Odisha News Portal

Brahmacharya – ଧାତୁ ପତଳା ହେବାର କାରଣ କ’ଣ ? ଏବେ କ’ଣ କରିବା ଉଚିତ୍ ପ୍ରତ୍ୟେକ ପୁରୁଷ ମାନଙ୍କୁ ଏହି ୬ ଟି ତଥ୍ୟ ନିହାତି ଜାଣିବା ଦରକାର

ବନ୍ଧୁଗଣ ଆପଣ ଜାଣିଛନ୍ତି ପ୍ରତ୍ୟେକ ପୁରୁଷ ମାନଙ୍କ ଶରୀରରେ ଧାତୁ ଏକ ବିଶେଷ କାର୍ଯ୍ୟ କରିଥାଏ। କୁହାଯାଏ ଧାତୁ ହେଉଛି ଶରୀରର ରାଜା ଅଟେ। ତେଣୁ ଧାତୁ ବିହୀନ ଶରୀର ନିରସ ଏବଂ ନିସ୍ତେଜ ଭଳି ଲାଗିଥାଏ। ଚମକ ଦେଖିବାକୁ ମିଳି ନଥାଏ। ଯେଉଁ ପାଇଁ କୁହାଯାଏ ଧାତୁ ହେଉଛି ଶରୀରର ରାଜା।ତେବେ ଆଜିକାଲିର ଦୁନିଆରେ ବିଭିନ୍ନ କାରଣ ପାଇଁ ଶରୀରରୁ ଧାତୁ କ୍ଷୟ ହେବା, ଧାତୁ ପତଳା ହେବା ଆଦି ରୋଗ ଦେଖିବାକୁ ମିଳିଥାଏ। ଯାହା କିଶୋର ଏବଂ ଯୁବା ଵସ୍ଥା ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅନେକଙ୍କ ପାଖରେ ଏଥିପାଇଁ ଭିନ୍ନ ଭିନ୍ନ ରୋଗ ଦେଖାଯାଏ ଏବଂ ଅକାଳରେ ମୃତ୍ୟୁ ମଧ୍ୟ ଘଟିଥାଏ ଅତ୍ୟଧିକ ଧାତୁ କ୍ଷୟ ପାଇଁ।

ଧାତୁ ଜନିତ ରୋଗ ମଧ୍ୟରୁ ଧାତୁ ପତଳା ହେବା ଅନ୍ୟତମ।ଏଥିପାଇଁ ଆପଣ ଅନେକ ପ୍ରକାର ଉପାୟ ଏବଂ ଉପଚାର ମାନ ଅବଲମ୍ବନ କରିଥାନ୍ତି। କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନଥାଏ।ତେବେ ଏହାର ଉଚିତ୍ ସମାଧାନ ଏବଂ ଉପଚାର ସଦୃଶ ଆମେ ଆୟୁର୍ବେଦିକ ଚିକିତ୍ସା କୁ ଅଧିକ ଗୁରୁତ୍ବ ଦେଇଥାଉ।

ଏଥିପାଇଁ ଆୟୁର୍ବେଦ ରେ ବର୍ଣ୍ଣିତ ଥିବା ଔଷଧ ଏବଂ ବିଧି ଅନୁସାରେ ଆମକୁ ଯିବାକୁ ପଡିବ ଯାହା ସ୍ବପ୍ନ ଦୋଷ, ଧାତୁ ସମସ୍ୟା ଏବଂ ଧାତୁ ପତଳା ହେବା ଆଦି ସମସ୍ୟା କୁ ଦୂର କରିଥାଏ।ତେବେ ଆସନ୍ତୁ ଆଜି ଆମେ ଏହି ଲେଖାରେ ଏହି ସମ୍ବନ୍ଧିତ ସମସ୍ୟା ର ସମାଧାନ ଏବଂ ତାର ଉଚିତ ପ୍ରତିକାର ବିଷୟରେ ଆଲୋଚନା କରିବା, ଯାହା ବହୁତ ସହଜ ଉପଚାର ଅଟେ ଏବଂ ଲାଭଦାୟକ ମଧ୍ୟ ଅଟେ।

୧) ଅଭ୍ୟାସ ବଦଳାନ୍ତୁ- ପୂର୍ବ ପ୍ରଦତ୍ତ ଅଭ୍ୟାସ ଏବଂ ଚିନ୍ତାଧାରା କୁ ବଦଳାଇ ନିଜକୁ ପରିବର୍ତ୍ତନ କରିବା ପାଇଁ ନୂତନ ଅଭ୍ୟାସରେ ନିଜକୁ ନିୟୋଜିତ କରନ୍ତୁ।

୨) ଉଚିତ୍ ସମୟରେ ଶୁଅନ୍ତୁ ଏବଂ ବିଛଣା ଛାଡ଼ନ୍ତୁ– ରାତିରେ ୧୦ ଟା ସୁଦ୍ଧା ଆପଣଙ୍କୁ ବିଛଣା ଛାଡ଼ନ୍ତୁ ଏବଂ ସକାଳେ ୫ ଟା ପୂର୍ବରୁ ଉଠି ବାହାରକୁ ବୁଲି ଯାଆନ୍ତୁ। ଏକୁଟିଆ ଶୁଅନ୍ତୁ ନାହିଁ।

୩) ମହିଳାଙ୍କ ଠାରୁ ଦୂରତା ରଖନ୍ତୁ- ଅନ୍ୟ କାର୍ଯ୍ୟରେ ମନନିବେଶ କରିବା ସହିତ ମହିଳା ମାନଙ୍କ ପାଖରୁ ଦୂରେଇ ରହିବା ସହିତ ସେମାନଙ୍କ ସହ କମ୍ ମିଳାମିଶା କରନ୍ତୁ।

୪) କର୍ମକ୍ଷେତ୍ରରେ ବ୍ୟସ୍ତ ରୁହନ୍ତୁ- ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ, ଭବିଷ୍ୟତ ଚିନ୍ତା କରନ୍ତୁ ଏବଂ ସବୁବେଳେ ସକାରାତ୍ମକ ଚିନ୍ତାଧାରା ମନ ଭିତରେ ଆନନ୍ତୁ।

୫) ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଯୋଗାଭ୍ୟାସ କରନ୍ତୁ- ଅଧିକ ତେଲ, ମସଲା ଯୁକ୍ତ ଖାଦ୍ୟ ଯଥା ଉତ୍ତେଜିତ କଲା ଭଳି ଖାଦ୍ୟ ଖାଇବାରୁ ବଞ୍ଚିତ ରୁହନ୍ତୁ। ପ୍ରତିଦିନ ସକାଳେ ଅଥବା ସନ୍ଧ୍ୟା ସମୟରେ ୩୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ ବା ଧ୍ୟାନ କରନ୍ତୁ।

୬) ଖେଲକୁଦରେ ସମୟ ବିତାନ୍ତୁ – କୁସଂଗ ଠାରୁ ଦୂରେଇ ରହି ଖେଳକୁଦ ଏବଂ ଉତ୍ତମ ସଙ୍ଗରେ ରହିବାକୁ ଚେଷ୍ଟା କରନ୍ତୁ ଏବଂ ନିଜକୁ ପ୍ରଫୁଳିତ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।