Odisha News Portal

Dr. Simran : ପିରିୟଡ୍ସ ବେଳେ COVID ଟୀକା ନେବା ଉଚିତ କି ନାହିଁ ? ଜାଣନ୍ତୁ କ’ଣ କହୁଛନ୍ତି

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ତେବେ ଏହି ଭାଇରସ ପାଇଁ ବର୍ତ୍ତମାନ ଟୀକା କରଣ ଚାଲିଛି ଏହି ଟୀକା କରଣ ସମୟ ରେ କେତେକ ନିୟମ ଅଛି ଯେଉଁ ନିୟମ କୁ ଅବଲମ୍ବନ କରିବା ଉଚିତ୍। କିନ୍ତୁ ଆମେ ମାନେ ଅନେକ ଗୁଜବ ଶୁଣିବାକୁ ପାଇଥାଉ କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆପଣ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ଓ ସଠିକ୍ ତଥ୍ୟ ପାଇବା ପାଇଁ ଡାକ୍ତର ମାନଙ୍କ ସହିତ ସିଧା ସଳଖ ଭାବେ ଆଲୋଚନା କରନ୍ତୁ । ଏହା ସହିତ ଇଣ୍ଟରନେଟ ରେ ଏହାର ସମ୍ପୂର୍ଣ ତଥ୍ୟ ରହିଛି ସେଠାରୁ ଆପଣ ସମ୍ପୂର୍ଣ ତଥ୍ୟ ପାଇ ପାରିବେ ।

ତେବେ କୋଛି ଦିନ ପୂର୍ବରୁ ମେନ୍ସୁରେସନ୍ ସମୟ ରେ ଟୀକା ନେବେ କି ନାହିଁ ଏହି ବିଷୟ ରେ ଗୁଜବ ସୃଷ୍ଟି ହୋଇଥିଲା ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ କୌଣସି ଗୁଜବ ଶୁଣି କିଛି ବି ବିଶ୍ୱାସ କରନ୍ତୁ ନାହିଁ । ଆପଣ ଟୀକା ନେଇ ପାରିବେ । ଏହା ସହିତ ଯଦି ଆପଣ ଙ୍କ ପୂର୍ବରୁ ଡାଇବେଟିସ , ଲିଭର୍ ଓ ହାର୍ଟ problem ରହିଛି ତେବେ ମଧ୍ୟ ଆପଣ ଟୀକା ନେଇ ପାରିବେ। କେବଳ ଗର୍ଭବତୀ ମହିଳା ମାନେ ଏହି ଟୀକା ନେଇ ପାରିବେ ନାହିଁ ବୋଲି ସୂଚନା ମିଳିଛି । ଗର୍ଭବତୀ ମହିଳା ମାନଙ୍କ ଉପରେ ଭ୍ୟକ୍ସିନି ର ପରୀକ୍ଷଣ କରାଯାଇ ନାହିଁ ବୋଲି ସେମାନଙ୍କୁ ନିଆ ଯିବା ପାଇଁ ଅନୁମତି ଦିଆଯାଇ ନାହିଁ।

ଏହା ସହିତ ଯଦି ଆପଣ ଭ୍ୟକ୍ସିନ ନେବା ପୂର୍ବରୁ ଆପଣଙ୍କୁ କୌଣସି ପ୍ରକାର ଥଣ୍ଡା, ଜର ଆଦି ରହିଛି ତେବେ ଆପଣ ଡାକ୍ତର ମାନଙ୍କ ସହିତ ପରାମର୍ଶ କରି ଭ୍ୟକ୍ସିନ ନିଅନ୍ତୁ। ଏହା ସହିତ ଯଦି ଏହି କରନା ଭ୍ୟକ୍ସିନ ନେବା ପୂର୍ବରୁ ଆପଣ ଅନ୍ୟ କୌଣସି ଭ୍ୟକ୍ସିନ ନେଇଛନ୍ତି ସେମିତି ପରିସ୍ଥିତି ରେ ମଧ୍ୟ ଡାକ୍ତର ଙ୍କ ସହିତ ପରାମର୍ଶ କରି ଭ୍ୟକ୍ସିନ ନିଅନ୍ତୁ କିମ୍ବା ୬-୭ ଦିନ ଡିଲେ କରି ଦିଅନ୍ତୁ।

ତେବେ ପୂର୍ବରୁ ଏହି ଭାଇରସ କେବଳ ବୟସ୍କ ଲୋକ ମାନଙ୍କ ଉପରେ ଅଧିକ ପ୍ରଭାବ ପକାଉ ଥିଲା କିନ୍ତୁ ବର୍ତ୍ତମାନ ଅନେକ ଯୁବ ପିଢ଼ି ମାନଙ୍କ ର ଜୀବନ ଯିବାର ଆମେ ଦେଖି ସାରିଛନ୍ତି । ଓ ଏହି ସଂକ୍ରମଣ ଶିଶୁ ମାନଙ୍କୁ ଅଧିକ ପ୍ରଭବିତ କରୁଛି। ତେବୁ ସରକାର ଙ୍କ ତରଫରୁ ଦିଅ ଯାଇଥିବା ସମସ୍ତ ଗାଇଡ ଲାଇନ କୁ ଅବଲମ୍ବନ କରନ୍ତୁ ଓ ସତର୍କ ରୁହନ୍ତୁ। ଆଉ କୌଣସି ପ୍ରକାର ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ଓ ଯଦି କୌଣସି ସନ୍ଦେହ ସୃଷ୍ଟି ହେଉଛି ତେବେ ସରକାର ଙ୍କ ତରଫରୁ ଦିଅ ଯାଇଥିବା ହେଲ୍ପ ଲାଇନ ନମ୍ବର ରେ କଲ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।