ଭାଗ୍ୟ ଦର୍ଶନ – ଅଚଳାଚଳ ଧନ କିପରି ଆସିବ । Bejan Daruwalla

ବନ୍ଧୁଗଣ ଆମେ ସବୁବେଳେ ଚାହେଁ କି ଆମର କେବେ କୌଣସି ଥିରେ ଅଭାବ ନରହୁ,ମା ଲଷ୍ମୀ ସର୍ବଦା ଆମ ଉପରେ ପ୍ରସନ୍ନ ରୁହନ୍ତୁ |ମୁଁ ଆଜି ଆପଣକୁ ଧନ ପ୍ରାପ୍ତି ଯୋଗ ଏବଂ ମା ଲଷ୍ମୀ କିପରି ଆପଣଙ୍କ ଘରେ ବାସ କରିବେ ସେ ବିଷୟରେ ଜଣେଇବି |ଆପଣଙ୍କ ଜାତକର ଭାବ ଆପଣକୁ ଦେଖାଇଥାଏ ଯେ କଉଁ ଭାବ କାରଣରୁ ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି |

ଆମର ଜନ୍ମ ସମୟକୁ ନେଇ, ଗ୍ରହ ଓ ନକ୍ଷତ୍ର ଆଦିକୁ ଦେଖି ଆମ ସମସ୍ତଙ୍କର ଜାତକ ପ୍ରସ୍ତୁତ କରାଯାଇଥାଏ |ଆମ ଜାତକର ଭାବକୁ ନେଇ କଉଁ ସମୟରେ କଣ ଘଟିବ ତାହା ଜଣାଯାଏ |ସାଧାରତଃ ଆମେ ଜାତକର ଦ୍ୱିତୀୟ ଭାବ ଏବଂ ଏକାଦଶ ଭାବ ହେଉଛି ଧନର ଭାବ କିନ୍ତୁ ଯଦି ଗ୍ରହ ଦ୍ୱିତୀୟରେ ଅଛନ୍ତି ତେବେ ଦୃଷ୍ଟି ଅଷ୍ଟମକୁ ରହିବ, ଏବଂ ଯଦି ଏକାଦଶ ଭାବରେ ରହୁଛନ୍ତି ତେବେ ଏହା ପଞ୍ଚମକୁ ଦୃଷ୍ଟି ଦେବ |ଦ୍ୱିତୀୟ ଭାବ ହେଉଛି ଆପଣଙ୍କ ସୁଅର୍ଜିତ ଧନ, ଏକାଦଶ ଭାବ ହେଉଛି ଭାଲ ହୋଇଥିବା ଧନ ଏବଂ ଅଷ୍ଟମ ଭାବ ହେଉଛି ଆପଣଙ୍କ ଗୁପ୍ତ ଧନ |

ଏହି ଚାରୋଟି ଭାବ ଯେତେବେଳେ ଆକ୍ଟିଭ ହେଉଛି ଅର୍ଥାତ ଦ୍ୱିତୀୟ ହେଉଛି ଆପଣଙ୍କ ଶୁକ୍ର, ଏକାଦଶ ହେଉଛି ଶନି, ପଞ୍ଚମ ରବି ଏବଂ ଅଷ୍ଟମ ହେଉଛି ମଙ୍ଗଳ |ଏହି ତିନିଦିନ ଆପଣ ମୁଁ କହିବା ଅନୁଯାୟୀ ଉପାୟ କରନ୍ତୁ ଦେଖିବେ ଆପଣଙ୍କ ଘରେ ଧନର ବର୍ଷା ହେବ |ତିନିଦିନ ଆପଣ ଆମିଷ ଖାନ୍ତୁ ନାହିଁ |ଆପଣ ଏକ ମାଟିର ପାତ୍ର ଆଣନ୍ତୁ, ସେଥିରେ ମହୁ ସାତ ବୁନ୍ଦା ପକାନ୍ତୁ ଏବଂ ସାତ ଚୁଟକୀ କଳା ରାଶି ପକାଇ ଏକ ସୋରିଷ ତେଲର ଦିପ ଲଗାଇ “ଓଁ ଶ୍ରୀଁ ଶ୍ରୀଏ ନମଃ “ଏହି ମନ୍ତ୍ରକୁ ସାତ ଥର ଜପ କରନ୍ତୁ |ଏହାପରେ ଆପଣଙ୍କ ଘରର ପଶ୍ଚିମ ଦିଗରେ ପ୍ରଥମ ଦିନରେ ଏହି ଦିପ ଏବଂ ରାଶି ଓ ମହୁକୁ ରଖିଦେବେ |

ଦ୍ୱିତୀୟ ଦିନ ଆପଣ ଘିଅର ଦିପ ଲଗାଇ ଘରର ଉତ୍ତର ଦିଗରେ ରଖିବେ ତାହା ସହିତ ତୃତୀୟ ଦିନ ଆପଣ ସେହିପରି ସୋରିଷ ତେଲରେ ଦିପ ଲଗାଇ ଘରର ଦକ୍ଷିଣରେ ରଖନ୍ତୁ |ଏହାକୁ ଆପଣ ଅତି ଶ୍ରଦ୍ଧାର ସହ କରନ୍ତୁ ଏବଂ ମାଙ୍କ ଏହି ବୀଜ ମନ୍ତ୍ରକୁ 108ଥର ଜପ କରନ୍ତୁ ଦେଖିବେ ଆପଣଙ୍କର କିଛି ଧନ ଲାଭର ସୁଯୋଗ ମିଳିବା ସହ ଘରେ କୌଣସି କାରଣରୁ ଧନ ବୃଦ୍ଧ ହେବ |ଆପଣଙ୍କ ଜାତକରେ ଯଦି ଧନ ଲାଭର ଯୋଗ ରହିଛି ଏବଂ ତାହା କୌଣସି ଗ୍ରହ ଦଶା ଅତର୍ଦଶା ଆଦି ଦ୍ଵାରା ବ୍ରେକ ହେଇଯାଉଛି ତେବେ ଆପଣ ଏହି ଉପାୟ ଶ୍ରଦ୍ଧାର ସହ କରନ୍ତୁ |ମା ଲଷ୍ମୀ ନିଶ୍ଚିତ ଆସିବେ ଆପଣଙ୍କ ଘରକୁ ଏବଂ ମା ଲଷ୍ମୀଙ୍କ କୃପାରୁ ଆପଣଂକ ଦୁଃଖ ଦୂର ହୋଇଯିବା |ଆପଣଙ୍କ ଘର ଧନ ଧନ୍ୟର ପୁରି ଉଠିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment