ଧନକୁ ଚୁମ୍ବକ ପରି ଟାଣିଆଣିଥାଏ ଏହି ଅପରାଜିତା ଫୁଲ… ଆଜି ହିଁ କରନ୍ତୁ ଏହି ଉପାୟ…

ଅପରାଜିତା ମା ଦୁର୍ଗାଙ୍କର ମଧ୍ୟ ଏକ ନାମ ଅଟେ , ଅପରାଜିତା ଫୁଲଟି ଶିବ ଏବଂ ଶକ୍ତିଙ୍କର ସ୍ୱରୂପ ହୋଇଥାଏ । ତେଣୁ ଏହା ଅନ୍ୟନ୍ତ ଗୁଣକାରୀ ଏବଂ ଚମତ୍କାରୀ ହୋଇଥାଏ , ଏହି ଅପରାଜିତା ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହି ଅପରାଜିତାର କିଛି ପ୍ରୟୋଗ ଦ୍ୱାରା ମନୁଷ୍ୟର ଦୁଃଖ ଦୁର୍ଦ୍ଧଶା ଦୂର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟର ଅଧିକାରୀ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅପରାଜିତାର ଫାଇଦା ବିଷୟରେ ।

ଯଦି ଆପଣ ଧନର ସମସ୍ୟା ରେ ସର୍ବଦା ବିଚଳିତ ରହୁଥାନ୍ତି , ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଦିର ଚମତ୍କାର ଦେଖିବାକୁ ମିଳିଥାଏ । ଏହି ସରଳ ଉପାୟଟି କରିବା ସମୟରେ ଧ୍ୟାନ ଦେବେ ଯେପରିକି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ୱା କିଛି କଥା ହେବେ ନାହିଁ । ତେବେ ଯାଇ ଏହାର ପ୍ରକୃତ ଫଳ ପାଇ ପାରିବେ ।

1. ଘରର ନଜର ଦୋଷ :-

ଶନିବାର ଦିନ ରାତ୍ରୀ ସମୟରେ ଅପରାଜିତା ଫୁଲକୁ ମାଳଟିଏ କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଯାହାଦ୍ୱାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ନକରାତ୍ମକତା ଦୂର ହୋଇଯାଏ । ସକରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ , ଏହି ମାଳାଟିକୁ ଯଦି ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି ତେବେ ଘରର ନଜର ଦୋଷ ଦୂରେ ହେବା ସହିତ ତନ୍ତ୍ର ଏବଂ ମନ୍ତ୍ର ପ୍ରଭାବକୁ ଦୂର କରିଥାଏ । ଧନର ସମସ୍ତ ପ୍ରକାର ସମସ୍ୟା ଦୂର କରିଥାଏ ।

2. କରଜ ମୁକ୍ତି ଏବଂ ଧନପ୍ରାପ୍ତିର ଉପାୟ :-

ଶନିବାର ଦିନ କିମ୍ୱା ସୋମବାର ଦିନ ରାତ୍ରୀ ସମୟରେ ଏହି ଅପରାଜିତା ଫୁଲ 5 ଟି ତୋଳି ନଦୀ କିମ୍ୱା ଜଳସ୍ରୋତରେ ଭସାଇ ଦିଅନ୍ତୁ । ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ ଏବଂ କେହି ଦେଖିବେ ନାହିଁ କିମ୍ୱା କାହା ସହ କଥା ହେବେ ନାହିଁ । ଏହି ଉପାୟ କରି ସାରିବା ପରେ ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ , ତେବେ ସମସ୍ତ ପ୍ରକାର ଧନର ସମସ୍ୟା ଦୂର ହୋଇଥାଏ । କରଜରୁ ମୁକ୍ତି ମଧ୍ୟ ମିଳିଥାଏ , ଏହି ଉପାୟଟି ନିୟମିତ ଭାବରେ 5 ସପ୍ତାହ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ । ଏହାର ଲାଭ ଆପଣ ନିଶ୍ଚୟ ପାଇବେ ।

3. ଚାକିରୀ ପାଇବା ର ଉପାୟ :-

ମନ ପସନ୍ଦର ଚାକିରୀଟିଏ ପାଇବା ପାଇଁ ଚାହୁଥାନ୍ତି ତେବେ ପ୍ରତିଦିନ ମା ଦୁର୍ଗା କିମ୍ୱା ମାତା ପାର୍ବତୀଙ୍କୁ 11ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଆପଣଙ୍କର ମନବାଞ୍ଛା ନିଶ୍ଚୟ ପୂର୍ଣ୍ଣ ହେବ , ଏହା ନିୟମିତ ଭାବରେ କରିବା ଉଚିତ୍ ହୋଇଥାଏ ।

4. ଧନର ସମସ୍ୟା ଦୂର କରିଥାଏ :-

ଉନ୍ନତି ଏବଂ ଚାକିରୀ ପାଇଁ ପ୍ରତି ଶନିବାର ଦିନ କିଛି ଅପରାଜିତା ଫୁଲକୁ ନେଇ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ । ସେହି ଫୁଲରୁ ଗୋଟିଏ ଫୁଲ ଆଣି ନିଜ ପାଖରେ କିମ୍ୱା ପର୍ସରେ ରଖିବା ଦ୍ୱାରା ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment