ଗତ ଚାରି ବର୍ଷର ବ୍ୟବଧାନ ପରେ ପୁଣି ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଦର୍ଶକ ମାନେ ପୁଣି ଥରେ ପରଦା ଉପରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୟ ଦେଖିବା ପାଇଁ ପାଇବେ। ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି ଚଳଚ୍ଚିତ୍ର “ଲଭ୍ ଇନ ଲଣ୍ଡନ” ଯେଉଁଥିରେ ନଜର ଆସିବେ ଅଭିନେତା ଅନୁଭବ ମହାନ୍ତି। ତେବେ ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ ମହାନ୍ତି।
ତେବେ ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ମୁମ୍ବାଇର ଅଭିନେତ୍ରୀ ସ୍ଵପ୍ନାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ୭୦ ପ୍ରତିଶତ ସିନ ଲଣ୍ଡନ ରେ ସୁଟିଂ ହୋଇଥିବା ବେଳେ ବାକି ସବୁ ଓଡ଼ିଶାରେ ସୁଟିଂ ହୋଇ ଥିବାର କହିଛନ୍ତି ଅନୁଭବ ମହାନ୍ତି। ଏହା ସହିତ ଏହି ସିନେମା ଷ୍ଟୋରି ଓଡ଼ିଶା ସହିତ କନେକ୍ଟେଡ୍ ରହିଛି ଯାହା ଦର୍ଶକ ସିନେମା ଦେଖିବା ପରେ ଜାଣି ପାରିବେ।ଆଉ ଖୁବ୍ ଶୀଘ୍ର ଏହି ସିନେମା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।
ତେବେ ଅନୁଭବ ମହାନ୍ତି କହିଛନ୍ତି କି ମୁଁ ଯେଉଁଠି ଯାହାକୁ ଭଲ ପାଇଲେ ବି ଓଡ଼ିଶା ମୋ ଆତ୍ମା ଭିତରେ ସବୁ ବେଳେ ରହିଥିବ। ଓଡ଼ିଶାକୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ ଯେଉଁଠି କି ଗଲେ ବି ମୁଁ ନିଜକୁ ଜଣେ ଓଡିଆ ବୋଲି ପରିଚୟ ଦିଏ।ଆଉ ମୁଁ ଓଡିଆ ବୋଲି ନିଜକୁ ବହୁତ୍ ଗର୍ବିତ ଅନୁଭବ କରେ। ଏପରି କିଛି କଥା ଗଣ ମାଧ୍ୟମ ସାମ୍ନା ରେ କହିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଯାହାକୁ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଏକଥା ମଧ୍ୟ ଅନୁଭବ ମହାନ୍ତି କହିଛନ୍ତି କି ମୋ ଦର୍ଶକ ମାନେ ମୋ ପରିବାର। ୪ ବର୍ଷରେ ମୋ ଦର୍ଶକ ମାନେ ମତେ ଯେତିକି ମିସ୍ କରିଛନ୍ତି ତା ଠାରୁ ମୁଁ ସେମାନଙ୍କୁ ଅଧିକ ମିସ୍ କରିଛି। ତେବେ ଚାରି ବର୍ଷ ଧରି ସେ ସିନେମା ନ କରିବାର କାରଣ ଥିଲା ଯେହେତୁ ସେ ଜଣେ ସାଂସଦ ତେଣୁ ସେ ତାଙ୍କ ଦାୟିତ୍ଵ ତୁଲାଇବା ପାଇଁ ଚେଷ୍ଟା କରୁଥିଲେ ଆଉ କରିଛନ୍ତି ମଧ୍ୟ। ଯେହେତୁ କୋଭିଡ୍ ଚାଲିଥିଲା ତ ସିଏ ବେଶି କିଛି କରି ପାରି ନାହାଁନ୍ତି ନହେଲେ ବହୁତ୍ କିଛି କରି ପାରି ଥାନ୍ତେ ବୋଲି କହିଛନ୍ତି। ଏହା ସହିତ କିଛି ମାତ୍ରାରେ ତାଙ୍କ ପାରିବାରିକ ସମସ୍ୟା କୁ ନେଇ ମଧ୍ୟ ସେ ସିନେମା କରି ପାରି ନାହାଁନ୍ତି ବୋଲି କହିଛନ୍ତି। ତେବେ ଖୁବ୍ ଶୀଘ୍ର ତାଙ୍କର ନୂଆ ସିନେମା ଲଭ୍ ଇନ ଲଣ୍ଡନ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।