେଜ ତଥା କଲ୍ ଆସୁ ଥିବାର ମଧ୍ୟ ସେ କହିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି , ନିଜେ ପ୍ରକାଶ ଚନ୍ଦ୍ରା ମଧ୍ୟ ତାଙ୍କୁ ଧମକ ଦେବା ସହ ବ୍ଲାକ୍ମେଲ ଏବଂ ତାଙ୍କ ପ୍ରତି ଖରାପ ବ୍ୟବହାର କରି ଥିଲେ । ଏପରି ସବୁ ସଂଙ୍ଗୀନ ଅଭିଯୋଗ ମାନ ଅମୀଷା ପଟେଲ୍ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦ୍ରା ଙ୍କ ନାଁ ରେ କରିଛନ୍ତି ।
ଅନ୍ୟପଟେ ଦେଖିବାକୁ ଗଲେ ଅଭିନେତ୍ରୀ ଅମୀଷା ପଟେଲ୍ ଙ୍କର ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦ୍ରା । ପ୍ରକାଶ ଲୋକଙ୍କର ଭୋଟରେ ବିଶ୍ବାସ କରନ୍ତି ଏବଂ ପ୍ରକାଶଙ୍କର ଜଣେ ସମ୍ପର୍କୀୟ ଅମିଷାଙ୍କ ସହିତ ଯୋଗାଯୋଗ କରି ନିର୍ବାଚନ ପ୍ରଚାର ସାମିଲ କରାଇଥିଲେ । ତେବେ ଅମୀଷା ପଟେଲ୍ ଙ୍କୁ ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷା ତଥା ସବୁ ପ୍ରକାର ସୁବିଧା ଯୋଗାଇ ଦିଆ ଯାଇଥିଲା ବା ପ୍ରଦାନ କରା ଯାଇ ଥିଲା ବୋଲି ମଧ୍ୟ ପ୍ରକାଶ ଚନ୍ଦ୍ରା କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।