ଚା ପତିରେ ଏହି ଜିନିଷ ମିଶାନ୍ତୁ ଏବଂ ଧୋଇ ନିଅନ୍ତୁ କେଶ ? ଏତେ ଲମ୍ବା ହୋଇଯିବ ଯେ ସମ୍ଭାଳି ପାରିବେନି !

ତେବେ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି କେଶ ହେଉଛି ନାରୀ ମାନଙ୍କର ସବୁ କିଛି,ଆଉ ଯଦି କେଶ ସୁନ୍ଦର ରହିବ ତାହେଲେ ସବୁ ସୁନ୍ଦର ଦେଖା ଯିବ ବୋଲି କୁହାଯାଉଛି | ତେବେ ଆଜିକାଲି ଦେଖିବାକୁ ମିଳୁଛି କି ଆମର ଭୁଲ କାରଣରୁ ଆଜିର ଯୁବ ପିଢ଼ି ମାନଙ୍କ ପାଖରେ କେଶ ଜନିତ ସମସ୍ୟା ମାନ ଦେଖା ଯାଉଛି | ତାହା ବ୍ୟତୀତ କମ ବୟସରେ ପିଲା ମାନେ ସବୁ ଚନ୍ଦା ଭଳି ଦେଖା ଯାଉଛନ୍ତି | ତାହା ସହିତ ବାଳ ମଧ୍ୟ ପାଚିଯିବା ଭଳି ସମସ୍ୟା ମାନ ଦେଖା ଯାଉଛି | ତେବେ ଏହି ସବୁ ଅସୁବିଧା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାରର ଉପାୟ ମାନ ମଧ୍ୟ ଆପଣାଇ ଥାଉ | ତାହାଲେ ଆସନ୍ତୁ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଜାଣିବା |

ତେବେ କେଶ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ସମୟରେ ବଜାରରୁ ମିଳୁଥିବା କସମେଟିକ୍ସ ଓ କେମିକାଲ ରେ ପ୍ରସ୍ତୁତ ତେଲ ଇତ୍ୟାଦି କୁ ବ୍ୟବହାର କରିଥାଉ | ଆଉ ଯାହା ଆମ କେଶ ପାଇଁ ଉପକାର କରିବା ପରିବର୍ତ୍ତେ ତାହା ଆମର ଖରାପ କରିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କେଶ ସମସ୍ୟା ରୁ ମୁକ୍ତି ପାଇବାର ଘରେଇ ଉପଚାର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଚାହା ପତି , ଅରୁଆ ଚାଉଳ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମେ ଜାଣିଛି କି ଚାହା ରେ ଏମିତି କିଛି ଉପାଦାନ ଥାଏ ଯାହା ଆମର କେଶ ଜନିତ ସମସ୍ୟା କୁ ସବୁଦିନ ପାଇଁ ମୁକ୍ତି ପାଇପାରିବା | ତେବେ ଖାଲି ଚାହା ରେ ନୁହଁ ଅରୁଆ ଚାଉଳ ରେ ମଧ୍ୟ କିଛି ଏମିତି ଭିଟାମିନ ରହିଛି ଯାହା ଆମର କେଶ ର ମୂଳକୁ ଷ୍ଟ୍ରଙ୍ଗ କରିବା ସହିତ ଚୁଟି ବଢ଼ିବାରେ ମଧ୍ୟ ଆମକୁ ସାହାଯ୍ୟ କରିଥାଏ | ତେବେ ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ ରୁ ଦୁଇ ଚାମଚ ଚାହା ପତି ନେବା ଓ ସେଥିରେ ଅରୁଆ ଚାଉଳ ମିଶାଇବା | ତାହା ପରେ ଏକ କଢେଇରେ 3 ଗ୍ଲାସ ପାଣି ନେବା ଓ ସେଥିରେ ଏହି ଉପାଦାନ କୁ ପକାଇ ପାଣି ରେ ଫୁଟାଇବା |ତେବେ ତାହାକୁ ଫୁଟାଇବା ପରେ ମିଶ୍ରଣ କୁ ପ୍ରସ୍ତୁତ କରିବା ଓ ତାହା କୁ ଛାଣି ଦେବା |

ବ୍ୟବହାର :-

ତେବେ ଏହି ଘରେଇ ଉପଚାର କୁ ଆପଣ ମାନେ କେଶ ର ମୂଳରେ ପ୍ରୟୋଗ କରିବା ଓ ସପ୍ତାହ ର ଶେଷରେ ମୁଣ୍ଡକୁ ଭଲ ଭାବରେ ଧୋଇକି ସଫା କରିଦେବେ |ଆଉ ଯାହା ଫଳରେ କେଶ ମୂଳ ଷ୍ଟ୍ରଙ୍ଗ ହେବା ସହିତ କେଶ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ବୋଲି କୁହାଯାଉଛି |ତେବେ ଏହା ଥିଲା ସେହି ସହଜ ଘରେଇ ଉପଚାର ଯାହା ଦ୍ୱାରା କେଶ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment