ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ( Joint pain ) 2 ମିନିଟ୍ ରେ ଭଲ ହେବ | କରନ୍ତୁ ଏହି ଘରୋଇ ଉପାୟ

ବନ୍ଧୁଗଣ ଆଗରୁ ପ୍ରାୟତଃ ବୃଦ୍ଧ ଲୋକମାନଙ୍କ ଠାରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଓ ଅଣ୍ଟା ଯନ୍ତ୍ରଣା ପରି ସମସ୍ୟା ଦେଖା ଯାଉଥିଲା, କିନ୍ତୁ ବର୍ତମାନ ପିଲା ଠାରୁ ବୃଦ୍ଧ ଯାଏ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖାଯାଉଛି |ଖରାପ ଜୀବନ ଶୈଳୀ ଓ ଭୁଲ ଖାଦ୍ୟପେୟ ଯୋଗୁଁ ଆମକୁ ଏହି ସମସ୍ୟା ଭୋଗ କରିବା ପାଇଁ ପଡୁଛି |ଆଜିର ଯୁବପିଢ଼ି ବହୁତ କମ ପରିଶ୍ରମ କାରଣରୁ ଅଥରାଇଟ ଭଳି ସମସ୍ୟା ଭୋଗ କରିଥାନ୍ତି ଏବଂ ବହୁତ କଷ୍ଟ ପାଇଥାନ୍ତି |ମୁଁ ଆଜି ଆପଣକୁ ଏହିସବୁ ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ କରାଯାଏ ଏବଂ ଏହାର ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ରସୁଣ,ସୋରିଷ ତେଲ ଓ ଜୁଆଣି

ପ୍ରସ୍ତୁତି :-

ଏହି ଘରୋଇ ଉପଚାର ପ୍ରସ୍ତୁତି ପାଇଁ ଆପଣଙ୍କୁ ପ୍ରଥମେ ରସୁଣର ଆବଶ୍ୟକତା ରହିଛି |ଆପଣ ଗୋଟିଏ କିମ୍ବା ଦୁଇଟି ରସୁଣ ନେଇ ତାର ଚୁପା ବାହାର କରଦିଅନ୍ତୁ, ଅଳ୍ପ ସୋରିଷ ତେଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଜୁଆଣି ମିଶାନ୍ତୁ |ଚୋପା ବାହାର କରି ରଖିଥିବା ରସୁଣକୁ ମଧ୍ୟ ଏଥିରେ ପକାଇ ଏହାକୁ ଗରମ କରନ୍ତୁ, ଯେତେ ପ୍ରଯ୍ୟନ୍ତ ରସୁଣର ରଙ୍ଗ ବ୍ରାଉନ ନହୋଇଛି |ରସୁଣ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ |ଏବେ ଏହି ତେଲକୁ ଏକ ପାତ୍ରକୁ ବାହାର କରି ରାତିସାରା ଏମିତି ରଖିଦିଅନ୍ତୁ |

ବ୍ୟବହାର :-

ଏହି ତେଲକୁ ଆପଣ ପ୍ରତିଦିନ ଗାଧୋଇ ଆସିବା ପରେ ଅପଣଂକର ଯନ୍ତ୍ରଣା ହେଉଥିବା ଯାଗାରେ ଲଗାଇ ଏହାକୁ ଭଲରେ 5 ରୁ 10 ମିନିଟ ମାଲିସ କରନ୍ତୁ, ଏହି ତେଲକୁ ଏମିତି ଆପଣଙ୍କ ଶରୀରରେ ଦିନ ସାରା ରହିବା ପାଇଁ ଦିଅନ୍ତୁ |ଆପଣ ଚାହିଁଲେ ଏହାକୁ ରାତିରେ ମଧ୍ୟ୍ୟ ଲଗାଇପାରିବେ,ରାତିରେ ଲଗାଇବା ସମୟରେ ଏହାକୁ ହାଲକା ଉଷମକରି ଲଗାନ୍ତୁ |ଏହିପରି ଆପଣ କିଛିଦିନ ଲଗାତାର କରନ୍ତୁ ଦେଖିବେ ଆପଣଙ୍କର.ଏହି ଆଣ୍ଠୁଗାଣ୍ଠି ସମସ୍ୟା ଦୁର ହୋଇଯିବ |ଏହା ସହିତ ଆପଣ ଯଦି ପ୍ରତିଦିନ ସକାଳ 10ମିନିଟ ଖରାରେ ବସନ୍ତି ତେବେ ପ୍ରାକୃତିକ ଉପାୟରେ ଆପଣଙ୍କୁ ଭିଟାମିନ ଡି ମିଳିଥାଏ, ଯାହା ଆପଣଙ୍କ ହାଡକୁ ଶକ୍ତ କରିଥାଏ |

ଏହି ରିମିଡି ବ୍ୟବହାର କରିବା ସହିତ ଆପଣ କିଛି କଥାର ଧ୍ୟାନ ରଖନ୍ତୁ -ଆପଣ କେବେ ଫ୍ରିଜର ଥଣ୍ଡା ପାଣି ପିଅନ୍ତୁ ନାହିଁ,ଖଟା ଫଳ ଖାଆନ୍ତୁ ନାହିଁ ତାହା ସହିତ ଆପଣ ଆଚାର କିମ୍ବା ଦହି ମଧ୍ୟ ଖାଆନ୍ତୁ ନାହିଁ |ଏହାଛଡା ପ୍ରତିଦିନ ରାତିରେ ଏକ ଗ୍ଲାସ କ୍ଷୀର ସହିତ 1/4ଟିସ୍ପୋନ ଶୁଣ୍ଠିପାଉଡର,ହଳଦୀ ଗୁଣ୍ଡ 1/4ଟିସ୍ପୋନ, ଗୋଲ ମରିଚ 5ଟି, ଲବଙ୍ଗ 3ଟି ଏବଂ ସେଥିରେ ଅଳ୍ପ ମିଶ୍ରି କିମ୍ବା ଗୁଡ ମିଶାନ୍ତୁ ଯଦି ଆପଣକୁ ଡାଇବେଟିସ ଅଛି ତେବେ ମିଠା ମିଶାନ୍ତୁ ନାହିଁ |ଏହି ମିଶ୍ରଣକୁ 5ମିନିଟ ଫୁଟାଇ ଏହି କ୍ଷୀର ଉଷମ ଥିବା ସମୟରେ ରାତିରେ ଶୁଇବା ପୂର୍ବରୁ ଏହାକୁ ପିଅନ୍ତୁ |ଏହିପରି କିଛିଦିନ କଲେ ଆପଣକୁ ଏହି ଜଏଣ୍ଟ ପେନପରି ସମସ୍ୟାରୁ ଆରାମ ମିଳିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment