Odisha News Portal

ସରକାର କଲେ ବଡ ଘୋଷଣା ! ଦିବ୍ୟାଙ୍ଗ କୁ ଜୀବନ ସାଥୀ କରିଲେ ରାଜ୍ୟ ସରକାର ଦେବେ ଅଢେଇ ଲକ୍ଷ (2,50,000) ଟଙ୍କାର ପ୍ରୋତ୍ସାହନ ରାଶି ! ସେୟାର କରି ସମସ୍ତ ଙ୍କୁ ଜଣାଇଦିଅନ୍ତୁ ?

ଦିବ୍ୟାଙ୍ଗ ଙ୍କୁ ବିବାହ କରିଲେ ମିଳିବ ପ୍ରୋତ୍ସାହନ ରାଶି । ଦିବ୍ୟାଙ୍ଗ କୁ ଜୀବନ ସାଥୀ କରିଲେ ରାଜ୍ୟ ସରକାର ଦେବେ ଅଢେଇ ଲକ୍ଷ (2,50,000) ଟଙ୍କାର ପ୍ରୋତ୍ସାହନ ରାଶି । ତେବେ ଏହି ଅର୍ଥ ରାଶିଟି କିପରି ମିଳିବ ଏବଂ କଣ ରହିଛି ସଂମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଚାହୁଁ ଥିଲେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଦିବ୍ୟାଙ୍ଗ ଙ୍କୁ ଜୀବନ ସାଥୀ କରିଲେ ରାଜ୍ୟ ସରକାର ଦେବେ ଅଢେଇ ଲକ୍ଷ ଟଙ୍କା । ଦିବ୍ୟାଙ୍ଗ ପୁରୁଷ କିମ୍ବା ମହିଳା ଙ୍କ ସହିତ ବିବାହ ବନ୍ଧନ ରେ ଆବଦ୍ଧ ହେଲେ ରାଜ୍ୟ ସରକାର ଅଢେଇ ଲକ୍ଷ ଟଙ୍କା ର ପ୍ରୋତ୍ସାହନ ରାଶି ଦେବେ ।

ତେବେ ସୂଚନା ଅନୁସାରେ, ଦିବ୍ୟାଙ୍ଗ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ କରି ସେମାନଙ୍କୁ ସମ୍ମାନ ଜନକ ଭାବରେ ବଞ୍ଚିବା ନିମନ୍ତେ ପ୍ରୋତ୍ସାହନ ରାଶି ଦେବା ପାଇଁ ଜାତୀୟ ଭିନ୍ନକ୍ଷମ ପଲିସି ଏବଂ ଜାତିସଂଘ ର ଚୁକ୍ତି ନାମାର ସର୍ତ୍ତାଭଳି କୁ କାର୍ଯ୍ୟକାରୀ କରିବା ଜରୁରୀ ହୋଇ ଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ଆଉ ଏହା ପୂର୍ବ ରୁ ସମାଜରୁ ଜାତି ପ୍ରଥା କୁ ଦୂର କରିବା ନିମନ୍ତେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗ ର ବ୍ୟକ୍ତି ଙ୍କୁ ଅନ୍ୟ ଜାତିର ବ୍ୟକ୍ତି ବିବାହ କରିଲେ ବିଭାଗ ପକ୍ଷ ରୁ ଅଢେଇ ଲକ୍ଷ ଟଙ୍କା ର ପ୍ରୋତ୍ସାହନ ରାଶି ଦିଆ ଯାଉ ଥିବାରୁ ସମାନ ପରିମାଣ ପ୍ରୋତ୍ସାହନ ରାଶି ଦେବା ନିମନ୍ତେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପ୍ରସ୍ତାବ ଦେଇ ଥିଲା । ଯାହାକୁ ଯୋଜନା ଏବଂ ସଂଯୋଜନା ବିଭାଗ ଉନ୍ମୋଦନ କରି ଥିବା ବେଳେ ଅର୍ଥ ବିଭାଗ ମଧ୍ୟ ମଞ୍ଜୁରି ଦେଇଛି ।

ତେବେ ଦିବ୍ୟାଙ୍ଗ ଅର୍ଥାତ ଭିନ୍ନକ୍ଷମ ଙ୍କୁ ବିବାହ କରିଲେ ପୂର୍ବରୁ ହିଁ ପ୍ରୋତ୍ସାହନ ରାଶି 50 ହଜାର ଟଙ୍କା ଥିଲା । ଆଉ ଏହି ପ୍ରୋତ୍ସାହନ ରାଶି କୁ 50 ହଜାର ଟଙ୍କାରୁ ଅଢେଇ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି । ତେବେ ଏହି ବର୍ଦ୍ଧିତ ରାଶି ଆସନ୍ତା ଏପ୍ରିଲ ମାସ ପହିଲା ରୁ ମିଳିବ ବୋଲି ବିଭାଗ ସୃତ୍ରରୁ ସୂଚନା ମିଳିଛି । ତେବେ ନିଷ୍ପତି ଅନୁଯାୟୀ ସଠିକ୍ ଯାଞ୍ଚ ପରେ ନବବିବାହିତା ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ଦିଆଯିବ ।

ପୁରଷ୍କାର ପାଇବା ପାଇଁ ବର ଏବଂ କନ୍ୟା ନିଶ୍ଚିତ ଭାବରେ ବିବହା ସମୟରେ ଯଥାକ୍ରମେ 21 ବର୍ଷ ଏବଂ 18 ବପ୍ଷ ପୂରଣ କରିଥିବା ଆବଶ୍ୟକ । ଆଉ ଏଥିସହିତ ଉଭୟ ପତିପତ୍ନୀ ନିଶ୍ଚିତ ଭାବରେ ଏହି ଯୋଜନା ଅଧିନରେ ପ୍ରୋତ୍ସାହନ ରାଶି ପୂର୍ବୁ ପାଇନଥିବେ ।

ଏହି ଦମ୍ପତିଙ୍କୁ ସେମାନଙ୍କର ବିବାହ ପଞ୍ଜିକରଣ ପ୍ରମାଣପତ୍ର ସହିତ ଆବେଦନ କରିବାକୁ ପଡିବ । ପ୍ରୋତ୍ସାହନ ରାଶି ସ୍ବାମୀସ୍ତ୍ରୀଙ୍କ ମିଳିତ ଆକାଉଣ୍ଡରେ ସ୍ଥିର ରହିବ । ଆଉ ସେମାନେ ବିବାହର 3ବର୍ଷ ପରେ ମିଳିତ ଦସ୍ତଖତରେ ଏହାକୁ ଏକତ୍ର ଉଠାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।