Odisha News Portal

Hair Tips – ଧଳା ବାଳ କେତେବି ହୋଇଥାଉ ନା କାହିଁକି ଗୋଟି ଗୋଟି କରି କଳା ହୋଇଯିବ ୧୦୦% ଗ୍ୟାରେଣ୍ଟି

ସମସ୍ତ ବ୍ୟକ୍ତି ମାନଙ୍କର ମୁଣ୍ଡର ଚୁଟି ତାଙ୍କୁ ବିଶେଷ ଆକର୍ଷଣ ରୂପ ଦେଇଥାଏ,ଆଉ ଯାହାର ଖୁବ ସୁନ୍ଦର ଓ ଘନ କେଶ ଥାଏ ତାହେଲେ ତାଙ୍କର ସୁନ୍ଦରତା ଦେଖିବାକୁ ପଡିବ ।ତେବେ ଆଜିର ଦୁନିଆରେ ବହୁତ ଲୋକମାନେ ଏହି ଚୁଟି ଜନୀତ ସମସ୍ୟାକୁ ନେଇ ଚିନ୍ତିତ ରହିବାର ଦେଖିବାକୁ ମିଳୁଛି ।କାରଣ ଆଜିର ବ୍ୟସ୍ତ ଜୀବନ ଓ ଖାଦ୍ୟର ଅସାମଞ୍ଜସ୍ୟ ଯୋଗୁ ଖୁବ କମ ବୟସରୁ ଚୁଟି ପାଚିବା ଓ ଝୁଟି ଝଡ଼ିବା ଆରମ୍ଭ ହେଇ ଯାଉଛି ଆଉ ତାହା କମି ବି ନଥାଏ ।ଆଉ ଏହି ପାଇଁ ଆମକୁ ବହୁତ ଜାଗାରେ ଲଜ୍ଜିତ ହେବାକୁ ପଡିଥାଏ,ତେବେ ଅନେକ ଲୋକମାନେ ଏହି ଚୁଟି ଜନିତ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ଉପାୟ ବି ଆପଣେଇ ଥାଆନ୍ତି ।

କିନ୍ତୁ ଆଜିର ଯେଉଁ ପ୍ରଡକ୍ଟ ଗୁଡିକରେ ଏତେ କେମିକାଲ ବ୍ୟବହାର ହେଉଛି ଯେ ତାହା ସମସ୍ୟା କମାଇବା ଜାଗାରେ ବଡେଇ ବି ଦେଉଛି ।ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ଦେବାପାଇଁ ଏମିତି ଗୋଟିଏ ଘରୋଇ ଉପାୟ ଖୀବୁ ଯାହାକୁ ବ୍ୟବହାର କରି ଆପଣ ନିଜ ଚୁଟିକୁ କଳା, ମଜବୁତ ଓ ଲମ୍ବା କରିପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ଆବଶ୍ୟକ ସାମଗ୍ରୀ:-

-ନଡ଼ିଆ ତେଲ
-ଲେମ୍ବୁ
-ଚାହା ପତି
-କଫି

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ କିଛି ଚାହା ପତି ନିଅନ୍ତୁ ଆଉ ତାକୁ ଭଲ କରି ଗୁଣ୍ଡ କରି ନିଅନ୍ତୁ ।ଏବେ ଆପଣ କିଛି କଫି ପାଉଡର ବି ଆଣନ୍ତୁ, ତେବେ ଏହି ଦୁଇଟି ଚୁଟି ପାଇଁ ଏକ ବରଦାନ ପରି କାମ କରିଥାଏ ।

-ଏବେ ଆପଣ ମୁଣ୍ଡରେ ଯେଉଁ ତେଲ ବ୍ୟବହାର କରନ୍ତି ସେହି ତେଲ ଆପଣଙ୍କ ଚୁଟିରେ ଲଗେଇବା ପାଇଁ ଯେତିକି ଦରକାର ସେତିକି ଗୋଟିଏ ପାତ୍ରରେ ଆଣନ୍ତୁ ଏବେ ସେଥିରେ ଫାଳେ ଲେମ୍ବୁର କିଛି ବୁନ୍ଦା ପକାଇ ଗୋଳେଇ ଦିଅନ୍ତୁ ।ତେବେ ଜାଣି ରଖନ୍ତୁ ଲେମ୍ବୁ ଚୁଟିରେ ଉପି ସମସ୍ୟାକୁ ଦୂର କରିଥାଏ ତେବେ ଏହାକୁ ସବୁବେଳେ ତେଲରେ ମିଶାଇ ଚୁଟିରେ ଲଗାଇବେ ।

-ଏବେ ସେହି ତେଲରେ ଏକ ଚାମୁଚ କଫି ପାଉଡର ମିଶାନ୍ତୁ ଆଉ ତାହାକୁ ଭଲ କରି ଗୋଳେଇ ନିଅନ୍ତୁ ।ତାପରେ ସେଥିରେ ଏକ ଚାମୁଚ ଚାହା ପତି ଗୁଣ୍ଡ ପକେଇ ଗୋଳେଇ ସେମିତି 3ରୁ 4 ଘଂଟା ଯାଏ ରଖି ଦିଅନ୍ତୁ ଯେପରି ଚାହା ପତି ତେଲରେ ପୁରା ଭିଜି ଯାଇଥିବ ।

-ତେବେ ଯେତେବେଳେ ତେଲ ମୁଣ୍ଡରେ ଲଗାଇବେ ସେତେ ତେଲକୁ ଗରମ କରି ଲଗାଇବା ଦରକାର ତେବେ ଗ୍ୟାସ ଉପରେ ଗୋଟାଏ ପେନ ରଖି ତା ପୁରେ ତେଲ ପାତ୍ରକୁ ରଖି ତେଲ ଗରମ କରନ୍ତୁ ।ତା ପରେ ଆପଣ ମୁଣ୍ଡରେ ଏହି ତେଲ ଲଗାନ୍ତୁ ତେବେ ଯେତେ ଦିନ ଯାଏ ଚାହିଁଲେ ବି ଏହି ତେଲକୁ ଗୋଟିଏ ବୋତଳରେ ପୁରେଇ ରଖି ପାରିବେ ।ଆଉ ଏହିପରି ଚୁଟିରେ ସପ୍ତାହରେ 3 ଥର ଲଗାଇବା ଦରକାର ତାପରେ ଦେଖିବେ ଆପଣଙ୍କ ସମସ୍ତ ଚୁଟି ସମସ୍ୟା ଦୂର ହେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।