ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ତାହା ସହିତ ଗାଁ ରେ ଲୋକ ମାନଙ୍କର ମା ଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ କଥା ଜାଣିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି କୁହାଯାଉଛି କି ଗାଁ କୁ ରଖା କରୁଛନ୍ତି ଗାଁ ର ଗ୍ରାମ ରକ୍ଷିକା ମା | ଆଉ ଯେଉଁଥିପାଇଁ ଗା ରେ ଲୋକ ମାନଙ୍କର ଘରେ କବାଟ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ର ସିଆଳି ଗ୍ରାମ ରେ | ଆଉ ଯେଉଁଠି ଗାଁ ରେ ପ୍ରବେଶ କରିବା ମାତ୍ରକେ ଲୋକ ମାନେ ଦର୍ଶନ କରିବେ ଗ୍ରାମ ଦେବତୀ ମା ଘୋଡ଼ା ସାଇ ଙ୍କୁ | ଆଉ ମା ଙ୍କ ର ରୂପ କୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଆଉ ଚକିତ ହୋଇଯିବେ ଆଉ ଯେଉଁଠି କୁହାଯାଉଛି କି ମା କବାଟ ବନ୍ଧ ଉପରେ ଛିଡା ହୋଇଛନ୍ତି |ଆଉ ମା ଙ୍କର ପାଦ ତଳେ ପଡିଛି ଗୋଟିଏ ଶବ ଆଉ ଯେଉଁ ଶବ ର ଗୋଟିଏ ଗୋଡ଼ କୁ କାମୁଡ଼ି ଧରିଛି ଶିଆଳ| ତେବେ ଏହି ଗାଁ ରେ ଏକ ଆଶ୍ଚର୍ଯ୍ୟ ଜଣକ କଥା ଦେଖିବାକୁ ମିଳିଥାଏ | ଏହି ଗାଁ ରେ ଧନି ହେଉ ବା ଗରିବ କାହାରି ଘରେ କବାଟ ନାହିଁ |
ଭକ୍ତି ରେ ଶକ୍ତି ଥାଏ ଯେମିତି କୁହାଯାଏ ସେମିତି ଗାଁ ଟିରେ ପ୍ରାୟ 65 ଘର ଆଉ ତାହା ଭିତରେ କଚା ଘର ଆଉ ପକ୍କା ଘର ମଧ୍ୟ ରହିଛି କିନ୍ତୁ କାହାରି ଘରେ କବାଟ ନାହିଁ | ଆଉ ଲୋକ ବିଶ୍ଵାସ କରନ୍ତି କି ମା ଘୋଡ଼ାସାଇ ପୁରା ଗ୍ରାମ କୁ ରକ୍ଷା କରିଥାନ୍ତି ଆଉ ତାଙ୍କ ଗ୍ରାମ ରେ କାହାରି ଘରେ କେବେ ବି ଚୋରି ହୁଏ ନାହିଁ | ଆଉ ଯଦି କିଏ କବାଟ ଲଗାଇବେ ତାହେଲେ ତାଙ୍କର ଅନିଷ୍ଟ ହୋଇଥାଏ ବୋଲି କୁହାଯାଉଛି | ତେବେ ଏଭଳି ଏକ ଘଟଣା ଘଟିଛି କି ଜଣେ ଲୋକଙ୍କ ଘରେ ଚୋରି ହୋଇଥିଲା କିନ୍ତୁ ଚୋରି କରିଥିବା ଲୋକଙ୍କ ଘରେ ଏବେ ଆଉ କେହି ନାହାନ୍ତି ମା ଙ୍କର କୋପ ଯୋଗୁ |
ତେବେ ଯାହା କୁହାଯାଉଛି କି ଗାଁ ର ଲୋକଙ୍କ ସହିତ ପୂଜାରୀ କହୁଛନ୍ତି କି ମା ଜୀବନ୍ତ ଅଟନ୍ତି | ଆଉ ତାଙ୍କୁ ଯଦି ଭକ୍ତିର ସହିତ ଡ଼ାକିବ ଟା ସେ ଡାକ ନିଶ୍ଚୟ ଶୁଣିବେ | ଆଉ ଅନେକ ଯାଗାରୁ ଲୋକ ମାନେ ମଧ୍ୟ ଧାଗା ବାନ୍ଧିବା ପାଇଁ ଆସିଥାନ୍ତି ମା ଙ୍କ ପାଖକୁ | ଆଉ ଏହି ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।