ଆଜି ହେଉଛି ଧନୁ ସଂକ୍ରାନ୍ତି । ସୂର୍ଯ୍ୟଙ୍କର ଗୋଟିଏ ରାଶିର ଅନ୍ୟ ଏକ ରାଶିକୁ ଚଳନ କରିବାକୁ ସଂକ୍ରାନ୍ତି କୁହାଯାଏ । ତେବେ ଧନୁସଂକ୍ରାନ୍ତି ଦିନ କରନ୍ତୁ କେବଳ ଏହି ତିନୋଟି କାମ ଆପଣଙ୍କ ଭାଗ୍ୟ ବଦଳିଯିବ । ଜୀବନରେ ଯେଉଁ ସୁଖ ଆପଣ ପାଇବାକୁ ଚାହୁଁଥିଲେ ତାହା ସବୁ ଆପଣଙ୍କୁ ମିଳିବାକୁ ଲାଗିବ । ଆପଣଙ୍କ ର ସବୁ ମନସ୍କାମନା ପୂରଣ ହେବ । ଘର ପରିବାରରେ ସୁଖ ଶାନ୍ତି ରହିବ । ତେବେ ଚାଲନ୍ତୁ ଜାଣିବା ସେହି ତିନୋଟି କାମ ବିଷୟରେ ।
1. ଏହି ଧନୁ ସଂକ୍ରାନ୍ତି ଦିନ ରେ ଧନୁ ମୁହାଁ ପହିଲି ଭୋଗ ଶ୍ରୀ ଜଗନ୍ନାଥଙ୍କ ଠାରେ ଲାଗି ହେବା ପରେ ନୀଳମାଧବ, କାକଟପୁର ମଙ୍ଗଳା ତଥାଆଠଗଡରେ ସର୍ବେଶ୍ବର ମହାଦେବଙ୍କ ଠାରେ ମଧ୍ୟ ଧନୁମୁହାଁ ଭୋଗ ଲାଗି କରାଯାଏ ।ତେଣୁ ଯଦି ଆପଣ ଏହି ଧନୁ ସଂକ୍ରାନ୍ତି ଦିନ ମନ୍ଦିର ରେ ପୂଜା କରିସାରି ନିଜ ଘରେ ପୂଜା କରିବା ବେଳେ ଯଦି ଆପଣ ଭଗବାନ ଙ୍କୁ ଏହି ଧନୁମୁହାଁ ଭୋଗ ଲଗାଇବେ ଏହା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ ।
ଆପଣ ଏହି ମୁହାଁ ଦୋକାନରୁ ବି କିଣି ଆଣିପାରିବେ । ନଚେତ ନିଜ ଘରେ ତିଆରି କରି ଭାଗବାନଙ୍କୁ ପୂଜା କରିବା ବେଳେ ଚଢାଇବେ ତେବେ ଏହା ଆହୁରି ଅଧିକ ଶୁଭ ହୋଇଥାଏ । ତେଣୁ ଏହି ଧନୁସଂକ୍ରାନ୍ତି ଦିନ ମୁହାଁ ପୂଜା କରିବା ସମୟରେ ନିଶ୍ଚିୟ ଲଗାଇବେ ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ ।
2. ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇ ଥାଏ । ତେଣୁ ଏହି ସଂକ୍ରାନ୍ତି ଦିନ ସକାଳୁ ଉଠି ସୂର୍ଯ୍ୟ ଉଦୟ ସମୟରେ ସ୍ନାନ କରିସାରି ସୂର୍ଯ୍ୟଦେବଙ୍କୁ ଯଦି ଜଳ ଅର୍ପଣ କରିବେ ତେବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ତାଙ୍କର ଚମତ୍କାରିତା ଆଲୋକ ପକାଇଥାନ୍ତି ।
ଏହି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଆପମଙ୍କର ପୂରା ଦିନଟି ବହୁତ ଭଲରେ କଟିଥାଏ । ଏହା କରିବା ଦ୍ବାରା ସୂର୍ଯ୍ୟଦେବ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି । ଆପଣ ଏହି ଉପାୟକୁ ପ୍ରତିଦିନ ମଧ୍ୟ କରିପାରିବେ କାହିଁକି ନାଁ ଯଦି ଆପଣ ଆପଣଙ୍କର ଦିନର ଆରମ୍ଭ ସୂର୍ଯ୍ୟଙ୍କ ଠାରୁ ଆରମ୍ଭ କରିବେ ତ ଆପଣଙ୍କର ପୂରା ଦିନ ଅତ୍ୟନ୍ତ ଶୁଭରେ କଟିବ ।
3. ଧନୁ ସଂକ୍ରାନ୍ତି ଏକ ପବିତ୍ର ଦିବସ ହୋଇଥାଏ । ଏହି ଦିନକୁ କିଛି କିଛି ଜାଗାରେ ଲୋକେ ବର୍ଷର ସମାପ୍ତି ରୂପରେ ବହୁତ ଭଲରେ ସଜ୍ଜାସଜ୍ଜି କରି ମନ ଖୋଲି ପାଳନ କରିଥାନ୍ତି । ଧାନଚାଷ ସଂକ୍ରାନ୍ତିୟ ଧନୁ ସଂକ୍ରାନ୍ତି ସେହି ଦୃଷ୍ଟିରୁ କୃଷି ପର୍ବ ମଧ୍ୟ ଅଟେ । ଏହି୍ ଦିନ କୃଷକ ଧାନକୁ ଘରେ ଝୁଲାଇଥାନ୍ତି ।
କ୍ଷୀରି ଖେଚୁଡି ପ୍ରସ୍ତୁତ କରି ଭୋଗ ମଧ୍ୟ ଲଗାଯାଏ । ଧାନମାପକ ସେର, ମାଣ, ଗଉଣୀ ଆଦିରେ ଚିତା ସିନ୍ଦୁର ଲାଗି କରି ସଂନ୍ଧ୍ୟା ସମୟରେ ଧାନ ଖଳାରେ ମେରିପୋତି କୃଷକ ଧାନବେଙ୍ଗାଳି ଲଗାଇଥାଏ । ତେଣୁ ଏହି ଦିନରେ ଯଦି ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରିବା ସହିତ ଗରିବ ଲୋକମାନଙ୍କୁ ଦାନଧର୍ମ କରନ୍ତି ତେବେ ଏହା ବହୁତ ପୂର୍ଣ୍ଣ୍ୟକାରୀ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।