Odisha News Portal

ଦେଖନ୍ତୁ ଭିଡିଓ . ପବିତ୍ର ଦୁର୍ଗାପୂଜା ମଣ୍ଡପରେ ଏତେ ଦିନ ପରେ ଦେଖାହେଲେ ସିଦ୍ଧାନ୍ତ , ରଚନା ଏବଂ ତାଙ୍କ ପୁଅ !

0 2

ହିନ୍ଦୁଶାସ୍ତ୍ରରେ ନବରାତ୍ରିର ଅନେକ ମହତ୍ବ ରହିଥାଏ । ତେବେ ଏହି ପର୍ବଟି ସାରା ରାଜ୍ୟରେ ବହୁତ ଧୁମଧାମରେ ପାଳିତ ହୋଇଥାଏ । ସାରା ଓଡିଶାବାସୀ ଏହି ସାରଦୀୟ ଦୁର୍ଗା ପୂଜାକୁ ବହୁତ ଆଗ୍ରହ ତଥା ଆକାଂକ୍ଷାର ସହିତ ଅନେଇ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହା କହିବାକୁ ଚାହୁଁଛୁ କି ଏହି ଶାରଦୀୟ ଦୁର୍ଗା ପୂଜା ଅବସରରେ ଦୀର୍ଘ 18 ବର୍ଷ ପରେ ଅଲିଉଡର ଲୋକପ୍ରିୟ ସଫଳ ଅଭିନେତ୍ରୀ ରଚନା ବାନାର୍ଜୀ ଯିଏକି ଏତେ ବର୍ଷ ପରେ ପୁଣି ଓଡିଶା ଫେରି କେମିତି ଏହି ମାଁଙ୍କର ଦୁର୍ଗା ପୂଜା ଉତ୍ସବ ପାଳନ କରିଛନ୍ତି ।

ସେ କଥା ଜାଣିବା ପାଇଁ ଆପଣ ମାନେ ନିଶ୍ଚୟ ଜାଣିବାକୁ ଚାହୁଁଥିବେ । ତେବେ ସେଥିପାଇଁ ଆପଣ ମାନଙ୍କୁ ଅନୁରୋଧ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚତ ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଅଲିଉଡର ସବୁଠୁ ଲୋକପ୍ରିୟ ଯୋଡି ଥିଲେ ସିନ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ତେବେ ଦୁହିଁଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ ତଥା ଭଲ ପାଉଥିଲେ । ରଚନା ବାନାର୍ଜୀ ଯାହାଙ୍କର ପ୍ରକୃତ ନାଁ ହେଉଛି ଝୁମଝୁମ୍ ବାନାର୍ଜୀ କିନ୍ତୁ ଓଡିଶାରେ ତାଙ୍କୁ ସମସ୍ତେ ରଚନା ବାନାର୍ଜୀ ନାମରେ ଜାଣିଥାନ୍ତି । 1974 ଅକ୍ଟୋବର 2 ତାରିଖରେ କଲୋକତାରେ ଜନ୍ମ ଗ୍ରହଣ କରିଥିଲେ ।

ରଚନା ବାନାର୍ଜୀ 2007 ମସିହାରେ ପ୍ରୋବଲ୍ ବାସୁଙ୍କୁ ବିବାହ କରିଥିଲେ । ତେବେ କିଛି ତଥ୍ୟ ଅନୁସାରେ ରଚନା ବର୍ତ୍ତମାନ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇ ନିଜ ସ୍ବାଧୀନରେ ଜୀବନ ବଞ୍ଚୁଛନ୍ତି । ରଚନାଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି ।ତେବେ ଆମେ ଯଦି ତାଙ୍କର ଅଭିନୟ ଦୁନିଆରେ କ୍ୟାରିଅର ବିଷୟରେ କହିବା ତେବେ ରଚନା ବାନାର୍ଜୀ 1990 ମସିହାରେ ମିସ୍ କୋଲକତା ଏବଂ ମିସ୍ ବିୟୁଟିଫୁଲ ସ୍ମାଇଲରେ ନିଜର ଦକ୍ଷତାରେ ଉତ୍ତିନ୍ନ ହୋଇଥିଲେ । 1994 ମସିହାରେ ଶାଗର ଗଙ୍ଗା ଫିଲ୍ମରୁ ରଚନା ଓଡିଆଫିଲ୍ମ ଜଗତରେ ପ୍ରବେଶ କରିଥିଲେ ।

 ତେବେ ସିନ୍ଧାନ୍ତ ଏବଂ ରଚନାଙ୍କ ଯୋଡିକୁ ଦର୍ଶକ ଅଧିକ ପସନ୍ଦ କରୁଥିଲେ । ସେ 25ରୁ ଅଧିକ ଓଡିଆ ଫିଲ୍ମରେ ଅବିନୟ କରି ସାରିଛନ୍ତି । ତେବେ ସେ ଓଡିଆ ଫିଲ୍ମ ସହ ହିନ୍ଦି , ବେଙ୍ଗୋଲି, ତେଲିଗୁ , ତାଲିମ, କାନାଡା ଫିଲ୍ମରେ ମଧ୍ୟ ଅଭିନୟ କରିୁଛନ୍ତି । ବିଗତ 2009 ମସିହାରୁ ରଚନା ଆଉ ଓଡିଆ ଫିଲ୍ମରେ ଅଭିନୟ କରି ନାହାଁନ୍ତି ।

କିନ୍ତୁ ଦୀର୍ଘ 18 ବର୍ଷ ପରେ ପୁଣି ଥରେ ସେ ଓଡିଶାକୁ ଫେରିଚନ୍ତି ଏବଂ ଜି ସାର୍ଥକର ସବୁଠାରୁ ପପୁଲାର ରିଆଲିଟି ଶୋ ଜି ସାର୍ଥକ ସଂସାର ଆୱାର୍ଡ 2019 ରେ ଓଡିଆ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଲରଚନା ବାନାର୍ଜୀ ଯୋଗ ଦେଇଥିଲେ । ବର୍ତ୍ତମାନର ଦୁର୍ଗା ପୂଜା ଅବସରରେ ରଚନା ବିଭିନ୍ନ ଦୁର୍ଗା ମାଁଙ୍କର ମଣ୍ଡପ ବୁଲିବାକୁ ଯାଇଥିଲେ ଏବଂ ବହୁତ ଭକ୍ତିର ସହିତ ମାଁଙ୍କର ପୂଜାର୍ଚନା ମଧ୍ୟ କରିଥିଲେ ଏହଂ ସହିତ ସେ ସେଠାରେ ବହୁତ ମଜାମସ୍ତି ମଧ୍ୟ କରିଥିଲେ । ରଚନା ବହୁତ ଖୁସି ଥିଲେ ଏବଂ ସେହି ପରିବେଶକୁ ମନଭରି ଉପଭୋଗ ମଧ୍ୟ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।