Odisha News Portal

ଏବର୍ଷ ପବିତ୍ର ଦୀପାବଳି ରେ ଘରର ଏହି 5ଟି ଜାଗାରେ ଜାଣନ୍ତୁ ଦୀପ , ଘରେ ହେବ ଧନର ବର୍ଷା. ମାତାଙ୍କର ବିଶେଷ କୃପା ବର୍ଷିବ

ଦୀପାବଳି ପାଇଂ ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା । ଦୀପାବଳି ଭାରତର ସବୁଠାରୁ ବଡ ପର୍ବ ଏବଂ ସବୁଠାରୁ ବଡ ପ୍ରକାଶମୟ ଉତ୍ସବ ମଧ୍ୟ । ରାକ୍ଷାସ ରାଜା ରାବଣ ଉପରେ ବିଜୟ ପ୍ରାପ୍ତ କରି 14 ବର୍ଷ ବନବାସ ସାରିଲା ପରେ ମୌର୍ଯ୍ୟଦା ପୁରୁଷତ୍ତୋମ ପ୍ରଭୁ ରାମଚନ୍ଦ୍ର, ତାଙ୍କର ପତ୍ନୀ ମାତା ସୀତା ଏବଂ ଭ୍ରାତା ଶ୍ରୀଲକ୍ଷ୍ମଣଙ୍କୁ ଅଯ୍ୟୋଧ୍ୟା ଫେରି ଆସିବାର ଖୁସିରେ ଏବଂ ସମ୍ମାନର ସହିତ ପାଳନ କରାଯାଇଥାଏ । ଏହି ଦୀପାବଳିରେ ଦୀପର ସାକ୍ଷାତ ମହତ୍ବ ରହିଥାଏ । ଏହି ଉତ୍ସବ ହେଉଛି ଆଲୋକର ଉତ୍ସବ ଅଟେ ।

ହିନ୍ଦୁ ଧର୍ମରେ ଏହା ମାନ୍ୟତା ରହିଛି ଯେ ଦୀପାବଳିରେ ଶୁଭ ସମୟରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ । ଏହା ମଧ୍ୟ କୁହାଯାଇଥାଏ ଯେ ଳକ୍ଷ୍ମୀ ମାତା ଯାହା ଘରେ ଏହି ଦୀପାବଳିରେ ବାସ କରିଥାନ୍ତି , ତାହାର ଘରେ ଜୀବନଯାକ ଟଙ୍କା ପଇସା , ଧନଧାନ୍ୟରେ ପୂରି ଉଠିଥାଏ ।

ଏହି କାରଣରୁ ପ୍ରତ୍ୟେକ ଘରେ ଦୀପାବଳି ଦିନ ପ୍ରତ୍ୟେକ ଲୋକ ଦୀପ ଝଳି ଘରକୁ ଆଲୋକିତ କରିଥାନ୍ତି । ଘର ସହିତ ଏମିତି କିଛି ଜାଗା ରହିଛି ଯେଉଁଠାରେ ଦୀପାବଳି ଦିନ ଜଳାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଜାଗା ବିଷୟରେ ।

1. ଦୀପାବଳି ଦିନ ଆମେ ଆମ ଘରେ ଦୀପ ଜଳାଇବା ସହିତସବୁ ଘରକୁ ଆଲୋକିତ କରୁଥାଉ, ଏମିତିକି ଘର ବାହାରକୁ ମଧ୍ୟ ଆଲୋକିତ କରିଥାଉ । କିନ୍ତୁ ଗୋଟିଏ ଦୀପ ଅସ୍ତଗଛ ମୂଳରେ ନିଶ୍ଚୟ ଲଗାନ୍ତୁ । କୁହାଯାଇଥାଏ ଯେ ଏହି ଅଶ୍ବସ୍ଥ ଗଛରେ ତେତିଶ କୋଟି ଦେବେଦେବୀ ବାସ କରିଥାନ୍ତି । ଏଣୁ ଏହି ଜାଗାରେ ଦୀପ ଜଳାଇବା ଦ୍ବାରା ମାତା ଲକ୍ଷ୍ମୀ ଖୁସି ହୋଇଯାଇଥାନ୍ତି ।


2. ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ସ୍ବାଗତ ପାଇଁ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଘରର ମୁଖ୍ୟଦ୍ବାରାର ଦୁଇ ପାଖରେ ଦୀପ ନିଶ୍ଚିତ ଜଳାନ୍ତୁ । ମାତା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧକାର ରହିନଥାଏ ।

3. ଦୀପାବଳି ଦିନ ନିଜ ଘରେ ତ ପୂଜା କରିବେ କିନ୍ତୁ ଏହାସହିତ ଯଦି ଆପଣଙ୍କ ଘରେ ବାହାରେ କୌଣସି ମନ୍ଦିର ଅଛି ତେବେ ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ । ଏହାଦ୍ବାରା ମଧ୍ୟ ଆପଣ ପ୍ରଭୁଙ୍କର ସେବା ପାଇବାର ସୁଯୋଗ ପାଇପାରିବେ ।


4. କୁହାଯାଇଥାଏ ଯେ ଦୀପାବଳି ଦିନ ରାତିରେ ଘରର ଆଖପାଖରେ କୌଣସି ଚଉରାରେ ମଧ୍ୟ ଦୀପ ଜଳେଇବାକୁ ଆଦୌ ଭୁଲନ୍ତୁ ନାହିଁ । ଏହାଦ୍ବାରା ଦେବୀ ମାତା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିଦେବେ ।
5. କୁହାଯାଇଥାଏ ଯେ ଏହି ଦୀପାବଳୀ ଦିନ କୌଣସି ଶୂନଶାନ ଜାଗାରେ ରହିଥିବା ଶିବଲିଙ୍ଗ ପାଖରେ ମଧ୍ୟ ଦୀପ ନିଶ୍ଚିତ ଭାବରେ ଜଳାନ୍ତୁ । ଏହାଦ୍ବାରା ସମସ୍ତ ମନସ୍କାମନା ପୂରଣ ହୋଇଥ