ଆଜି ଆମେ ଆପଣ ମାନଙ୍କୁ କହିବୁ କି ଧନରେତସ ଦିନ କେଉଁ ଜିନିଷ କିଣିବା ଦ୍ୱାରା ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହେବା ସହିତ ଘରକୁ ଧନର ଆଗମନ ହୋଇଥାଏ । ବର୍ତ୍ତମାନ ଧନତେରେସ ଏବଂ ଦୀପାବଳୀର ମାହୋଲ ଚାଲିଛି । ଏହି ଦୁଇ ପର୍ବ ଧନକୁ ଜଡିତ ଅଟେ , ସେଥିପାଇଁ ଏହି ଦୁଇ ଦିନରେ କରାଯାଇଥିବା କାମ ଆମ ଧନରେ ବୃଦ୍ଧି କରାଇଥାଏ ।
ଏହାର କାରଣ ଏହା ଅଟେ କି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି କଥା କୁହାଯାଇଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଏମିତି ବସ୍ତୁ ବା ଜିନିଷ ବିଷୟରେ ଯାହାକୁ ଯଦି ଆପଣ ମାନେ ଧନତେରେସ ବା ଦୀପାବଳୀ ଦିନ ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ ।
1–ଲୁଣ
ଅନେକ ଲୋକ ଧନତେରସ ଦିନ ସୁନା , ରୂପା . ପିତଳ ଆଦି ଅନେକ ଜିନିଷ ଘରକୁ ଆଣିଥାନ୍ତି । ମାତ୍ର ଏହା ବଦଳରେ ଯଦି ଆପମ ମାନେ ଗୋଟିଏ ଲୁଣ ପକେଟ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନରେ ବୃଦ୍ଧି ଘଟିବ । ଲୁଣ ଆପଣ ମାନଙ୍କୁ ସାମାନ୍ୟ ଲାଗୁଥିବା ମାତ୍ର ଏହାର ସମ୍ବଦ୍ଧ ମାତା ଲକ୍ଷ୍ମୀଙ୍କ ସହିତ ରହିଥାଏ ।
2–ହଳଦୀ
ଆପଣ ମାନେ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ତେବେ ଆପଣଙ୍କର ବହୁତ ଶୁଭ ହୋଇଥାଏ । ଆପଣଙ୍କର ଭାଗ୍ୟରେ ଉନ୍ନତି ଘଟିବ ।
3–ଗୋମତି ଚକ୍ର
ଗୋମତି ଚକ୍ରକୁ ଯଦି ଆପଣ ମାନେ ଧନରେତସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନ ଧାନ୍ୟରେ ବୃଦ୍ଧି ଘଟିବ ।
4–ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର
ଯଦି ଆପମ ମାନେ ଧନତେରେସ ଦିନ ଶ୍ରୀ ଚକ୍ର ବା କୁବେର ଚକ୍ର ଘରକୁ ଆଣି ଧନ ରଖିବା ସ୍ଥାନରେ ରଖିବେ ତେବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।
5–ରୂପାରେ ତିଆରି ମାତା ଲକ୍ଷ୍ମୀ ବା ଗଣେଶଙ୍କର ମୂର୍ତ୍ତି
ଧନତେରେସ ଏବଂ ଦୀପାବଳୀ ଦିନ ବିଧି ବଦ୍ଧ ବାବରେ ପୂଜା କରିବା ପରେ ରୂପାରେ ତିଆରି ମାତା ଲକ୍ଷ୍ମୀ ବା ଗଣେଶଙ୍କର ମୂର୍ତ୍ତି ଘରେ ସ୍ଥାପିତ କରନ୍ତୁ । ଏମିତି କରିବା ଦ୍ୱାରା ଘରେ କେବେବି ଧନର କମି ହୋଇଥାଏ ।
6–ଲଘୁ ନଡିଆ
ଏହି ନଡିଆ ସାମାନ୍ୟ ନଡିଆ ଠାରୁ ଟିକେ କମ ହୋଇଥାଏ । ଏହାକୁ ମାତା ଲକ୍ଷ୍ମୀଙ୍କର ଫଳ ମଧ୍ୟ କୁହାଯାଇଥାଏ । ଧନତେରେସ ବା ଦୀପାବଳୀ ହିନ ପୂଜା କରିବା ବେଳେ ଏହି ନଡିଆକୁ ଲାଲା କପଡାରେ ବାନ୍ଧି ଏମିତି ଜାଗାରେ ରଖନ୍ତି ଯେଉଁଥିରେ କାହାରି ନଜର ନପଡିବ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ କରିବେ ଏବଂ ଧନର ବୃଦ୍ଧି ହେବ ।
7–ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା
ଧନତେରେସ ବା ଦୀପାବଳୀ ଦିନ ମାତା ଲକ୍ଷ୍ମୀଙ୍କର ରୂପାରେ ତିଆରି ଚରଣ ପାଦୁକା ଘରକୁ ଆଣନ୍ତୁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ଆପଣ ମାନଙ୍କୁ ପ୍ରାପ୍ତ ହେବ ।
8–କଉଡି
ଏହି କଉଡିକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ । ଧନତେରେସ ବା ଦୀପାବଳୀ ଦିନ ଯଦି ଆପଣ ମାନେ ଏହାକୁ ସିନ୍ଧୁକରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ଘରେ ଧନର ବର୍ଷା ହେବ ।
9–ମୋତି ଶଙ୍ଖ
ଏହି ସଙ୍ଖର ବହୁତ ହିଁ ମହତ୍ତ୍ୱ ରହିଛି । ଏହା ଦେଖିବାରେ ବହୁତ ସୁନ୍ଦର ରହିଥାଏ । ଏହା ସହିତ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯଦି ଆପଣ ମାନେ ଧନରେତେସ ଦିନ ଏହାକୁ ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ ।
10–ଏକାକି ନଡିଆ
ଏହି ନଡିଆ ଉପରେ ଆଖି ପରି ଗୋଟିଏ ଆକୃତି ରହିଥାଏ । ଏହି କାରଣରୁ ଏହାକୁ ଏକାକି ବା ଏକ ଆଖି ଥିବା ନଡିଆ କୁହାଯାଏ । ଧନତେରେସ ଦିନ ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ମନୁଷ୍ୟର ବାଗ୍ୟ ବଦଳି ଯାଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।