ଦମନ ଫିଲ୍ମ ର ହିନ୍ଦୀ ଭାଷା ପାଇଁ ଗୀତ ଗାଇଲେ ଅର୍ଜିତ ସିଂ Arjit Singh

ଏବେ ସବୁ ଆଡେ ଖାଲି ଗୋଟିଏ ଚର୍ଚ୍ଚା ତାହା ହେଉଛି ଫିଲ୍ମ୍ ‘ଦମନ୍’। ହଁ ଆଜ୍ଞା ବାବୁଶାନଙ୍କ ଅଭିନୀତ ଏହି ଫିଲ୍ମ୍ ‘ଦମନ୍’ କୁ ନେଇ ଏବେ ସବୁଠିି ଚର୍ଚ୍ଚାର ବିଷୟ ପାଲଟିଛି। କାହିଁକି ନା ବାବୁଶାନ ଙ୍କ ଅଭିନୀତ ଫିଲ୍ମ୍ ‘ଦମନ୍’ ର ଷ୍ଟୋରି ଲାଇନ୍ ଏତେ ସୁନ୍ଦର୍ ହୋଇଛି ଯାହାକି ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଛୁଇଁ ପାରିଛି। ଏଥିପାଇଁ ସମସ୍ତେ ପସନ୍ଦ କରୁଛନ୍ତି ଦମନକୁ। ଆଉ ଏହି ସିନେମାର ହିନ୍ଦୀ ଡଭିଂ ମଧ୍ୟ ହେବ ବୋଲି ସୂଚନା ମିଳିଛି।

ଯାହାକୁ ନେଇ ଲାଗି ପଡ଼ିଛନ୍ତି ବାବୁଶାନ ଆଉ ଦମନର ପୁରା ଟିମ୍। ତେବେ ଖୁବ୍ ଶୀଘ୍ର ହିନ୍ଦୀ ଭାଷାରେ ରିଲିଜ୍ ହେବା ପାଇଁ ଯାଉଛି ଫିଲ୍ମ୍ ଦମନ୍। ଯେଉଁଥିରେ କି ଦର୍ଶକ ମାନେ ଫୁଲ୍ ମନୋରଞ୍ଜନ ପାଇ ପାରିବେ। ତେବେ ଶୁଣିବାକୁ ମିଳୁଛି ଫିଲ୍ମ୍ ଦମନର ଯେଉଁ ଢାଞ୍ଚା ଗୀତଟି ରହିଛି ତାହର ରେକର୍ଡ଼ କରିଛନ୍ତି ବଲିଉଡ୍ ର। ଲୋକପ୍ରିୟ କଣ୍ଠଶିଳ୍ପୀ ଅର୍ଜିତ ସିଂ। ଅର୍ଜିତ ସିଂଙ୍କୁ ଫିଲ୍ମ୍ ଦମନର ପ୍ରୋକ୍ଷାଳୟ ରେ ଦେଖିବାକୁ ମିଳିଛି। ଏବଂ ଅର୍ଜିତ ସିଂ ଏହି ଗୀତର ରେକଡିଂ ମଧ୍ୟ କରିଛନ୍ତି। ଏବଂ ଖୁବ୍ ଶୀଘ୍ର ଅର୍ଜିତ ସିଂଙ୍କ କଣ୍ଠରୁ ଏହି ଗୀତ ଦର୍ଶକ ମାନେ ଶୁଣିବା ପାଇଁ ପାଇବେ।

ତେବେ ବାବୁଶାନ ଏଥିରେ ଲିଡ ନାୟକ ଥିବା ବେଳେ ଏହି ସିନେମାର ନାୟିକା କେହି ନାହାଁନ୍ତି। ତେବେ ଏହି ଗୀତକୁ ଅର୍ଜିତ ସିଂ ନିଜେ ସ୍ୱର ଦେଇଛନ୍ତି। ଆଉ ବାବୁଶାନଙ୍କ ଇମୋସନାଲ୍ ସିନ କୁ ଆହୁରି ଇମୋସନାଲ୍ କରି ଦେଇଛନ୍ତି। କାହିଁକି ନା ବାବୁଶାନଙ୍କ ଇମୋସନାଲ୍ ସିନ କୁ ଇମୋସନ୍ ରେ ଭରିଦେବା ପାଇଁ କେବଳ ଅର୍ଜିତ ସିଂଙ୍କ ସ୍ୱର ହିଁ କାଫି।

ତେବେ ଫିଲ୍ମ୍ ଟିକୁ ଯେତେବେଳେ ରିଲିଜ୍ କରା ଯାଇଥିଲା ସେତେବେଳେ ଏହି ଫିଲ୍ମ୍ ଟିକୁ ସେତେ ସପୋର୍ଟ ମିଳି ପାରି ନଥିଲା। ଫିଲ୍ମ୍ ର ଡେଟ୍ ମଧ୍ୟ ଘୁଞ୍ଚି ଥିଲା। ଆଉ ଫିଲ୍ମ୍ ର ପ୍ରୋମସନ୍ କରିବା ପାଇଁ ରୋଡ ସାରା ବୁଲିବାକୁ ମଧ୍ୟ ପଡ଼ିଥିଲା। ଲାଗୁଥିଲା ଓଡ଼ିଆ ଚଳଚ୍ଚିତ୍ର ଯେମିତି ଦବି ଯାଇଛି। କିନ୍ତୁ ଏକ ରିଅଲ କଣ୍ଟେଣ୍ଟର ଷ୍ଟୋରିକୁ ନେଇ ପୁଣି ଥରେ ମୁଣ୍ଡ ଟେକି ଛିଡ଼ା ହୋଇଛି ଓଲିଉଡ଼ ଇଣ୍ଡଷ୍ଟ୍ରି।

ତାହା ପୁଣି ହିନ୍ଦୀରେ ରିଲିଜ୍ କରିବା ପାଇଁ ଦାବି କରାଯାଇଛି। କାନାଡା ଠାରୁ ଆରମ୍ଭ କରି ହିନ୍ଦୀରୁ ଦେଖୁଥିବା ସମସ୍ତ ଭ୍ୟୁଅର ୟୁଟ୍ୟୁବରେ ଦାବି କରିଛନ୍ତି କି ଏହାକୁ ସବୁ ଭାଷାରେ ରିଲିଜ୍ କରାଯାଉ ବୋଲି। ତେବେ ଦମନ ହିନ୍ଦୀରେ ରିଲିଜ୍ କରାଯିବା ପରେ ଅନ୍ୟ ଦୁଇଟି ଭାଷାରେ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି। ତାହା ମଧ୍ୟ ଖୁବ୍ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment