ଡେପୁଟି କଲେକ୍ଟରଙ୍କ ପରିକ୍ରିୟ ପ୍ରିତି ପାଇଁ ତାଙ୍କର ସ୍ତ୍ରୀ କଲେ ଅଭିଯୋଗ । ତେବେ ଏହି କଥାଟି ହେଉଛି ବୌଦ୍ଧ ଜିଲ୍ଲାର , ସେ ତାଙ୍କର ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିଛନ୍ତି । ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଶରତ କୁମାର ଏବଂ କାର୍ଯ୍ୟରତ ଥିବା ସମୟରେ ଝାରସୁଗୁଡା କୌଣସି କାମରେ ଆସିଥିବାର ତାଙ୍କର ପତ୍ନୀ ଖବର ପାଇଥିଲେ । ସେ ରାସ୍ତାରେ ସ୍ୱାମୀ ଏବଂ ସଂପର୍କକୀୟଙ୍କୁ ହଠାତ ଦେଖିଥିଲେ । ପୂର୍ବରୁ ସନ୍ଦେହ ଥିବାରୁ ସେମାନଙ୍କର ପିଛା କରିଥିଲେ ପତ୍ନୀ ଦୋଳିଆ ଦେବନାଥ ।
ଶରତ ବାବୁ ଜଣକ ଭଡାଘରକୁ ଯିବା ପରେ ସ୍ତ୍ରୀ ଦେବନାଥ ସେଠାରେ କଣ ଚାଲିଛି ବୋଲି ପଚାରିଥିଲେ ସେହିଠାରେ ଡେପୁଟି କଲେକ୍ଟର ଜଣେ ମହିଳା ଏବଂ ଅନ୍ୟ ଜଣେ ପୁରୁଷ ଥିଲେ । ପତ୍ନୀ ସେଠାରେ ସବୁ କଥା ପଚାରିବାରୁ ସେମାନଙ୍କର ସହ ଝଗଡା ହୋଇଥିଲା
ମାତ୍ର କଥା ସେତେବେଳେ ବିଗିଡିଗଲା ଯେତେବେଳେ ସେଠାକାର ସମସ୍ତେ ମିଶିକରି ପତ୍ନୀ ଦୋଳିଆ ଦେବନାଥଙ୍କୁ ମାରି ଲୌହ ଲୁହାଣ କରି ଦେଇଥିଲେ । ତେବେ କୌଶଳ କ୍ରମେ ଦେବନାଥ ଖସିଯାଇ ଝାରସୁଗୁଡା ଅଫିସରେ ପହଞ୍ଚି ମୌଖିକ ଅଭିଯୋଗ କରିବା ପରେ ପୋଲିସ ସଙ୍ଗେ ସଂଙ୍ଗେ ଜିଲ୍ଲା ମୁଖ୍ୟ ଟାକ୍ତରଖାନାକୁ ନେଇ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇଛି । ଟିକିତ୍ସାଳୟରୁ ଫେରି ପତ୍ନୀ ଦେବନାଥ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି ।
ଏହା ପୂର୍ବରୁ ଶରତ ବାଗ ବଲାଙ୍ଗୀରରେ ଅବସ୍ଥାପିତ ରହିଥିବା ସମୟରେ ସ୍ୱାମୀ ସ୍ତ୍ରୀଙ୍କ ସଂପର୍କକୁ ନେଇ କରି କୋର୍ଟରେ ମାମଲା ବିଚାରଧୀନ ରହିଛି । ତେବେ ତାଙ୍କର ପତ୍ନୀ କହିଥିଲେ କି 2016 ରେ ତାଙ୍କର ରେଷ୍ଟ୍ରି ମ୍ୟାରେଜ ହୋଇଥିଲା ବୋଲି ଏବଂ ପରେ ପରେ ତାଙ୍କର ତିନି ଜଣ ଝିଅ ମଧ୍ୟ ରହିଛନ୍ତି । ଏବେ ସେ ନିଜ ବାପା ଘର ତିଆରି କରିଛନ୍ତି ସେହିଠାରେ ରହିଛନ୍ତି ।
ଏହା ପୂର୍ବରୁ ସେ 2019 ରେ ତାଙ୍କର ସ୍ୱାମୀଙ୍କ ନାମରେ ଅଭିଯୋଗ କରିତିଲେ କି ସେ ତାଙ୍କୁ ମାରପିଟ କରୁୁଛନ୍ତି ବୋଲି ଘରେ ବହୁତ ଜିନିଷ ପତ୍ର ଭାଙ୍ଗିଛନ୍ତି ବୋଲି ମାତ୍ର ପୋଲିସ ସେହି ସମୟରେ କୌଣସି ଆକ୍ସନ ନେଇ ନଥିଲା । ତାଙ୍କର ସ୍ୱାମୀ କହିଥିଲେ କି ପୋଲିସ ମୋର କିଛି ହେଲେ ମଧ୍ୟ କରିପାରିବ ନାହିଁ କାହିଁକିଲା ପୋଲିସ ତାଙ୍କ ପକେଟରେ ରହିଛନ୍ତି ।
କାରଣ ସେ ଜଣେ ଓଏସ ଅଫିସର ସେଥିପାଇଁ ତାଙ୍କର କେହି କିଛି କରିପାରିବ ନାହିଁ । ତାଙ୍କର ସ୍ୱାମୀ ନିଜର ପଦବୀର ପାୱାର ଦେଖାଉଛନ୍ତି । ତାଙ୍କର ସ୍ତ୍ରୀ କହିଛନ୍ତି କି ତାଙ୍କୁ ନ୍ୟାୟ ମିଳୁ । ତେବେ ଜଣା ପଡିବ କି ଆଇନ କାହାର ସାଥ ହେବ ସାଧାରଣ ଜନତାର ନା ପଦବୀରେ ଥିବା ଲୋକଙ୍କର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।