Exclusive:ପୁଣି ଚର୍ଚ୍ଚାରେ ଦୀପିକା , ଶାଶୁଘର ଲୋକ ତାଙ୍କ ଟେଣ୍ଟ ଜାଳିଦେଇଥିବାର ଥାନାରେ ଦେଲେ ଅଭିଯୋଗ…ଦେଖନ୍ତୁ VIDEO ..

ଦିନ ଗଡି ଗଡି ଚାଲିଛି କିନ୍ତୁ ଛିଡୁନି ଶାଶୂ ବୋହୂଙ୍କ କଳି ତୁ ତୁ ମେ ମେ। କେହି କାହାଠୁ କମ୍ ନୁହେଁ। ନା ଦୀପିକା ନିଜ ଜିଦ୍ ରୁ ବାହାରି ଯାଉଛନ୍ତି ନା ଶାଶୁ ଘର ଲୋକେ ଦୀପିକାଙ୍କୁ ଗ୍ରହଣ କରିବା ପାଇଁ ରାଜି ହେଉଛନ୍ତି। ଦିନକୁ ଦିନ ଘଟଣା ଆହୁରି ଜଟିଳ ହେବାରେ ଲାଗିଛି। ଡେଲି ଡେଲି ଦେଖିବାକୁ ମିଳୁଛି ନୂଆ ନୂଆ ହାଇଡ୍ରାମା। ତେବେ କେବେ ଶାଶୂ ବୋହୂଙ୍କ ଥମିବ ଓଡିଶା ବାସୀ ଅପେକ୍ଷା କରି ରହିଥିବା ବେଳେ ପୁଣି ଥରେ ଶାଶୁ ବହୂଙ୍କ କଳି ନେଇଛି ତୀବ୍ରରୂପ। ଯାହାକୁ ନେଇ ପୁଣି ଚର୍ଚ୍ଚା ଉପୁଜିଛି।

ହଁ ଆଜ୍ଞା ପୁଣି ଚର୍ଚ୍ଚାରେ ଦୀପିକା ଓ ଦିନେଶଙ୍କ ପୁରା ପରିବାର ।ଦେନେଶର ପରିବାର ଲୋକଙ୍କ ନାରେ ପୁଣି ଦୀପିକା ଆଣି ଛନ୍ତି ସାଙ୍ଘାତିକ ଅଭିଯୋଗ। ଦୀପିକାଙ୍କ କହିବା କଥା ଅନୁଯାୟୀ ଶାଶୁଘର ଲୋକେ ପୁଣି ଥରେ ତାଙ୍କର ଟେଣ୍ଟ କନା ଜାଳି ଦେଇଛନ୍ତି। ଆଉ ଯେତେବେଳେ ଶୀତରେ ଥରୁଛି ସାରା ଓଡିଶା ସେତେବେଳେ ଦୀପିକାଙ୍କ ମୁଣ୍ଡ ଉପରେ ଛାତଟିଏ ନାହିଁ। ତେଣୁ ସେ ରହିବେ କେଉଁଠି ଧାରଣା ଦେବେ କେଉଁଠି ଖାଇବି କଣ ବୋଲି ଆଉ ଏତେ ଶୀତରେ କେମିତି ଧାରଣାରେ ବସି ରହିବେ ବୋଲି ପ୍ରଶ୍ନ ଉଠାଇ ଛନ୍ତି ଦୀପିକା ଆଉ ଆସି ଘର ନାରେ ଆଣିଛନ୍ତି ଅଭିଯୋଗ।

ନିଜ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଦୀପିକା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି କିଛି ଅଭିଯୋଗ ଆଣି ପୁଣି ଥରେ ଦୀପିକା ଗଞ୍ଜାମ ବଡବଜାର ଥାନାର ଦ୍ୱାରସ୍ଥ ହୋଇଛନ୍ତି କେ ଦୀପିକା। ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଶାଶୁ ଘର ଲୋକେ ସେ ଧାରଣା ଦେଇଥିବା ତମ୍ବୁ କୁ ଜାଳି ଦେଇଛନ୍ତି।ତେବେ ଏଠାରେ ଆମେ କହି ରଖିବାକୁ ଚାହିଁବୁ ନିଜର ପୁଅକୁ ନିଜର ବାପାର ପରିଚୟ ଦେବା ପାଇଁ ଏହା ସହିତ ନିଜକୁ ସ୍ତ୍ରୀର ମାନ୍ୟତା ଦେବା ପାଇଁ କେ ଦୀପିକା ଦୀର୍ଘଦିନ ହେବ ଧାରଣା ଦେଇ ଆସୁଛନ୍ତି। ଆଉ ଏହାରି ଭିତରେ ବହୁତ୍ ଥର ଦିନେଶଙ୍କ ପରିବାର ଓ ଦୀପିକାଙ୍କ ମଧ୍ୟରେ ତୁ ତୁ ମେ ମେ ହେବାର ସାରା ଓଡିଶା ଦେଖିଛି। ଏମିତି କି ଉଭୟଙ୍କ ମାମଲା ଏବେ କୋର୍ଟ ରେ ବିଚାରଧୀନ ଅବସ୍ଥାରେ ରହିଛି। ତଥାପି କେ ଦୀପିକା ଧାରଣାରେ ବସିଥିଲେ । କିନ୍ତୁ ଆଜି ସକାଳେ ଦେ

ନେଶଙ୍କ ପରିବାର ଲୋକ ମିଶି ଦୀପିକା ଧାରଣାରେ ଥିବା ଟେଣ୍ଟକୁ ଜଳି ଦେଇଛନ୍ତି। ଆଉ ଯାହାକୁ ନେଇ ଗଞ୍ଜାମ ବଡବଜାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୀପିକା। ତେବେ ଦେଖିବାକୁ ବାକି ରହିଲା ଅଭିଯୋଗ ପରେ ବଡବଜାର ପୋଲିସ୍ କଣ ନେଉଛି କାର୍ଯ୍ୟନୁଷ୍ଠାନ ଯାହା ଉପରେ ରହିଛି ସମସ୍ତଙ୍କ ନଜର।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment