Odisha News Portal

ଧନ ଅଭାବରୁ ମୁକ୍ତି ପାଇବା ପାଇଁ ଚାହୁଛନ୍ତି କି ତେବେ ମହା ଶିବରାତ୍ରୀ ଦିନ ନିଜ ପର୍ସରେ ରଖନ୍ତୁ ଏପରି ଏକ ସୂତା , ଆଉ କେବେ ବି ହେବନି ଧନର ଅଭାବ

ଆଗାମୀ ମାର୍ଚ୍ଚ ମାସ 11 ତାରିଖରେ ମହାଦେବଙ୍କର ଅତି ପ୍ରିୟ ବ୍ରତ ମହାଶିବ ରାତ୍ରୀ ଆସୁଛି ଏବଂ ଏହି ଦିନରେ ଶିବଙ୍କର ଭକ୍ତ ମାନେ ଅନେକ ଧୁମ ଧାମରେ ପାଳନ କରିଥାନ୍ତି । ଅନେକ ଶ୍ରଧାଳୁ ଉପବାସ କରି ଭଗବାନ ଶିବଙ୍କର ବ୍ରତ ପାଳନ କରିଥାନ୍ତି ଏବଂ ମହାଦୀପ ଉଠିବା ପର୍ଯ୍ୟନ୍ତ ନିର୍ଜଳା ଉପବାସ କରିଥାନ୍ତି । କୁହାଯାଏ କି ଏହି ଦିନ ଯେଉଁ ଭକ୍ତ ଭକ୍ତି ସହକାରେ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥାଏ , ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

କିନ୍ତୁ ଭଗବାନ ଶିବ କ୍ରଧିତ ହୋଇଗଲେ ପୃଥିବୀ ମଧ୍ୟ ଧ୍ୱସଂ ହୋଇଯାଏ ଏବଂ ସେ ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ସେହି ବ୍ୟକ୍ତି ଜୀବନରେ କୌଣସି ପ୍ରକାର ଦୁଃଖ କଷ୍ଟ ଆସି ନଥାଏ । ସେଥିପାଇଁ ଭଗବାନ ଶିଭଙ୍କୁ ଭୋଳା ବୋଲି ସମ୍ୱୋଧନ କରାଯାଏ । ସେ କୌଣସି ଭକ୍ତର ଦୁଃଖ କଷ୍ଟ ଦେଖି ପାରନ୍ତି ନାହିଁ ଏବଂ ସେ ତାଙ୍କ ଭକ୍ତଙ୍କୁ ସର୍ବଦା ଖୁସୀରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି ।

ଏମିତି କିଛି ଉପାୟ ରହିଛି ଯାହା ମହାଶିବ ରାତ୍ରୀ ଦିନ କରିବା ଦ୍ୱାରା ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ , ଯାହା ଆମକୁ ଧନ ପ୍ରାପ୍ତ ହେବାରେ ସହଜ କରିଥାଏ । ଶିବରାତ୍ରୀ ଦିନ ଶିବଙ୍କୁ ପୂଜା କରିବା ପୂର୍ବରୁ ଆପଣ ସର୍ବ ପ୍ରଥମେ ଶିବଙ୍କ ପୁତ୍ର ଗଣେଶଙ୍କୁ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କର ପୂଜା କରିବାର ବିଧାନ ମଧ୍ୟ ରହିଛି ।

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସେମାନଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବାର ଆଶା ରହିଥାଏ ତେବେ ଆପଣ ଶିବରାତ୍ରୀର ପୂର୍ବ ଦିନ ରକ୍ଷା ସୂତା ଆଣି ସେହି ସୂତାରେ ସାତଟି ଗଣ୍ଠି ପକାଇ ଶ୍ରୀ ଗଣେଷଙ୍କ ପାଦ ତଳେ ରଖି ଦିଅନ୍ତୁ । ଯେତେବେଳେ ଶିବ ରାତ୍ରୀ ଦିନ ଚତୁର୍ଥ ପ୍ରହର ପୂଜା ଶେଷ ହେବ , ସେହି ଗଣ୍ଠି ପଡିଥିବା ସୂତାକୁ ଆଣି ନିଜ ପର୍ସରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଧନ ସମ୍ୱନ୍ଧିତ ସମସ୍ୟା ଦୂର ହେବ ଏବଂ ସମୃଦ୍ଦି ମଧ୍ୟ ହେବ । ଅନେକ ବ୍ୟକ୍ତିର ଏହି ସମସ୍ୟା ରହିଥାଏ କି ସେମାନେ ଯେତେ କଷ୍ଟ କଲେ ମଧ୍ୟ ସେମାନଙ୍କର ଅର୍ଥ ଉପାର୍ଜନ କରିବା ବହୁତ କଷ୍ଟ କର ହୋଇଥାଏ ।

ସେଥିପାଇଁ ଆପଣ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଶ୍ରୀ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଏକାଠି ରଖି ପୂଜା କରନ୍ତୁ । ଗଣେଶଙ୍କ ମୂର୍ତ୍ତିକୁ ମହାଲଷ୍ମୀଙ୍କ ମୂର୍ତ୍ତିର ବାମ ପଟେ ରଖନ୍ତୁ । ବାସ୍ତୁ ଅନୁସାରେ ଆପଣ ନିଜ ପର୍ସରେ ନାଲି କାଗଜ , ଚାଉଳ , ଚାନ୍ଦି ପଇସା , ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ଫୋଟ ଏବଂ ରୁଦ୍ରାକ୍ଷ ରଖନ୍ତୁ । ଏହାକୁ ରଖିବା ଦ୍ୱାରା ଆପଣଙ୍କ ପର୍ସରେ କେବେହେଲେ ଧନର ଅଭାବ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।