Odisha News Portal

ଆଜି ପବିତ୍ର ଧନତେରସ୍ ରେ ଘରକୁ ଆଣନ୍ତୁ ଏହି 5 ଗୋଟି ଜିନିଷ ! ଘରେ ମାତାଙ୍କର ଆର୍ଶିବାଦ ବନିବା ସହିତ ଟଙ୍କା ପଇସାର ଅଭାବ ଦୂର ହେବ !

0 2

ଆଜି ଆମେ ଜାଣିବା ଧନତେରସ୍ ରେ ଘରକୁ ଆଣନ୍ତୁ ଏହି 5 ଗୋଟି ଜିନିଷ । ଦେଖିବେ ଆପଣଙ୍କର ଭାଗ୍ୟ ସଂମ୍ପୂର୍ଣ୍ଣ ରୂପେ ଚମକିବ । ଦୀପାବଳି ଦିନ ଘରକୁ ଧନ ସଂପତି ଏବଂ ଖୁସି ଆଣିବା ପାଇଁ ଆମେ ମାତା ଲକ୍ଷ୍ମୀଙ୍କର ପୂଜା କରିଥାଉ । ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ୍ ପଡେ । ଏହି ଦିନ ଠାରୁ ହିଁ ଦୀପାବଳି ଆରମ୍ଭ ହୋଇଥାଏ । କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଧନତେରସ୍ ଦିନ ଭଗବାନ ଧନନ୍ଦ୍ବରି ନିଜ ସହ ଅମୃତର କଳସ ଏବଂ ଆୟୁର୍ବେଦ ନେଇ ଆସ ଥିଲେ ।

ତେବେ କୁହାଯାଏ ଧନତେରସ୍ ଦିନ କିଛି ନାଁ କିଛି କିଣା କିଣି କରିଲେ ଏହା ବହୁତ ଶୁଭ ହୋଇଥାଏ । ତେବେ ଦୀପାବଳି ସମ୍ବନ୍ଧିତ କିଣାକିଣି ମଧ୍ୟ ଏହି ଦିନ କରାଯାଇ ଥାଏ । ତେବେ ଆମେ ଏମିତି କିଛି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ଦିନ କଣିଲେ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ର ଗୃହରେ ରହିବ । ତେବେ ଚାଲନ୍ତୁ ଜାଣିବା ସେହି 5 ଗୋଟି ଜିନିଷ କଣ ଅଟେ ।

1.ପିତଳ ପାତ୍ର –

କୁହାଯାଏ କି ଯେତେବେଳେ ଭଗବାନ ଧନନ୍ଦ୍ବରି ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇ ଆସି ଥିଲେ । ତେଣୁ ଧନତେରସ୍ ଦିନ ପିତଳ ପାତ୍ର କିଣିବା ବହୁତ ଶୁଭ ହୋଇଥାଏ ।

2. ଚାନ୍ଦି –
ଚାନ୍ଦି ଚନ୍ଦ୍ରମାଙ୍କର ଧାତୁ ହୋଇଥିବାରୁ ଧନତେରସ୍ ଦିନ ରୂପାର କିଛି ଜିନିଷ ଘରକୁ ଅଣା ଯାଏ । ତେବେ ଏହି ଦିନ ରୂପା କିଣିଲେ ଗରେ ଯଶ କୀର୍ତ୍ତି ଏବଂ ସଂପତିର ବୃଦ୍ଧି ହୋଇଥାଏ ।

3. କଉଡି –

ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ସହିତ କଉଡି ପ୍ରକଟ ହୋଇ ଥିଲା ।ତେଣୁ ଧନତେରସ୍ ଦିନ କଉଡି କ୍ରୟ କରି ଆପଣ ତାକୁ ଦୀପାବଳି ଦିନ ପୂଜା କରନ୍ତୁ ଏବଂ ପୂଜା କରି ସାରିବା ପରେ ସେହି କଉଡିକୁ ନେଇ ନିଜ ସିନ୍ଧୁକ ଭିତରେ ରଖି ଦିଅନ୍ତୁ । ଯାହା ଦ୍ବାରା ଆପଣଙ୍କର ଧନ ହାନୀ ହେବ ନାହିଁ ।

4. ଧଣିଆ ମଞ୍ଜି –

ଧନତେରସ୍ ଦିନ ଧଣିଆର ମଞ୍ଜିକୁ କ୍ରୟ କରି ତାକୁ ଦୀପାବଳି ଦିନ ରୋପଣ କରିଲେ ଧନହାନୀ ହୋଇ ନଥାଏ । ଏହା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଘରେ ସକରାତ୍ମକ ଉର୍ଜାର ସୃଷ୍ଟି ହୋଇଥାଏ ।

5. ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି –
ଧନତେରସ୍ ଦିନ ଦୀପାବଳି ସମ୍ବନ୍ଧିତ ସାମଗ୍ରୀ ଯଥା ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି , ମାଟି ଦୀପ ଇତ୍ୟାଦି କ୍ରୟ କରିବା ଉଚିତ । ଏହାଦ୍ବାରା ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ସମସ୍ତ ପ୍ରକାର ଧନ ଜନିତ ସମସ୍ୟା ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।