Odisha News Portal

ଦେଖନ୍ତୁ ଭିଡ଼ିଓ – ଦିନ ଦିପ୍ରହରର ଆତଙ୍କ ଖେଳାଇଲା ଭାଲୁ, ବାଇକ କୁ ଘୋଷାଡ଼ି ଘୋଷାଡ଼ି କଲା ଏମିତି….

ଧରା ପଡ଼ିଲା ଆତଙ୍କ ଖେଳାଇ ଥିବା ଭାଲୁ । ଆନନ୍ଦପୁର ବନ ବିଭାଗର ଏକ ସ୍ପେଶଲ ଟିମ୍ ଭାଲୁ ଟିକୁ କାବୁ କରିଥିବାର ଜଣା ପଡ଼ିଛି । ଆନନ୍ଦପୁର ବନ୍ୟ ପ୍ରାଣୀ ବନ୍ୟ ଖଣ୍ଡ ଅଞ୍ଚଳ ରେ ଥିବା ପୁରୁଣାବାନ୍ଧଗୋଡ଼ା ଗାଁରେ ଗତକାଲି ଆତଙ୍କ ଖେଳାଇ ଥିଲା ଏହି ଭାଲୁ । ଭାଈରାଲ ଭିଡିଓ ରେ ଆପଣ ସମ୍ପୂର୍ଣ ଭାବରେ ଦେଖି ପାରିବେ କିପରି ଦିନ ଦୁଇପ୍ରହର ରେ ଆତଙ୍କ ଖେଳାଇ ଥିଲା ଏହି ଭାଲୁ । ସର୍ବସାଧାଣ ସ୍ଥାନ ରେ ଭାଲୁ କୁ ଦେଖି ସମସ୍ତଙ୍କ ର ଉଡ଼ି ଯାଇଥିଲା ହୋସ । ଭୟରେ ଗ୍ରାମ ରେ ପଡ଼ିଯାଇ ଥିଲା ତାଟି କବାଟ ।

ଗ୍ରାମ ବାସୀ କୁ ସହାୟତା କରିବାକୁ ଯାଇ ଗ୍ରାମବାସୀ ମାନଙ୍କ ସହିତ ବନ୍ୟ ବିଭାଗ କର୍ମଚାରୀ ମାନେ ଠେଙ୍ଗା ବାଡି ଧରି ଓ ବାଣ ଫୁଟାଇ ଭାଲୁ କୁ ଜଙ୍ଗଲ କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେହି ସମୟରେ ଭାଲୁ ଟି ଉତ୍ୟକ୍ତ ହୋଇ ଲୋକ ମାନଙ୍କ ଉପରକୁ ଝାମ୍ପ ମାରିବା ସହିତ ଫରେଷ୍ଟ ଗାର୍ଡ ଅବିନାଶ ପରିଡ଼ା ଙ୍କ ବାଇକ୍ କୁ କାମୁଡି ଛିନ୍ ଭିନ୍ କରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା ।

ଖାଲି ସେତିକି ନୁହେଁ ଗତକାଲି ଶରତ ମହାନ୍ତି ଙ୍କ ଦୋକାନ ଆଗରେ ଥିବା ଆସବା ପତ୍ର ଗୁଡ଼ିକୁ ନଷ୍ଟ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ବନ୍ୟ ବିଭାଗ କର୍ମଚାରୀ ମାନେ ଭାଲୁ କୁ କାବୁ କରିବା ପାଇଁ ସତ ଚେଷ୍ଟା କରିଥିଲେ ମଧ୍ୟ ଭାଲୁ ଟି ନିକଟ ରେ ଥିବା ଝାଟିଆ ବୁଦା ରେ ଲୁଚି ରହିଥିଲା ।

ବନ୍ୟ ବିଭାଗ କର୍ମଚାରୀ ଭାଲୁ ଉପରେ ସର୍ବଦା ନଜର ରଖିଥିବା ବେଳେ ରାସ୍ତା ପାଖ ଜଙ୍ଗଲ ସିଲ କରି ସ୍ଥାନେ ସ୍ଥାନେ ନିଆ ଲଗାଇ ଜଗି ରହିଥିଲେ ଯାହା ଫଳରେ ଶେଷରେ ଭାଲୁ ଟିକୁ କାବୁ କରିବାରେ ସଫଳ ହୋଇଛି ବନ୍ୟ ବିଭାଗ କର୍ମଚାରୀ। ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ତିନି ଟି ଭାଲୁ ଗ୍ରାମ ଶିବ ମନ୍ଦିର ଉପରେ ଚଢ଼ି ମହୁ ଖାଉଥିବା ବେଳେ ସନ୍ଧ୍ୟା ରେ ଗାଁ ଦାଣ୍ଡ ରେ ବୁଲୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥିଲା । ଆଉ ଏହି ସବୁ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହୋଇଥିଲା ।

ଏମିତି ଦିନ ଦୁଇ ପ୍ରହାରେ ଖୋଲା ରେ ଗାଁ ଦାଣ୍ଡ ରେ ଭାଲୁ ବୁଲୁଥିବାର ଦେଖି ଗ୍ରାମବାସୀ ମାନଙ୍କ ମନରେ ଭୟ ର ବାତାବରଣ ଦେଖିବାକୁ ମିଳିଥିଲା। ତେବେ ଗତକାଲି ରାତିରେ ଭାଲୁ ର ଆତଙ୍କ ଆହୁରି ଅଧିକ ଦେଖା ଯାଇଥିଲା । ଭାଲୁ କୁ ଦେଖିବାକୁ ଓ ଘଉଡାଇ ଯାଇ ଥିବା ଲୋକ ମାନଙ୍କ ଉପରକୁ ମଧ୍ୟ ଭାଲୁ ଅତ୍ୟନ୍ତ ରାଗି ଯାଇ ମରଣାତ୍ମକ ଆକ୍ରମଣ ମଧ୍ୟ କରିଥିଲା । ତେବେ ଗତ କାଲି ରାତି ସାରା ବନ ବିଭାଗ କର୍ମଚାରୀ ମାନେ ଗ୍ରାମ ବାସି ମାନଙ୍କ ସହିତ ଭାଲୁ ଉପରେ କଡା ନଜର ରଖିଥିଲେ ଓ ଶେଷରେ କାବୁ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।