Odisha News Portal

ଦ୍ୱିତୀୟ ବିବାହ ପଡ଼ିଲା ମହଙ୍ଗା : ଦୁଇ ଛୁଆଙ୍କୁ ଧରି ମଣ୍ଡପରେ ହଙ୍ଗାମା ହାଇଡ୍ରାମା କଲେ ସ୍ତ୍ରୀ… ଦେଖନ୍ତୁ Video

ବର୍ତ୍ତମାନ ର ଏହି ଆଧୁନିକ ଯୁଗରେ ଯୁବତୀ ମାନଙ୍କୁ ଏହି ପୁରୁଷ ରୂପୀ ରାକ୍ଷସ ମାନେ ହରେକ ମାଲ ବୋଲି ମାନି ନେଉଛନ୍ତି। ଆଜି ବିବାହ କରିନେଉଛନ୍ତି ,ଆଉ ଛୁଆ ଜନ୍ମ କରିବା ପରେ ସବୁ କିଛି ଭୁଲି ଯାଉଛନ୍ତି। ପୁଣି ଆଉ ଜଣେ ଯୁବତୀ ଙ୍କୁ ବିବାହ କରିବାକୁ ବର ହୋଇ ବାହାରି ପଡୁଛନ୍ତି। ତେବେ ଠିକ ଏହିପରି ଘଟଣା ଓଡ଼ିଶା ରେ ଦେଖିବା କୁ ମିଳିଥିଲା, କିନ୍ତୁ ଏଥର ଯୁବତୀ ଜଣଙ୍କ ଆଉ ହାର ମାନି ନଥିଲେ ସେ ନିଜ ସ୍ୱାମୀ ଙ୍କୁ ଆଉ କାହାକୁ ବିବାହ କରିବାକୁ ଦେଇ ନଥିଲେ ଆଉ ବାହାଘର ମଣ୍ଡପ ରେ ପହଁଚି ସ୍ୱାମୀ ଙ୍କର ବିବାହ ଭଣ୍ଡୁର କରିଥିଲେ।

ତେବେ ଘଟଣା ଟି ରହିଛି ନବରଙ୍ଗପୁର ଠାରେ ଯେଉଁ ଥରେ ସୁଜିତ ନାମକ ଜଣେ ଯୁବକ ବିବାହ କରିବାକୁ ଯାଉଥିଲେ। ବିବାହ ପାଇଁ ଖାଦ୍ୟ , ବରଯାତ୍ରୀ ସବୁକିଛି ଠିକ ହୋଇଥିଲା , ଆଉ ବନ୍ଧୁବାନ୍ଧବ ପ୍ରିୟଜନ ସବୁ ବିବାହ ମଣ୍ଡପ ରେ ବିବାହ ଦେଖିବାକୁ ବସିଛନ୍ତି। ମାତ୍ର ହଠାତ ଜଣେ ଯୁବତୀ ଦୁଇ ଟି ପିଲାଙ୍କୁ ଧରି ବାହାଘର ମଣ୍ଡପ ରେ ପହଁଚି ଥିଲେ ଆଉ ବର କୁ ବହବେଦୀ ରୁ ତଳକୁ ଘୋଷାଡ଼ି ଆଣିଥିଲେ। ତେବେ ଏହା ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ , ସମସ୍ତ ଙ୍କର ମନରେ ପ୍ରଶ୍ନ ଥିଲା ଏହି ଯୁବତୀ ଜଣଙ୍କ କିଏ ବୋଲି ।

ତେବେ ଯୁବତୀ ଜଣଙ୍କ ତା ପରେ ମୁଁହ ଖୋଲିଥିଲେ ଆଉ କହିଥିଲେ କି,”ତୋର କେତେଟା ସ୍ତ୍ରୀ ଦରକାର , ମୋତେ ବାହା ହୋଇ ଦୁଇ ଟା ଛୁଆ ଜନ୍ମ କଲୁ ଆଉ ଦୁଇ ବର୍ଷ ହେବ ମୋତେ ଛାଡିକି ପଳେଇ ଆସିଲୁ। ମୁଁ ପର ଘରେ ବାସନ ମାଂଜି ଛୁଆ ଙ୍କୁ ପୋଷୁଛି ଆଉ ତୁ ଏଠି ବାହାଘର ର ମଜା ନେଉଛୁ ନାହିଁ। ମୁଁ ତତେ ବିବାହ କରିବାକୁ ଦେବୀ ନାହିଁ”।ତେବେ ଯୁବତୀ ଙ୍କର ଏହି କଥା ଶୁଣି କେହି କିଛି କହିବା ପୂର୍ବରୁ ଦୁଇ ଜଣ ସମାଜ ସେବୀ ଆଗକୁ ଆସି ଯୁବତୀ ଙ୍କୁ ସମର୍ଥନ କରିଥିଲେ।

ତେବେ ଜଣାପଡି ଥିଲା କି, ୨୦୧୪ ମସିହାରେ ଯୁବକ ଜଣଙ୍କ ସେହି ଯୁବତୀ ଙ୍କୁ ବିବାହ କରିଥିଲେ ଆଉ ତାଙ୍କର ଦୁଇ ଟି ପିଲା ମଧ୍ୟ ରହିଛି। ମାତ୍ର ଦୁଇ ବର୍ଷ ପୂର୍ବରୁ ନିଜ ପରିବାର ରାଜି ନହେବାରୁ ସେ ତାଙ୍କୁ ଛାଡ଼ିଦେଇ ପଳେଇ ଆସିଥିଲେ , ଯୁବତୀ ଜଣଙ୍କ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ମାତ୍ର କୌଣସି ବାଟେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ କି ସୁଜିତ ପୁଣି ବିବାହ କରିବାକୁ ଯାଉଛନ୍ତି ବୋଲି ତେଣୁ ସେ ନିଜ ଛୁଆ ଓ ସମାଜ ସେବୀ ଙ୍କୁ ଧରି ବାହାଘର ମଣ୍ଡପ ରେ ପହଞ୍ଚିଥିଲେ। ଆଉ ଯୁବକ ଙ୍କର ବିବାହ ଭଙ୍ଗ କରିଥିଲେ।

ତେବେ ଯୁବକ ଜଣଙ୍କ କହିଛନ୍ତି କି ମୁଁ ତାକୁ ଛାଡ଼ପତ୍ର ଦେବା ପାଇଁ କୋଟରେ ଆବେଦନ କରିଛି ମାତ୍ର ସେଥିରେ ଯୁବତୀ ଙ୍କର ଦସ୍ତଖତ ନାହିଁ। ମୋ ସ୍ତ୍ରୀ ଅନ୍ୟ ଲୋକଙ୍କ ସହ ଖରାପ ସମ୍ପର୍କରେ ରହେ ତେଣୁ ମୁଁ ଛାଡ଼ ପତ୍ର ନେବି। କିନ୍ତୁ ସମାଜ ସେବୀ ଓ ମହିଳା ଜଣଙ୍କ ଏହାକୁ ଭୁଲ ବୋଲି ପ୍ରମାଣ କରିଥିଲେ ଆଉ ଯୁବକ ଙ୍କର ବିବାହ ଅଟକାଇ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।