Odisha News Portal

ଧନତେରସ ବା ଦୀପାବଳୀ ଦିନ ଏହି ଜିନିଷ କେବେବି ଘରକୁ ଆଣନ୍ତୁ ନାହିଁ

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଧନତେରସ ଦିନ କେଉଁ କେଉଁ ସମସ୍ତ ଜିନିଷ ଘରକୁ କିଣାକିଣି କରିବା ଉଚିତ ହୋଇନଥାଏ । କାହିଁକିନା ଏହା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା । କାହିଁକିନା ଆମେ ମାନେ ତ ଜାଣିଛୁ କି ଧନତେରସ ଦିନ ସୁନା , ଚାନ୍ଦି , କିମ୍ବା ପିତଳର ଜିନିଷ କିଛି କିଣାକିଣି କରିବା ଉଚିତ ହୋଇଥାଏ । ମାତ୍ର ଆପଣ ମାନେ ମଧ୍ୟ ଜାଣିନଥିବେ କି କିଛି ଏପରି ଜିନିଷ ମଧ୍ୟ ରହିଥାଏ ଯାହାକୁ ଏହି ଦିନ ଭୁଲରେ ମଧ୍ୟ କିଣିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଅଟେ ଯାହାକୁ ଧନତେରସ ଦିନ କେବେବି କିଣିବା ଉଚିତ ନୁହେଁ ।

1–କାଚର ଜିନିଷ

କାଚର ଜିନିଷକୁ ଆପଣ ମାନେ କେବେବି ଧନତେରସ ଦିନ କିଣନ୍ତୁ ନାହିଁ । କାଚର ଜିନିଷ ଯେପରିକି ଆଇନା , କାଚର ପାତ୍ର ଏହାକୁ କେବେବି ଆପଣ ମାନେ କିଣିବେ ନାହିଁ । କାହିଁକିନା କାଚର ସମ୍ବଦ୍ଧ ରାହୁ ସହିତ ରହିଥାଏ । ଯାହାକି ପ୍ରତ୍ୟେକ ଶୁଭ ପ୍ରଭାବ ଉପରେ ତାର ଖରାପ ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ ଯଦି ଆପଁ ମାନେ କାଚର କିଛି ଜିନିଷ ଘରକୁ କିଣିକରି ଆଣନ୍ତି ତେବେ ଏହାର ସିଧା ଅର୍ଥ କି ଆପଣ ମାନେ ରାହୁକୁ ନିମନ୍ତ୍ରଣ ପ୍ରଦାନ କରୁଛନ୍ତି ।

2–ଆଲୁମିନିୟମର କିଛି ଜିନିଷ

ଆଲୁମିନିୟମ ଉପରେ ମଧ୍ୟ ରାହୁର ଅଧିକ ପ୍ରଭାବ ରହିଥାଏ । ଏଥିପାଇଁ ଆପଣ ମାନେ ସର୍ବଦା ରାହୁର ବକ୍ର ଦୃଷ୍ଟିରୁ ବଞ୍ଚିବା ପାଇଁ ଏହି ଧନତେରସ ଦିନ ଏହି ଜିନିଷ ଘରକୁ କେବେବି ଆଣନ୍ତୁ ନାହିଁ । ଏହା ସହିତ କୌଣସି ପୂଜାରେ ମଧ୍ୟ ଆପଣ ମାନେ ଏହି ଆଲୁମିନିୟମ ଜିନିଷ ବ୍ୟବହାର କରନ୍ତୁ ନାହିଁ । ଆଲୁମିନିୟମ କେବଳ ଗ୍ରହ ଦୃଷ୍ଟିରୁ ନୁହେଁ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାସ୍ତୁ ଦୃଷ୍ଟିରୁ ଏ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ହାନିକାରକ ହୋଇଥାଏ ।

3–ଲୁହା


ଲୁହା କିମ୍ବା ଲୁହାରେ ତିଆରି କିଛି ଜିନିଷ ଆପଣ ମାନେ ଏହି ଦିନ କିଣିକରି ଘରକୁ ଆଣନ୍ତୁ ନାହିଁ , କାହିଁକିନା ଏହାକୁ ବହୁତ ଅଶୁଭ ବୋଲି ମାନାଯାଏ । ଅନ୍ତତଃ ଆପଣ ମାନେ ଏହି ଲୁହା ଜିନିଷକୁ ଏହି ଶୁଭ ଦିନରେ ତ କେବେବି ଘରକୁ ଆଣନ୍ତୁ ନାହିଁ । ଯଦି ଆପଣ ମାନେ କିଛି କିଣିବାକୁ ଚାହୁଁଛନ୍ତି ତେବେ ସୁନା ଚାନ୍ଦିର କଏନ କିମ୍ବା କିଛି ପିତଳ ଜିନିଷ ମଧ୍ୟ କିଣିପାରିବେ । ନହେଲେ ଆପଣ ମାନେ ଅନ୍ୟ ଏକ କାମ ମଧ୍ୟ କରିପାରିବେ କି ଶୁଖିଲା ଧଣିଆ ମଞ୍ଚି କିଣିକରି ଘରକୁ ଆଣନ୍ତୁ ଏବଂ ଏହାକୁ ଘରକୁ ଆଣନ୍ତୁ ଏହା ବହୁତ କମ ପଇସାରେ ମଧ୍ୟ ଆପଣ ମାନଙ୍କୁ ମିଳିପାରିବ ।

ଅଏହା ଆପଣ ମାନଙ୍କୁ ଯେ କୌଣସି ଦୋକାନରେ ମଧ୍ୟ ମିଳିପାରିବ ଏବଂ ଆପଣ ମାନଙ୍କୁ ଅତି ସହଜରେ ଆପଣ ମାନଙ୍କୁ ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନେ ଏହି ସମସ୍ତ ଜିନିଷ ମଧ୍ୟରୁ କୌଣସି ବି ଜିନିଷ ଧନତେରସ ଦିନ ନିଜର ଘରକୁ ଆଣନ୍ତୁ ମାତ୍ର , ଅନ୍ୟ ସମସ୍ତ ଜିନିଷ ଗୁଟିକ କେବେବି ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।