ତେବେ ବନ୍ଧୁଗଣ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ, ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ ଆମେ ମାନେ | ତେବେ ଥଣ୍ଡା, କାଶ, କଫ ହେଉଛି ଗୋଟିଏ କମନ ଜିନିଷ ଯାହା ସମସ୍ତ ଙ୍କ ଘରେ ଲାଗି ରହିଥାଏ | ତେବେ ସେହିଭଳି କିଛି ସମସ୍ୟା ଆମ ଶରୀରରେ ଦେଖା ଗଲେ ଆମେ ସାଧାରଣତଃ ଡାକ୍ତର ଙ୍କର ପରାମର୍ଶ ନେଇଥାଉ | ଆଉ ସେହି ଅନୁସାରେ ନିଜର ଚିକିତ୍ସା ମଧ୍ୟ କୋରେଇଥାଉ | ତେବେ ଆସନ୍ତୁ ସେହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି କେତେକ ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |
ଥଣ୍ଡା, କାଶ ଓ କଫ ରୁ ମୁକ୍ତି ପାଇବା ପାଇଁ ହେଲେ ଆମେ ଘରେଇ ସାମଗ୍ରୀ ଗୁଡିକୁ ବ୍ୟବହାର କରିକି ଅତି ସହଜ ଉପାୟରେ ଘରେଇ ଉପଚାର ଦ୍ୱାରା ସେଥିରୁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ସେହି ଉପଚାର ପ୍ରସ୍ତୁତି ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଗୋଲମରିଚ, ଲେମ୍ବୁ, ଜିରା, ଅଦା, ମହୁ, ଡାଲଚିନି, ରସୁଣ
ପ୍ରସ୍ତୁତି ପ୍ରଣାଳୀ :-
1- ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଦୁଇ ଗ୍ଲାସ ପାଣି ନେଇକି ଗ୍ୟାସ ରେ ବସାଇବା ଓ ପାଣି ଗରମ କରିବା | ତାହା ପରେ ଅଦା, ଜିରା ଓ ଗୋଲ ମରିଚ କୁ ଭଲ ଭାବରେ ଛେଞ୍ଚି ଦେବା | ତାହା ପରେ ସେହି ପାଣି ରେ ସେହି ଛଞ୍ଚା କୁ ପକାଇ ଦେବା ଓ 10 ମିନିଟ ପର୍ଯ୍ୟନ୍ତ ତାହାକୁ ପକାଇ ଫୁଟାଇବା | ତାହା ପରେ ସେହି ପାଣିକୁ ଆଣି 10 ମିନିଟ ପର୍ଯ୍ୟନ୍ତ ଢାଙ୍କୁଡ଼େଇକି ରଖିବା |ତାହା ପରେ ଅଧା ଫାଳ ଲେମ୍ବୁ କୁ ସେଥିରେ ଚିପୁଡ଼ି ଦେବା |ତାହା ପରେ ସେହି ପାଣି ଥଣ୍ଡା ହେବା ପରେ ତାହାକୁ ଛାଣି କି ପିଇବା |
2- ଦ୍ଵିତୀୟ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ମହୁ ନେବା ଗୋଟିଏ ଚାମଚ, ତାହା ପରେ ସେଥିରେ ଲେମ୍ବୁ ଚିପୁଡ଼ି ଦେବା ଓ ତାହା ପରେ ସେଥିରେ ଡାଲଚିନି ଗୁଣ୍ଡ କୁ ମିଶାଇ ଦେବା |ଓ ତାହାକୁ କଫ ସିରାପି ଭାବରେ ସେବନ କରିବା |
3-, ତୃତୀୟ ଉପଚାର ପାଇଁ ଆମେ ଗୋଟା ରସୁଣ ଗୋଟିଏ କୁ ନେଇ ପାରିବ, ତେବେ ରସୁଣ ର ପାଖୁଡା ଛୋଡ଼େଇ ତାହାକୁ ଛୋଟ ଛୋଟ ଖଣ୍ଡ କରିକି ଖାଲି ପାଟିରେ ଚୋବାଇକି ଖାଇ ପାରିବା |
ବ୍ୟବହାର :-
ପ୍ରଥମ ଉପଚାର କୁ ଆମେ ଖାଇବା ର 30 ମିନିଟ ପୂର୍ବରୁ ବା ପରେ ସେବନ କରି ପାରିବା, ଦ୍ଵିତୀୟ ଉପଚାର କୁ ଆମେ ଶିରୋମ ଭାବରେ ବ୍ୟବହାର କରି ପାରିବା ଓ ତୃତୀୟ ଉପଚାର କୁ ଆମେ ସବୁଦିନ ବ୍ୟବହାର କରି ପାରିବା |
ତେବେ ଏହି ଭଳି ଘରେଇ ଉପଚାର କୁ ବ୍ୟବହାର କରିକି ଥଣ୍ଡା, ଜ୍ୱର, କାଶ ଆଉ କଫ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।