ଦୁଇ ବହୁ ଆମକୁ ଖାଇବାକୁ ଦେଉନାହାନ୍ତି, ବାଡାଉଛନ୍ତି… ଆମେ ଏବେ କଣ କରିବୁ ? ଜଣେ ମାଆର କୋହଭରା କାନ୍ଦ… ଦେଖନ୍ତୁ Video

ହଁ ଆଜ୍ଞା କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ,ଆଜିର ଏହି ଦୁନିଆରେ ଭଲ ପାଇବା ସ୍ନେହ ମମତା ଯେମିତି କୁଆଡେ ଉଭେଇ ଗଲାଣି,କୁହାଯାୟୀ ଥାଏ ଏ ଦୁନିଆରେ ସବୁଠାରୁ ବେଶୀ ଭଲ ପାଇବା ମା ଓ ପୁଅ ଙ୍କ ଭିତରେ ଦେଖା ଯାଇଥାଏ ଓ ଏହି ଭଲ ପାଇବା ର ପବିତ୍ର ସମ୍ପର୍କ କୁ ଦୁନିଆ କେହି ବି ଶକ୍ତି ଏହାକୁ ଅଲଗା କରିପାରେ ନାହିଁ ବୋଲି କୁହାଯାଏ, ହେଲେ ଘଟଣା କିଛି ଓଲଟା ଦେଖିବାକୁ ମିଳିଛି ଏଠାରେ, ଗୋଟିଏ ମା ଙ୍କର ଦୁଇ ପୁଅ ବଡ ପୁଅ ବିବାହ କରିବା ର କିଛି ଦିନ ପରେ ମା ପ୍ରତି ଥିବା ଭଲ ପାଇବା କୁ ଭୁଲି ଗଲା ଓ ତାର 12 ବର୍ଷ ପରେ ଯେତେବେଳେ ସାନ ପୁଅ ର ବିବାହ ସରିଲା ଧୀରେ ଧୀରେ ସାନ ପୁଅ ମଧ୍ୟ ମା ଙ୍କ ପ୍ରତି ଥିବା ଭଲ ପାଇବା କୁ ଭୁଲିବକୁ ଲାଗିଲେ |

ବିଚରା ମା ” ପିଲାମାନଙ୍କୁ ଜନ୍ମ କରି ଛୋଟ ରୁ ବଡ କରି ସେମାନଙ୍କୁ ମଣିଷ କରିଥିଲେ ଭାବିଥିଲେ ଆମେ ବୁଢା ହେଲାପରେ ପୁଅ ବହୁ ଆମର ସାହା ହେବେ ହେଲେ ଏଠି ଘଟଣା କିଛି ଓଲଟା ଦେଖିବାକୁ ମିଳିଥିଲା, ଏଠାରେ ମା ” ମମତା ପୁଅ ବୋହୁଙ୍କ ଆଗରେ ହରମାନୀଛି, ବୁଢ଼ା ବୟସ ରେ ସାହାରା ଖୋଜୁଥିବା ବାପା ମା ଏବେ ଥାନା ର ଦ୍ୱାରସ୍ଥ ହେଇଛନ୍ତି, ହେଲେ, ଖରାପ ସମୟ ଯେମିତି ଏମାନଙ୍କ ପଛ ଛାଡ଼ୁନି ଯେତେଥର ପୋଲିସ ଙ୍କ ପାଖକୁ ଗଲେ ମଧ୍ୟ ପୋଲିସ ଏ ବୁଢ଼ା ବୁଢ଼ୀ ଙ୍କ କଥା ଶୁଣୁନାହିଁ ବୋଲି କହିଛନ୍ତି,|

ବାପା ମା ଙ୍କ କହିବା କଥା ଅନୁଯାୟୀ ବଡ଼ ପୁଅ 14 ବର୍ଷ ହେବ ଆମ ଠୁ ଦୁରେଇ ରହିଛି, ସାନ ଦୁଇବର୍ଷ ଆଗରୁ ଆମକୁ ଭଲ ପାଉଥିଲା ହେଲେ ଏମିତି କଣ ହେଲା ସେମାନଙ୍କୁ ସେମାନେ ଆଉ ଆମକୁ ଖାଇବାକୁ ଦଉନାହାନ୍ତି କି ଘରେ ଶାନ୍ତିରେ ଟିକେ ରହିବାକୁ ଦଉନାହାନ୍ତି ସବୁସମୟରେ ଆମ ସହିତ ଦୁଇ ବହୁ ଝଗଡା କରୁଛନ୍ତି, ଏମିତି କି ସେମାନେ ଆମକୁ ମାରିବାକୁ ବି ପୋଛାଉନାହାନ୍ତି, ପୁଅ ଯଦି ଆମ ସହିତ ଭଲ ବ୍ୟବହାର କରିବା ପାଇଁ ଚାହୁଁଛି, ତାହାଲେ ବହୁ ମାନେ ସେମାନଙ୍କୁ ବି ମାରୁଛନ୍ତି, ଏମିତି କି ଆମର ଦୋକାନ ର କାଗଜ ପତ୍ର ବି ବହୁ ମାନେ ଆମ ଠୁ ଛଡାଇ ନେଇଛନ୍ତି, ଆମ ଘରେ ଆମର ଏହି ପରି ଅତ୍ୟାଚାର ଆମେ ଆଉ ସାହିପାରିବୁନି,ମା ଏହି କାନ୍ଦ କାନ୍ଦ ମୁହଁରେ ସେ ନ୍ୟାୟ ପାଇଁ ଆଜି ଥାନା ଆଗରେ ବସି ରହିଛି |

ତାହାଲେ ଜାଣିଲେ ତ ଦର୍ଶକ ବନ୍ଧୁ ଆଜିର ଏହି ଦୁନିଆରେ ଭଲ ପାଇବା ର ଶବ୍ଦ କେମିତି ଦିନକୁ ଦିନ ଦୁରେଇ ଯିବାକୁ ବସିଛି| ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment