ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଆଗରୁ ଲୋକେ ଆୟୁର୍ବେଦିକ ଉପାୟ ଚେର ମୂଳିକାକୁ ଔଷଧ ଭାବରେ ଗ୍ରହଣ କରି ବହୁତ ରୋଗ ଭଲ କରି ପାରୁଥିଲେ |ତେଣୁ ଗଛର ଚେର କିମ୍ବା ପତ୍ରରେ ମଧ୍ୟ ଅନେକ ଉପକାରିତା ଗୁଣ ରହିଛି, ମୁଁ ଆଜି ଆପଣକୁ ଏକ ଗଛର ପତ୍ର ବିଷୟରେ କହିବି |ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀରରେ ଅନେକ ରୋଗ ଭଲ ହୋଇଯିବ |ଆପଣ ପିଜୁଳି ପତ୍ରକୁ ତ ଜାଣିଥିବେ ନିଶ୍ଚିତ ହେଲେ ଏହି ପତ୍ରର ଉପକାରିତା ବିଷୟରେ ଜାଣିଛନ୍ତି କି |ମୁଁ ଆଜି ଆପଣକୁ ଏହି ପିଜୁଳି ପତ୍ର ବ୍ୟବହାର ଓ ଏହାର ଉପକାରିତା ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |
-ପ୍ରଥମତଃ ଆପଣ ଯଦି ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ବହୁ ଦିନହେଲା ପୀଡିତ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହି ପତ୍ର ବହୁତ ଲାଭଦାୟକ ହୋଇଥାଏ |ଆପଣ କିଛି ପିଜୁଳି ପତ୍ର ନେଇ ତାହାକୁ ବାଟି ହାଲକା ଉଷମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ ଦେଖିବେ ଏହା ଦ୍ଵାରା ଆପଣକୁ ବହୁତ ଉପକାର ମିଳିବ |ଆପଣଙ୍କ ଏହି ଯନ୍ତ୍ରଣା ସମ୍ପୂର୍ଣ ଭଲ ହୋଇଯିବ |
-ପିଜୁଳି ପତ୍ର ଖାଇବାଦ୍ଵାରା ଆପଣଙ୍କ ପେଟରୋଗ ଜନିତ ସମସ୍ୟା ଦୂର ହୋଇଯାଏ |ଯଦି କୌଣସି ବ୍ୟକ୍ତି ଡ଼ାଇରୀହା ପୀଡିତ ଅଛନ୍ତି ତେବେ ଆପଣ ଏକ କପ ପାଣିରେ ଗୋଟିଏ ପିଜୁଳିପତ୍ର ପକାଇ ତାହାକୁ ଫୁଟାଇ ଛାଣି ଥଣ୍ଡା କରି ପିଅନ୍ତୁ |ଆପଣଙ୍କ ଏହି ସମସ୍ୟା ଭଲ ହୋଇଯିବ |
-ଯେଉଁ ବ୍ୟକ୍ତିଙ୍କୁ ଅଧିକ ସ୍ବପନଦୋଷ ହେଉଥାଏ ସେମାନେ କିଛି ପିଜୁଳିପତ୍ର ନେଇ ତାହାର ରସ ବାହାର କରି ସେଥିରେ ମହୁ ମିଶାଇ ପ୍ରତିଦିନ ନିୟମିତ ସେବନ କଲେ ଆପଣଙ୍କ ଏହି ଦୋଷ ଦୂର ହୋଇଯିବ |
-ପିଜୁଳିର କଅଁଳିଆ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇଲେ ଆପଣଙ୍କ ବହୁତ ପୁରୁଣା କୋଷ୍ଠକଠିନ୍ୟ ଭଲ ହୋଇଯିବ |ତାହା ସହିତ ଆପଣ ଯଦି ପିଜୁଳି ପାତ୍ରକୁ ପେଷି ରସ ବାହାର କରି ସେଥିରେ ସ୍ୱାଦ ଅନୁସାରେ ଚିନି ମିଶାଇ କିଛି ଦିନ ପିଇଲେ ଆପଣଙ୍କୁ ଯଦି ଦୁର୍ବଳ ଲାଗୁଥାଏ ତେବେ ତାହା ସମ୍ପୂର୍ଣ ଦୂର ହୋଇଯିବ |
-ପିଜୁଳି ପତ୍ରର ରସ ପିଇବା ଦ୍ଵାରା ଆପଣଙ୍କ ପାଚନ ତନ୍ତ୍ର ସହିତ ସଫା ହେବା ସହିତ ଆପଣଙ୍କ ଦାନ୍ତଯନ୍ତ୍ରଣା, ମାଢି ଫୁଲିବା ଭଳି ସମସ୍ୟା ଦୂର ହୋଇଯିବ |ଏହା ଡେଙ୍ଗୁଜ୍ୱର ଭଳି ସମସ୍ୟକୁ ଦୂର କରିଥାଏ ଏବଂ ଆଲରଜି ଭଲ ସ୍କିନ ଡିଜିଜକୁ ମଧ୍ୟ ଭଲ କରିଥାଏ |
-ପିଜୁଳି ପତ୍ରକୁ ଚୁବାଇ ଦ୍ଵାରା ଆପଣଙ୍କ ପାଟି ତୁଟୁକା ଭଲ ହୋଇଥାଏ, ଆପଣଙ୍କ ମୁହଁରେ ବ୍ରଣ ବାହାରି ଥିଲେ ଏହି ପତ୍ରକୁ ପେଶୀ ମୁହଁରେ ଲଗାଇଲେ ଆପଣଂକ ମୁହଁରେ ବ୍ରଣ କମିଯିବ |
-ପିଜୁଳି ପତ୍ର ରସକୁ ମୁଣ୍ଡରେ ଲଗାଇବା ଦ୍ଵାରା ଆପଣଙ୍କ କେଶ ଝାଡ଼ିବା କମିଯାଏ, ଏବଂ ଆପଣଙ୍କ ଯଦି ଏହି ପତ୍ରର ରସ ପିଅନ୍ତି ଆପଣଙ୍କ ଡାଇବେଟିସ ମଧ୍ୟ୍ୟ କମ କରିଥାଏ |
-ଆପଣ ଯଦି ଅର୍ଦ୍ଧ କପାଳୀ ମୁଣ୍ଡ ବିନ୍ଧାରେ ପୀଡିତ ଅଛନ୍ତି ତେବେ ପିଜୁଳି ପତ୍ରକୁ ବାଟି ସୂର୍ଯଦୟ ପୂର୍ବରୁ ମୁଣ୍ଡରେ ଲଗାନ୍ତୁ, ଏହିପରି କିଛିଦିନ କଲେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।