Odisha News Portal

Dr Diptiranjani Bisoyi – ଆପଣଙ୍କ ଦେହରେ କିମ୍ବା ମୁହଁରେ ଭାତୁଡି ହୋଇଥିଲେ କିପରି ଏହିସବୁ ଉପାୟ ମାଧ୍ୟମରେ ଦୂର ହୋଇଯିବ

0 26

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ।ତେବେ ଆପଣ ମାନେ ଦେଖିଥିବେ ବହୁତ ଲୋକଙ୍କ ଚର୍ମରେ ଭାତୁଡ଼ି ହୋଇଥାଏ । ଆମ ଚମଡା ଉପରେ ଯାହା ବି ଉଠିକି ବାହାରି ଥାଏ ତାହାକୁ ଆମେ ଭାତୁଡ଼ି ବୋଲି କହୁ କିନ୍ତୁ ମେଡିକାଲ ସାଇନ୍ସରେ ଭାତୁଡ଼ି ଅର୍ଥ ସ୍କିନ୍ ଟ୍ୟାଗ ।

ସାଧାରଣତଃ ଭାତୁଡି ଆମ ବେକ, କାନ୍ଧ, ଜଙ୍ଘ ଓ ସାଇଡ୍ ରେ ହୋଇଥାଏ । ଭାତୁଡି ଯାହା ଆମ ଚର୍ମକୁ ଲାଗିକରି ଥାଏ,ନହେଲେ ଲାଞ୍ଚ ଆକାରର ବାହାରି ସ୍କିନ୍ ଟ୍ୟାଗ ହୋଇଥାଏ ,ଆଉ ଧିରେ ଧିରେ ବଡ ହୁଏ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯାହା ହୁଏତ ଆପଣ ଜାଣିନଥିବେ ତାହା ହେଉଛି ଯେଉଂ ମାନଙ୍କୁ ଭାତୁଡି ହୋଇଥାଏ ସେମାନଙ୍କୁ କ୍ୟାନସର୍ ହେବାର ସମ୍ଭାବନା ବହୁତ କମ୍ ଥାଏ । ସାଧାରଣତଃ ମୋଟା, ଡାୟବେଟିସ୍ ବା ମଧିୁମେହ ଏବଂ ବୟସ୍କ ଲୋକଙ୍କ ପାଖରେ ବେଶି ଭାତୁଡ଼ି ଦେଖାଯାଏ । କିନ୍ତୁ ଅଳ୍ପ ବୟସ୍କ ଲୋକଙ୍କ ପାଖରେ ସାଧାରଣତଃ ଏହା ଦେଖା ଯାଇନଥାଏ ।

ବୟସ ବଢିବା ସହିତ ଅଧିକ ମୋଟା ହୋଇଯିବା କାରଣରୁ ଭାତୁଡି୍ ଦେଖାଯାଇଥାଏ । ଭାତୁଡ଼ି ଆମ ଚମଡାର ଗୋଟିଏ ଦର୍ପଣ ସଦୃଶ କାମ କରିଥାଏ । ଆମ ଶରୀର ଭିତରେ କଣ ସିଷ୍ଟମ ଚାଲିଛି, କଣ ଅସୁବିଧା ହେଉଛି, କଣ କେମିକାଲ ଚେଞ୍ଜ ହେଉଛି ଏହା ଆମ ଭାତୁଡ଼ି ସୂଚାଏ ।

ଯଦି ଭାତୁଡ଼ି ସଂଖ୍ୟା ବୃଦ୍ଧି ହେଉଛି ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଭାତୁଡ଼ି ବିଭିନ୍ନ ପ୍ରକାରର ଥାଏ, ହଳଦିଆ ରଙ୍ଗର ଆଖି ଚାରିପଟେ ବାହାରିଥାଏ, ଧଳାରଙ୍ଗର ଯାହା ଟିକିଏ ସାଇନ୍ କରେ ତାହାର ଚିକିତ୍ସା କରିବା ନିହାତି ଆବଶ୍ୟକ କାରଣ ତାହା ଗୋଟିଏକୁ ଲାଗି ଲାଗି ଆହୁରି ଭାତୁଡ଼ି ବାହାରେ । ସେଠାରେ ଛୁଇଁ ଆଉ କେଉଁଠି ଛୁଇଁଲେ ସେହି ସ୍ଥାନରେ ବାହାରେ , ଅନ୍ୟ କାହାକୁ ଛୁଇଁଲେ ତାକୁ ବି ହୋଇପାରେ।

ସାଧାରଣତଃ ଏହାର ଉପଚାର ପାଇଁ କିଛି ଲୋକ ଏଥିରେ ସୂତା ବାନ୍ଧି ଦିଅନ୍ତି କିନ୍ତୁ କେବେବି ସେମିତି ଭୁଲ କରିବେ ନାହିଁ ବରଂ ଡାକ୍ତରଙ୍କ ପାଖକୁ ଯାଇ କାଟି ନେବେ । ଯଦି ଭାତୁଡ଼ିଟି ବଡ ଥାଏ ତାହେଲେ ତାକୁ କାଟି ସେମାନେ ସ୍ଟିଚ୍ କରିଥାନ୍ତି ।

ଯଦି ଆମେ ଆମ ଜୀବନ ଶୈଳୀ କୁ ପରିବର୍ତ୍ତନ କରିବା ତାହା ହେଲେ ଭାତୁଡ଼ି ହେବନାହିଁ । ଯଥା ବାହାରର ତେଲଭାଜି ଜିନିଷ ଖାଇବା ନାହିଁ, ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବେ । ଆମ ଶରୀରର ନୂଆସ୍କିନ୍ ତିଆରି ପାଇଁ ସବୁ ପ୍ରକାର ଭିଟାମିନ୍ ଓ ମିନେରାଲ ଦରକାର ହୁଏ । ସ୍କିନ୍ ର ଗୋଟିଏ ଗୋଟିଏ ସେଲ୍ ତିଆରି ପାଇଁ ଭିଟାମିନ୍ ସି ର ବହୁ ଆବଶ୍ୟକ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।