Odisha News Portal

ସାମ୍ବାଦିକଙ୍କୁ ସାହା ହେଲେ ସଲରକାର ! ଦୁର୍ଘଟଣା ର ଶିକାର ହେଲେ ମିଳିବ 2ଲକ୍ଷ ଟଙ୍କା ଏବଂ ଆର୍ଥିକ ସହାୟତା !

0 2

ସାମ୍ବାଦିକଙ୍କୁ ସାହା ହେଲେ ସଲରକାର । ମୃତ୍ୟୁ ହେଲେ 4 ଲକ୍ଷ ଏବଂ ପିଲା ଙ୍କୁ ମିଳିବ ତାଙ୍କର ପଢା ଖର୍ଚ୍ଚ। ଗୃହ ଋଣ ସହ ଗାଡି ପାଇଁ ସରକାର ଦେବେ 4 ଲକ୍ଷ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପର୍ଣ୍ଣ ଖବର । ସେଥିପାଇଂ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । କଥା ଦେଇ କଥା ରଖିଲେ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ପାଇଂ ଘୋଷଣା କରିଲେ ସରକାରୀ ସହାୟତା । ଏଥିପାଇଁ ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ 2006 ର ସଂଶୋଧନ କରା ଯାଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ଜାରି ହୋଇଚି ।

ବିଜ୍ଞପ୍ତି ଅନୁସାରେ , କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର କୁ 4 ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ଆଉ ଜଟିଳ ରୋଗ ରୋ ପିଡିତ ହେଲେ ଗୁଣାତ୍ମକ ଚିକିତ୍ସା ସେବା ପାଇଂ ଅଧିକ ପାଣ୍ଠି ଆବଶ୍ୟକ ହେଲେ ସରକାର ଯୋଗାଇ ଦେବେ । ସାମ୍ବାଦିକ ଙ୍କ 2 ଲକ୍ଷ ଟଙ୍କାର ବିମା ରାଶିକୁ ଛାଡି ଅତିରିକ୍ତ ଭାବେ ଏହି ସହାୟତା ଯୋଗାଇ ଦେବେ ସରକାର ।


ତେବେ ଏଥିରେ ସରକାର କିଡ୍ଡନି୍ , ହୃଦ୍ ରୋଗ ଏବଂ କ୍ୟାନସର ଭଳି ଗୁରୁତ୍ବର ରୋଗ ରେ ଆକ୍ରାନ୍ତ ହେଲେ ଏହି ଅତିରିକ୍ତ ରାଶି ମିଳିବ । ତେବେ ଏଥି ପାଇଁ କିନ୍ତୁ ଡିଏମିଟି ଅନୁମତିର ଆବଶ୍ୟକ । ସେହି ଭଳି ସାମ୍ବାଦିକ ଗୃହ ନିର୍ମାଣ ପାଇଁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁଧରେ 3 ପ୍ରତିଶତ ରିହାତି ମିଳିବ । ଯଦି ନିୟମିତ ଭାବେ ସେ ନିଜ କିସ୍ତି ପୈଠ କରୁ ଥିବେ ତେବେ ଏହି ସୁଯୋଗ ତାଙ୍କୁ ମିଳିବ । ଅର୍ଥାତ ଗୋଟିଏ ବର୍ଷରେ ଯେତିକି ସୁଧ ବ୍ୟାଙ୍କ କୁ ପୈଠ କରି ଥିବେ ତାର 3 ପ୍ରତିଶତ ସୁଧ ସରକାର ଦେବେ ।ତେବେ ଡିଫ୍ଲଟର ମାନଙ୍କୁ ଏହି ସୁବିଧା ମିଳିବନି ।


ସେହିଭଳି ଦୁଇ ଚକିଆ ଗାଡି କିଣିବାକୁ ସର୍ବାଧିକ 50 ହଜାର ଟଙ୍କା ଏବଂ ଚାରି ଚକିଆ କିଣିବାକୁ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳି ପାରିବ । ତେବେ ଋଣ ର ଏଠାରେ ମଧ୍ୟ ନିୟମିତ ଭାବେ କିସ୍ତି ପୈଠ କରିଲେ ଅର୍ଥାତ ଗୋଟିଏ ବର୍ଷ ରେ ଯେତିକି ସୁଧ ବ୍ୟାଙ୍କ କୁ ପୈଠ କରି ଥିବେ ତାର 3 ପ୍ରତିଶତ ସୁଧ ସରକାର ଦେବେ । କେବଳ ସେତିକି ନୁହେଁ କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣା, ରୋଗ କିମ୍ବା ଅନ୍ୟ କାରଣ ପାଇଂ ସବୁ ଦିନ ପାଇଁ ଅକ୍ଷମ ହୋଇ ଗଲେ ତାଙ୍କୁ 2 ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଦେବେ ସରକାର ।


ତେବେ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମସି ରେ ତାଲିମ ଦେବା ସହ 5 ବର୍ଷ ର ଅଭିଜ୍ଞତା ଥିବା ସାମ୍ବାଦିକ ଙ୍କ ତାଲିମ ପାଇଂ ଜଣଙ୍କ ପିଛା 10 ହଜାର ଟଙ୍କା ଖର୍ଚ୍ଚ ଭାର ବହନ କରିବେ ସରକାର । କାର୍ଯ୍ୟରତ ସାମ୍ବିଦିକ ଙ୍କ ମୃତ୍ୟୁ ହେଲେ ପୁଅ ଝିଅଙ୍କ ପାଠ ପଢା ପାଇଁ ସହାୟତା କରିବା ସହ ମ୍ୟାଟ୍ରିକ ପର୍ଯ୍ୟନ୍ତ ମାସିକ 15,00 ଟଙ୍କା ଏବଂ ଉଚ୍ଚ ଶିକ୍ଷା ପାଇଁ 25,00 ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ସରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।