ଦେଖନ୍ତୁ ଭିଡିଓ ,କେମିତି ବିଲରେ ଧାନ କାଟୁଛନ୍ତି ନବରଙ୍ଗପୁର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ! ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛନ୍ତି ? ବାଃ ବାଃ …

ଧାନ କାଟୁଛନ୍ତି ବିଧାୟକ ଆଉ ଏଥିରେ ସାଥ୍ ଦେଇଛନ୍ତି ପତ୍ନୀ । ତେବେ ଧାନ ବିଲରେ ସହ ବିଧାୟକ ଦମ୍ପତି ଧାନ କାଟୁଛନ୍ତି । ନବରଙ୍ଗପୁର ରୁ ଆସିଛି ଏପରି ରୋଚକ ଚିତ୍ର । ବିଧାୟକ ହୋଇ ମଧ୍ୟ ନିଜ ବ୍ୟସ୍ତ ବହୁଳ ଜୀବନରେ ସମୟ କାଢି ଏବେ ଧାନ ବିଲରେ ବିଧାୟକ ଧରିଛନ୍ତି ଦାଆ । ଧାନ ଅମଳ ସମୟରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ସହଯୋଗର ହାତ ବଢାଇଛନ୍ତି । ତେବେ ବିଧାୟକଙ୍କୁ ଧାନ ବିଲରେ ଦେଖି ଲୋକେ ମଧ୍ୟ ଚକିତ ହୋଇ ଯାଇଛନ୍ତି । କିନ୍ତୁ ବିଧାୟକ ନିତ୍ୟାନନ୍ଦଙ୍କ କହିବା କଥା ଯେ ସେ ଚାଷି ପରିବାରରୁ ଆସିଛନ୍ତି , ତେଣୁ ପ୍ରଥମେ ସେ ଚଷା ପୁଅ ତା ପରେ ଯାଇ ଜଣେ ନେତା ।

ତେବେ ସମୟ ମିଳିଲେ ସେ ଚାଷ କାମ ବୁଝାସୁଝା କରିବା ପାଇଂ ଭଲ ପାଆନ୍ତି । ଏପରି କରିବା ଦ୍ବାରା ଚାଷ କାମରେ ଲାଗିଥିବା ଲୋକ ମାନଙ୍କର ମନୋବଳ ବଢିବ ବୋଲି କହିଛନ୍ତି ନବରଙ୍ଗପୁର ଉମରକୋର୍ଟ ର ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ତେବେ ବର୍ତ୍ତମାନ ବିଧାୟକଙ୍କର ଧାନ କାଟିବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଦେଖିବା ପାଇଂ ମିଳିଛି ଅନେକ ପ୍ରେରଣା ଲୋକମାନଙ୍କ ପାଇଂ ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଧାନ ବିଲରେ ଧାନ କାଟୁଛନ୍ତି । ତେବେ ପୂର୍ବରୁ ମଧ୍ୟ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର କିଛି ବିଧାୟକ କେତେବେଳେ ରାସ୍ତା କାମ କରିବା ତ ପୁଣି କେତେବେଳେ ଧାନ ବିଲରୁ ଧାନ ଘରକୁ ବୋହିବା ଏ କାମରେ ନିଜକୁ ନିୟୋଜିତ କରିଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଶ୍ରମିକ ମାନଙ୍କ ସହିତ ସାଥ୍ ହୋଇ ଚାଷୀ ମାନଙ୍କ ସହିତ ଏକାଠି ହୋଇ କାନ୍ଧକୁ କାନ୍ଧ ମିଳାଇ ବିଧାୟକ ଧାନ କାଟିବା ନିଶ୍ଚିତ ଭାବରେ ଚର୍ଚିତ ଘଟଣା ।

ଘଟଣା କାରଣ ନେତା ହେଲେ ନିର୍ବାଚିତ ହେଲେ କିଛି ନେତା ଅଛନ୍ତି ଯେଉଂ ମାନେ ସାଧାରଣ ଲୋକଙ୍କ ସହିତ ମିଶନ୍ତି ନାହିଁ ଏବଂ ତାଙ୍କ ଭିତରେ ଅଂହକାର ଆସିଯାଏ । ରାଜନେତା ବୋଲି ନିଜକୁ ବୋଲାନ୍ତି କିନ୍ତୁ ନିତ୍ୟାନନ୍ଦ ଗଣ୍ଡଙ୍କ କ୍ଷେତ୍ରରେ ଏହାର କିଛି ବି ପ୍ରଶ୍ନ ଆସୁନି। କାରଣ ସେ ବିଧାୟକ ହୋଇ ମଧ୍ୟ ନିଜ ପତ୍ନୀଙ୍କ ସହିତ ଧାନ ବିଲରେ ଧାନ କାଟିବାରେ ନିଜକୁ ନିୟୋଜିତ ରଖିଛନ୍ତି ।

 ତେବେ ଦେଖିବାକୁ ଏବଂ ଶୁଣିବାକୁ ମିଳିଛି ଯେ ଉମରକୋର୍ଟର ବିଧାୟକ ନିଜର ନିଆରା କାର୍ଯ୍ୟ ପାଇଂ ସବୁ ବେଳେ ଚର୍ଚାରେ ରହି ଆସିଛନ୍ତି । ବର୍ତ୍ତମାନ ସୂଚନା ମିଳିଛି ଯେ ବିଧାୟକ ଯେଉଂ ସମୟରେ ବ୍ୟସ୍ତବହୁଳ ଜୀବନ ଅତିବାହିତ କରୁଛନ୍ତି ଏବଂ ସେଥିରୁ ନିଜର କିଛି ସମୟ କାଢି ଧାନ କାଟିବା କାମ କରନ୍ତି । ତେବେ ବିଧାୟକ ନିଜେ ଜମିରେ ଧାନ କାଟୁଥିଲେ ଏବଂ ତାଙ୍କ ସ୍ତ୍ରୀ ଯିଏକି ଜଣେ ଶିକ୍ଷୟତ୍ରୀ ସେ ମଧ୍ୟ ବିଧାୟକଙ୍କ ସହିତ ଧାନ କାଟୁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment