Odisha News Portal

ଦେଖନ୍ତୁ Viral ଭିଡ଼ିଓ : ଧାନ ବିଲରେ ଗଡାପଡା, ଭିଡ଼ିଓ ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି କିପରି ଭାବରେ ଦିନକୁ ଦିନ ସହର ପାଖରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମଦର ଚାହିଦା ବୃଦ୍ଧି ପାଇବା ରେ ଲାଗିଛି।ଏହା ସତ ଯେ ମଦ, ନିଶା ଦ୍ରବ୍ୟ ଆଦି ଜିନିଷ ଯଦିଓ ଜୀବନ ପାଇଁ ବିପଦ ରହିଛି ତଥାପି ଆଜିର ଦୁନିଆର ଅନେକ ଲୋକେ ଏଥିପ୍ରତି ଆଦୌ ସଚେତନ ହେଉ ନାହାନ୍ତି। ମଦ ସେମାନେ ପିଉ ନାହାଁନ୍ତି ବରଂ ସ୍ଥିତି ଏମିତି ଆସୁଛି ସେମାନଙ୍କୁ ମଦ ପିଇ ଯାଉଛି। ଆଉ ଶେଷରେ ମଦ୍ୟପ ସାଜି ନିଜର ନୈତିକତା କୁ ହରାଇ ସେମାନେ ଏଭଳି କିଛି କାଣ୍ଡ ଭିଆଉ ଛନ୍ତି ଯାହା ସମାଜରେ ନିନ୍ଦନୀୟ ଭୂମିକା ଗ୍ରହଣ କରୁଛି ଏବଂ ଆଦୌ ଗ୍ରହଣୀୟ ନୁହେଁ।

ଯେଉଁ କାରଣରୁ ସମାଜ ଦିନକୁ ଦିନ ତଳକୁ ଚାଲି ଯାଉଛି।ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସମାଜ ଗଢ଼ିବା ଏବଂ ସମାଜର ବିକାଶ କରିବାର ଧାରା ଯାହା ହାତରେ ନ୍ୟସ୍ତ ରହିଛି, ଯେଉଁମାନେ ସମାଜର ଆଗାମୀ ଭବିଷ୍ୟତ ସେହି ଯୁବପିଢି ମାନେ ଯେଉଁଭଳି ଭାବରେ ନିଶାସକ୍ତ ରାସ୍ତା କୁ ବାଛୁ ଛନ୍ତି ଏବଂ ମଦ ରେ ବୁଡି ରହୁଛନ୍ତି ତାହା ସମାଜକୁ ଏକ ଭିନ୍ନ ନକାରାତ୍ମକ ପଥରେ ନେଇ ଯାଉଛି। ଏହାର ପ୍ରଭାବ ମଧ୍ଯ ନକାରାତ୍ମକ ରହୁଛି। ଅନେକ ସମୟ ରେ ଏଥିପାଇଁ ପରିବାରର ଶାନ୍ତି,ଶୃଙ୍ଖଳା ନଷ୍ଟ ହେଉଛି। ଫଳରେ ସମାଜ ମଧ୍ୟ କଳୁଷିତ ହେବାରେ ଲାଗିଛି।

ତେଣୁ ଏହାକୁ ରୋକିବା ପାଇଁ ଭିନ୍ନ ଭିନ୍ନ ସମୟରେ ମଦ ବିରୋଧୀ ଅଭିଯାନ ଆଦି ହେଉଥିବାର ମଧ୍ୟ ଦେଖା ଯାଉଛି ।ଏହାଛଡା ମଦକୁ ହଟାଇବା ପାଇଁ ସର୍ବଦା ବିଭିନ୍ନ ଉପାୟରେ ସଂଗ୍ରାମ ଜାରି ରହିଛି। କିନ୍ତୁ ଏହାର ଫଳ କିଛି ମିଳୁ ନଥିବା ଦେଖିବାକୁ ମିଳୁଛି। ସେହିପରି ଏବେ ଯାଜପୁର ଜିଲ୍ଲାର ରସଲପୁର ବ୍ଲକର ମୁରକୁରା ଗ୍ରାମରେ ଘଟିଛି ସେହିଭଳି ଏକ ଘଟଣା ଯାହା ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଗାଆଁ ର ଶେଷ ମୁଣ୍ଡରେ ଏକ ନୂଆ କରି ମଦ ଦୋକାନ ହୋଇଥିବା ବେଳେ ଏହାକୁ ଗାଆଁ ଲୋକେ ବିରୋଧ କରି ଏହି ଦୋକାନକୁ ଭାଙ୍ଗିବାକୁ ଲାଗି ପଡିଛନ୍ତି।

ତେବେ ମଦ ଦୋକାନ ଘରର କବାଟ କୁ ଟେକା ପଥର ମାରି ମହିଳା ମାନେ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଵେଲେ କିଛି ଲୋକ ଦୋକାନ ଭିତରକୁ ପଶି କାନ୍ଥ କୁ ଭାଙ୍ଗୁ ଛନ୍ତି।ଆଉ ଦୋକାନ ଭିତରେ ଥିବା ଦୋକାନୀ ଜଣଙ୍କୁ କିଛି ମହିଳା ଗୋଡେଇ ଗୋଡେଇ ମାରୁ ଥିବାର ମଧ୍ୟ ଦେଖିବାକୁ ମିଳିଛି। ନିଜ ଜୀବନକୁ ବଞ୍ଚାଇ ମାଡରୁ ଉଦ୍ଧାର ପାଇବା ପାଇଁ ଏହି ବ୍ୟକ୍ତି ଜଣଙ୍କ ଦୌଡିବାରେ ଲାଗିଥିଲେ ଆଉ ଶେଷରେ ଧରା ପଡ଼ି ମହିଳା ମାନଙ୍କ ପାଖରୁ ଉତ୍ତମ ମଧ୍ୟମ ଖାଉଥିବା ଭିଡିଓରେ ଭିଡିଓରେ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।