ଦୀପାବଳୀ ପାଞ୍ଚ ଦିନର ପର୍ବ ଅଟେ । ଧନତେରସରୁ ଭାଇ ଦିତ୍ୱିୟା ପର୍ଯ୍ୟନ୍ତ ପାଳନ କରିବା ସହିତ ପ୍ରତିଦିନ ଘରର ଅଗଣାରେ ଦୀପ ଜାଳିବାର ପରମ୍ପରା ରହିଛି । ବିଶ୍ୱାସ ରହିଛି କି କିଛି ବିଶେଷ ସ୍ଥାନରେ ମଧ୍ୟ ଦୀପ ଜଳାଇବା ଉଚିତ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସ୍ନନ୍ନ ହୋଇଥାନ୍ତି । ଏହା ସହିତ ତାଙ୍କର ଆର୍ଶିବାଦ ସଦା ସର୍ବଦା ରହିଥାଏ । ଏହା ଦ୍ୱାରା ପୁଣ୍ୟ ବସ୍ତୁ ପ୍ରାପ୍ତ ହୋଇଥାଏ । ବର୍ଷ ସାରା ମାତା ଲକ୍ଷ୍ମୀ ଏବେ ପ୍ରଭୁ ଗଣେଶଙ୍କର ଆର୍ଶିବାଦ ଦ୍ୱାରା ଘରେ ସୁଖ ସମୃଦ୍ଧତା ବଜାଇ ରହିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଧନତେରସରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ଏହି କିଛି ବିଶେଷ ସ୍ଥାନ ଗୁଡିକରେ ଦୀପ ଜଳାଇବା ନିଶ୍ଚିତ ଦରକାର । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ନିଶ୍ଚିତ ରୂପରେ ଦୀପ ଜଳାଇବା ଦରକାର ।
ଦୀପାବଳୀ ଦିନ ସନ୍ଧ୍ୟାରେ ଲକ୍ଷ୍ମୀଙ୍କ ପୂଜା ପୂର୍ବରୁ ଘରର ମୁଖ୍ୟ ଦ୍ୱରରେ ସୋରିଷ ତେଲର ଦୀପ ନିହାତି ଜଳାନ୍ତୁ । ବିଶ୍ୱାସ କରାଯାଏ କି ଏହି ଦିନ ମାତା ଲକ୍ଷ୍ମୀ ଘରେ ଘରେ ପରିଦର୍ଶନ କରନ୍ତି । ତେଣୁ ସେଥିପାଇଁ ତାଙ୍କର ସ୍ୱାଗତର ସଂପୂର୍ଣ୍ଣ ପ୍ରସ୍ତୁତି ହେବା ଆବଶ୍ୟକ । ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଗୋଟିଏ ଦୀପ ଜଳାନ୍ତୁ ।
ଏହା ଦ୍ୱାରା ମାତା ଗୃହ ପ୍ରବେଶ କରିଥାନ୍ତି । ଆପଣଙ୍କର ଘର ପାଖର କୌଣସି ମନ୍ଦିରକୁ ଯାଇ ଦୀପ ମଧ୍ୟ ଆପଣ ମାନେ ନିଶ୍ଚିତ ରୂପରେ ଜଳାନ୍ତୁ । ସମ୍ଭବତଃ ଗୋଟିଏ ଗୋଟିଏ ମୂର୍ତ୍ତି ନିକଟରେ ଗୋଟିଏ ଦୀପ ଜଳାନ୍ତୁ । ଏହା ସହିତ ଘର ପାଖ ମୁଖ୍ୟ ରାସ୍ତାରେ ଗୋଟିଏ ଦୀପଟିଏ ମଧ୍ୟ ଜାଲି ଦେଇ ଆସନ୍ତୁ । ଏହା ଦ୍ୱାରା ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ଆଲୋକ ମିଳିଥାଏ ।
ଏହା ସହିତ ଦୀପ ଜାଳିଥିବା ବ୍ୟକ୍ତିକୁ ମାତା ଲକ୍ଷ୍ମୀଙ୍କର ଆର୍ଶିବାଦ ମିଳିଥାଏ । ଲକ୍ଷ୍ମୀ ପୂଜା ପରେ ଅଶ୍ୱତ୍ଥ ଗଛ ତଳେ ଘିଅର ଏକ ଦୀପ ଜଳାନ୍ତୁ । ଏହା ବିସ୍ୱାସ ରହିଛି କି ଅସ୍ୱତ୍ଥ ଗଛ ତଳେ 33 କୋଟି ଦେବାଦେବୀ ବାସ କରିଥାନ୍ତି । ତେଣଉ ସେଥିପାଇଁ ଏହିଠାରେ ଦୀପଟିଏ ଜାଳିବା ନିତାନ୍ତ ଆବଶ୍ୟକ ହୋଇଥାଏ । ଏହା ସହିତ ଏହା ଆପଣଙ୍କର ପାଇଁ ଉନ୍ନତି ଏବଂ ଶାନ୍ତି ଆଣି ଦେଇଥାଏ । ଘରର ଅଗଣାରେ ତୁଳସୀ ଗଛ ମୂଳରେ ଏକ ଦୀପଟିଏ ମଧ୍ୟ ନିଶ୍ଚିତ ରୂପରେ ଜଳାନ୍ତୁ । ଏହା ଦ୍ୱାରା ଘରେ ସୁଖ ବାସ କରିତାଏ ।
ଦୀପାବଳୀ ଦିନ ରାତିରେ ଘରର ଚାରି କୋଣରେ ଚାରି ମୁଖ ଦୀପ ନିଶ୍ଚିତ ଭାବରେ ଜଳାଇବା ଉଚିତ । ଏହା ସହିତ ଭଗବାନ ଗଣେଶଙ୍କୁ ନିଜର ସୁଖ ଏବଂ ସମୃଦ୍ଧିର କାମନା କରିବା ଉଚିତ । ଘରର କୌଣସି ଜଳସ୍ରୋତ ନିକଟରେ ଏକ ଦୀପଟିଏ ନିଶ୍ଚିତ ରୂପରେ ଜଳାଇବା ଉଚିତ । କାରଣ ବିଶ୍ୱାସ ରହିଛି କି ମାତା ଲକ୍ଷ୍ମୀ ଜଳ ରୂପରେ ଘରେ ବାସ କରିଥାନ୍ତି । ତେବେ ଆପରଣ ମାନେ ନିଶ୍ଚିତ ବାବରେ ଏହି ଦୀପାବଳୀରେ ଏହି ସ୍ଥାନରେ ଦୀପ ନିସ୍ଚିତ ରୂପରେ ଜଳାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।