ଦୁର୍ଗାଷ୍ଟମୀ ବ୍ରତରେ କେଉଁ ଖାଦ୍ୟ ଖାଇବେ ଏବଂ କେଉଁ ଖାଦ୍ୟ ଖାଇବେ ନାହିଁ

ବନ୍ଧୁଗଣ ବର୍ତମାନ ଦୁର୍ଗା ପୂଜାରେ ଆପଣଙ୍କ ଘରେ ଦଶଭୁଜାଙ୍କ ପୂଜା ନିଶ୍ଚିତ ହେଉଥିବ |ଏହି ପୂଜା ଆପଣ କେତେ ନିଷ୍ଠାର ସହ ପାଳୁଥିବେ,ବ୍ରତ ମଧ୍ୟ୍ୟ କରୁଥିବେ |ଏହି ବ୍ରତ ପାଳନ କରି ଆପଣ କଣ ସବୁ ଖାଉଛନ୍ତି, କଣ ସବୁ ଖାଇବା ଉଚିତ |ଏମିତି କିଛି ଦ୍ରବ୍ୟ ରହିଛି ଯାହା ଆପଣ ଅଜାଣତରେ ଖାଇବା ଦ୍ଵାରା ଆପଣଙ୍କ ବ୍ରତ ଭାଙ୍ଗିଯାଇ ପାରେ |ତେବେ ଆସନ୍ତୁ ଆଗକୁ ଆସୁଥିବା ଅଷ୍ଟମୀ ପୂଜାରେ କଣ ସବୁ ଖାଇପାରିବେ ତାହା ମୁଁ ଆପଣଙ୍କୁ ଜଣାଇବି |

ଏହି ଅଷ୍ଟମି ପୂଜାରେ କୌଣସି ପାକ ଦ୍ରବ୍ୟ ଭୁଲରେ ବି ଖାନ୍ତୁ ନାହିଁ |ଯେମିତିକି କ୍ଷୀରି, ଖେଚଡି, ଡାଲମା କିମ୍ବା ଆର୍ଣ୍ଣ ଇତ୍ୟାଦି ଖାନ୍ତୁ ନାହିଁ | ଯଦି ଆପଣଙ୍କ ଦେହ କୌଣସି ଖରାପ ରହିଛି ତେବେ ଆପଣ ଏହି ଖାଦ୍ୟ ଖାଇପାରିବେ |ଯଦି ଆପଣ ସୁଗାର ପସେଣ୍ଟ ହୋଇଥିବେ ତେବେ ଆପଣ ଚିନି ବ୍ୟତୀତ ଅନ୍ୟ ସବୁ ଖାଦ୍ୟ ଖାଇପାରିବେ, ଯାହାକି ଛେନା କ୍ଷୀର ଛେନା କିମ୍ବା ଦହି ଛେନା, ସବୁ ପ୍ରକାର ଫଳକୁ ମିଶାଇ ପଣା ପ୍ରସ୍ତୁତ କରି ସେଥିରେ ଗୁଲ ମରିଚ ଗୁଣ୍ଡ, ଅଳ୍ପ ଅଦା ଛେଞ୍ଚା ଓ ଦହି ଛେନା ମିଶାଇ ତାହାକୁ ସେବନ କରିପାରିବେ |ଏହା ସମସ୍ତେ ଖାଇପାରିବେ କାରଣ ଏହି ପଣା ଆମ ଦେହ ପାଇଁ ବହୁତ ଉପକାରୀ ଅଟେ |ପଣା ପିଇଲେ ଆମକୁ ଭୋକ ଲାଗେନାହିଁ କି ଆମକୁ ଦୁର୍ବଳ ଲାଗେନାହିଁ |

ବହୁତ ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ଥିବକି ଏହି କ୍ଷୀର,ଦହି, ଛେନା ଏ ସବୁ କଣ ପାଇଁ ପାକ ଦ୍ରବ୍ୟ ନୁହଁ |ଆଜ୍ଞା ହଁ ଏସବୁ ପାକ ଦ୍ରବ୍ୟ ନୁହଁ କାରଣ ପଞ୍ଚ ଅମୃତ ରେ ଏହି ଦ୍ରବ୍ୟ ବ୍ୟବହାର କରାଯାଏ ତେଣୁ ଏହାକୁ ପାକ ଦ୍ରବ୍ୟ କୁହାଯାଏ ନାହିଁ |ଏହି ଅଷ୍ଟମୀ ବ୍ରତ ରେ ଆପଣ ସମସ୍ତ ପ୍ରକାର ଫଳ ଖାଇପାରିବେ,କେବଳ ନଡ଼ିଆ ଆପଣ ଖାନ୍ତୁ ନାହିଁ କାରଣ ନଡ଼ିଆକୁ ଏହି ଅଷ୍ଟମୀ ତିଥିରେ ଗୋମଂସା ସହିତ ସମାନ କରାଯାଇଛି ତେଣୁ ଆପଣ ଏହାକୁ ଖାନ୍ତୁ ନାହିଁ | ଏହି ବ୍ରତରେ ଆପଣ ସାଗୁ ଖାଇପାରିବେ ମାତ୍ର ଚୁଡା ଖାନ୍ତୁ ନାହିଁ କାରଣ ଚୁଡା ନିଦା ଖାଦ୍ୟ ଏହା ଅନ୍ନରେ ଯାଉଛି |ସାଗୁରେ ଗୁଡ କିମ୍ବା ମିଶ୍ରି ମିଶାଇ ଦହି ଛେନା ଆଦି ମିଶାଇ ଖାଇପାରିବେ |

ଉଷା ବ୍ରତରେ କୌଣସି ଖାଦ୍ୟ ଚୁବାଇ ଖାଇବା କଥା ନୁହଁ ଯଦି ଆପଣ ଏହି କଥାକୁ ମାନିବାକୁ ଚାହୁଁଛନ୍ତି ତେବେ ସବୁ ଫଳକୁ ଆପଣ ଗ୍ରାଇଣ୍ଡିଙ୍ଗ କରି ଜୁସ ପ୍ରସ୍ତୁତ କରି ଖାଇପାରିବେ |ଏହାକୁ ପାନୀୟ ବୋଲି କୁହାଯାଏ |ଆପଣ ଅଷ୍ଟମୀ ଦିନ ପୂଜା ସାରି ସରବତ କିମ୍ବା ଫଳ ଖାଇପାରିବେ, ଯଦି ସଂକଳ୍ପ ହେବାକୁ ଚାଁହୁଛନ୍ତି ତେବେ ଅଷ୍ଟମୀ ନବମୀ ତିଥୀ ପାଇଲାପରେ ସଂକଳ୍ପ ହୋଇ ଖାଇପାରିବେ |ଅଷ୍ଟମୀ ତିଥିରେ ଯଦି ଆପଣ କନ୍ୟା ପୂଜା କରୁଛନ୍ତି ତେବେ ଆପଣ ପୁରି ତରକାରୀ ଆଦି ପାକ ଜିନିଷ ଭୋଗ ଲଗାଯାଏ |ଆପଣ ଅଷ୍ଟମୀବ୍ରତ କରି ଏହି ପାକ ଜିନିଷ ଖାନ୍ତୁ ନାହିଁ, କେବଳ ଫଳ ଖାନ୍ତୁ |ଏହିପରି ନିଷ୍ଠାର ସହ ଆପଣ ନିଜର ବ୍ରତ କରନ୍ତୁ, ମାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ନିଶ୍ଚିତ ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment