Odisha News Portal

ଡବଲ ହେଲା ଖୁସି : ପୁଣିଥରେ ବାପା ହେବାକୁ ଯାଉଛନ୍ତି ମାହି, ୪ ମାସର ଗର୍ଭବତୀ ଅଛନ୍ତି ପତ୍ନୀ ! ଖୁଲାସା କଲେ ମିସେସ୍ ରୈନା…

ଆମ ଦେଶରେ ସମସ୍ତ ସେଲିବ୍ରେଟି ମାନଙ୍କୁ ବହୁତ ସନମାନ କରାଯାଇଥାଏ। ସାଧାରଣ ଲୋକମାନଙ୍କ ଅପେକ୍ଷା ସେଲିବ୍ରେଟି ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ସାଧାରଣ ଜନତା ସବୁବେଳ ସେଲିବ୍ରେଟି ମାନଙ୍କ ଜୀବନରେ କଣ ଚାଲିଛି, ଜାଣିବା ପାଇଁ ବହୁତ ଇଛୁକ ଥାଆନ୍ତି। ଆମ ଭାରତୀୟ ମାନେ କ୍ରିକେଟ ଖେଳକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି, ଖେଳାଳୀଙ୍କ ଅନେକ ପ୍ରଶଂସକ ଥାନ୍ତି। ଏମିତି କି ନିଜର ବେଷ୍ଟ ଖେଳାଳି ବିଷୟରେ ଜାଣିବା ପାଇଁ ଅନେକ ଲୋକ ଗୁଗୁଲ ରେ ମଧ୍ୟ ସାହାରା ନେଇଥାନ୍ତି। ତେବେ ବନ୍ଧୁଗଣ ଭାରତୀୟ ଅଧି ନାୟକ ଧୋନୀଙ୍କୁ ନେଇ ବର୍ତ୍ତମାନ ଏକ ଖୁସି ଖବର ଆସିଛି। ତେବେ ଆସନ୍ତୁ ଜାଣିବା କଣ ଏହି ଖୁସି ଖବର।

ସୂଚନା ଅନୁସାରେ, ପୂର୍ବତନ ଭାରତୀୟ ଅଧି ନାୟକ ଧୋନୀଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ଦେହରାଡୁନ ନିବାସୀ ସାକ୍ସିଙ୍କୁ ବିବାହ କରିଛନ୍ତି। ସାକ୍ସି ମ୍ୟାନେଜମେଣ୍ଟ ପାଠ ପଢୁଥିଲେ। ଏହା ପରେ ସେ କୋଲକାତାର ତାଜ ବେଙ୍ଗଲ ହୋଟେଲରେ ଟ୍ରେନିଂ ଭାବରେ କାର୍ଯ୍ୟ କରୁଥିଲେ। ସେମାନେ ଦୁହେଁ ପରସ୍ପରକୁ ପିଲା ଦିନରୁ ଜାଣିଛନ୍ତି ଓ ଦଶ ବର୍ଷ ପରେ କୋଲକାତାରେ ଦୁହେଁ ଦୁହିଁଙ୍କୁ ଦେଖିଥିଲେ ଓ ବନ୍ଧୁତା ମଧ୍ୟ ହୋଇ ଯାଇ ଥିଲା। ବନ୍ଧୁତ୍ୱ ଦୁଇ ବର୍ଷ ପରେ ୨୦୧୦ ମସିହା ଜୁଲାଇ ୧୦ ତାରିଖ ଦିନ ସେମାନେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ।

ତେବେ ୨୦୧୫ ମସିହା ଫେବ୍ରୁଆରୀ ମାସରେ ଏମ୍ଏସ ଧୋନି ବାପା ହୋଇଥିଲେ ଓ ଏହି ଖବର ଶୁଣି ସେ ବହୁତ ଖୁସି ହୋଇ ଯାଇ ଥିଲେ। ତାଙ୍କର ଜିଭା ନାମକ ଏକ ଝିଅ ରହିଛି, ଯାହାର ବୟସ ମାତ୍ର ୬ ବର୍ଷ ଅଟେ। ୨୦୨୧ ମସିହା ଆଇପିଏଲ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ତାଙ୍କ ସ୍ତ୍ରୀ ଷ୍ଟାଡିୟମରେ ବସି ତାଙ୍କୁ ଉତ୍ସାହିତ କରୁଥିଲେ। ଧୋନୀ ଟାଇଟଲ ଜିତିବା ପରେ ତାଙ୍କ ସ୍ତ୍ରୀ ଖୁସିରେ ତାଙ୍କ ଉପରକୁ ଡେଇଁ ପଡି କୁଣ୍ଢେଇ ପକାଇ ଥିଲେ ଓ ଅଭିନନ୍ଦନ ମଧ୍ୟ ଜଣାଇ ଥିଲେ।

ତେବେ ସେ ଟାଇଟଲ ଜିତିବା ପରେ ଜାଣିବାକୁ ପାଇ ଥିଲେ ଯେ ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି। ଏହି ଖବର ଧୋନୀଙ୍କ CSK ସାଥି ସୁରେଶ ରୈନାଙ୍କ ସ୍ତ୍ରୀ ପ୍ରିୟଙ୍କା ରୈନା ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଓ ବର୍ତ୍ତମାନ ସେ ଚାରି ମାସର ଗର୍ଭବତୀ ଅଛନ୍ତି। ତେବେ ଏହି ଖବର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗୁଛି। ଏହି ଖବର ଭାଇରଲ ହେବା ପରେ ସେମାନଙ୍କୁ ଶୁଭେଛା ଜଣାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।