ପ୍ରତ୍ୟେକ ଦିନ ଏହାକୁ ଗୋଟିଏ ଚାମୁଚ ଖାଆନ୍ତୁ, ତା ପରେ ଦେଖନ୍ତୁ ଚମତ୍କାର….

ବନ୍ଧୁଗଣ ମସ୍ତିଷ୍କ ଆମ ଶରୀରର ଏକ ମୁଖ୍ୟ ଅଂଶ ଅଟେ, ପ୍ରାୟତଃ ସବୁ ବାପା ମା ଚାଁହାନ୍ତି କି ତାଙ୍କ ପିଲାମାନଙ୍କ ବ୍ରେନ ସୁସ୍ଥ ରହୁ |ସେମାନେ ପାଠ ସହିତ ଅନେକ କିଛି କଥା ମନେରଖି ପାରନ୍ତୁ, ମାତ୍ର ସବୁ ପିଲାମାନଙ୍କ ବ୍ରେନ ସମାନ ହୋଇନଥାଏ |ଯଉଁ ପିଲାମାନେ ଅଧିକ ସମୟପାଠ ପଢି ମଧ୍ୟ୍ୟ ମନେ ରଖି ପାରୁନାହାନ୍ତି କିମ୍ବା ଶୀଘ୍ର ଭୁଲି ଯାଉଛନ୍ତି, ଏହିପରି ସମସ୍ୟା ପିଲାମାନଙ୍କ ଠାରେ ଦେଖାଗଲେ ବାପା ମା ବହୁତ ଚିନ୍ତିତ ରୁହନ୍ତି |ମୁଁ ଆଜି ଆପଣକୁ ଏମିତି ଏକ ରିମିଡି ବିଷୟରେ କହିବି ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ ପିଲାମାନଙ୍କ ବ୍ରେନ ସୁସ୍ଥ ଶବଳ ରହିବା ସହିତ ସ୍ମରଣ ଶକ୍ତି କ୍ଷିପ୍ର ଭାବରେ ବୃଦ୍ଧି ପାଇବ |ଏହି ରିମିଡ଼ି ବଡ ଲୋକଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ,ତେବେ ଆସନ୍ତୁ ଜାଣିବା ଏହି ରିମିଡି ବିଷୟରେ |

ଆବଶ୍ୟକ ସାମଗ୍ରୀ :-

କାଜୁ,ଆଲମଣ୍ଡ, ମଗଜ, ଅକ୍ଷରଟ, ମିଶ୍ରି ଓ କ୍ଷୀର

ପ୍ରସ୍ତୁତି :-

ଏହି ରିମିଡି ପ୍ରସ୍ତୁତ କରିବାପାଇଁ ହେଲେ ପ୍ରଥମେ ଆପଣକୁ 10/15ଟି କାଜୁ ନିଅନ୍ତୁ,ଏହା ସହିତ ଆପଣ ସେହି 10/15ଟି ଆଲମଣ୍ଡ ମଧ୍ୟ୍ୟ ନିଅନ୍ତୁ, ଦୁଇରୁ ତିନି ଚାମଚ ମଗଜ ମଧ୍ୟ ଆପଣ ନିଅନ୍ତୁ |କାଜୁ ଏବଂ ଆଲମଣ୍ଡକୁ ଗ୍ୟାସରେ ଏକ କଡେଇ ରଖି ଏହାକୁ ଏକ ମିନିଟ ପ୍ରଯ୍ୟନ୍ତ ଭାଜି ନିଅନ୍ତୁ,ଏହା ଅଳ୍ପ ଭାଜିଆସିଲା ପରେ ଏଥିରେ ମଗଜ ଓ ଅକ୍ଷରଟ ପକାଇ ଏହାକୁ ମଧ୍ୟ୍ୟ ଅଳ୍ପ ସମୟ ପାଇଁ ଭାଜି ନିଅନ୍ତୁ |ଏହି ସମସ୍ତ ସାମଗ୍ରୀ ଭାଜିଗଲା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରିଦେବେ, ଏହା ଥଣ୍ଡା ହେଲାପରେ ଏହି ସମସ୍ତ ଜିନିଷକୁ ଗ୍ରାଇଣ୍ଡି କରିନିଅନ୍ତୁ |ଏଥିରେ ଆପଣ ଚାହିଁଲେ ଅଳ୍ପ ମିଶ୍ରି ମଧ୍ୟ ଗୁଣ୍ଡ କରିପାରିବେ |ଏହି ସମସ୍ତ ସାମଗ୍ରୀ ଗୁଣ୍ଡ କରି ଏକ ପାତ୍ରରେ ରଖାନ୍ତୁ |

ବ୍ୟବହାର :-

ଏହି ରିମିଡିକୁ ଆଠ ବର୍ଷରୁ ଅଧିକ ପିଲାମାନେ, ବୃଦ୍ଧ ଆଦି ସମସ୍ତେ ଏହାକୁ ବ୍ୟବହାର କରିପାରିବେ |ଏକ ଗ୍ଲାସ ଗରମ କ୍ଷୀର ନେଇ ସେଥିରେ ଏକ ଚାମଚ ଏହି ସମସ୍ତ ସାମଗ୍ରୀର ଗୁଣ୍ଡ ମିଶାନ୍ତୁ ଯଦି ଏହା ଆପଣ ଛୋଟ ପିଲାମାନଙ୍କୁ ଦେଉଛନ୍ତି ତେବେ ଆପଣ ଏହାର ଅଧା ଚାମଚ ଗୁଣ୍ଡ ମିଶାନ୍ତୁ |ପରେ ଏହାକୁ ଆପଣ ଉଷମ ଥିବା ସମୟରେ ପିଅନ୍ତୁ, ଏହି ଡ୍ରିଙ୍କ ଆପଣ ସକାଳ କିମ୍ବା ରାତି ସମୟରେ ପିଇ ପାରିବେ |

ଏହି ଡ୍ରିଙ୍କ ଆପଣ କିଛି ଦିନ ଲଗାତାର ପିଅନ୍ତୁ ଦେଖିବେ ଏହାର ଫାଇଦା ଆପଣକୁ ଖୁବ ଶୀଘ୍ର ମିଳିବ |ଏଥିରେ ବ୍ୟବହାର ହୋଇଥିବା ସାମଗ୍ରୀ ଗୁଡିକ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ |ଆପଣଙ୍କ ପିଲାମାନେ ଏହାକୁ ଲଗାତାର ପିଇଲେ ତାଙ୍କର ବ୍ରେନ ସୁସ୍ଥ ଓ ସୁନ୍ଦର ହୋଇଥାଏ, ସ୍ମରଣ ଶକ୍ତି ବଢିଥାଏ |ସେମାନେ ପାଠ ଶୀଘ୍ର ମନେ ରଖିବା ସହିତ ତାଙ୍କର ଭୁଲିବା ଦୋଷ ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment