Odisha News Portal

ଏବର୍ଷ ପବିତ୍ର ଦୀପାବଳି ଦିନ କାହାକୁ ବି ଭୁଲରେ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ , ନଚେତ୍ ହୋଇପାରେ ଭୟଙ୍କର ଘଟଣା….

0 5

ପାଖେଇ ଆସୁଛି ଦୀପାବଳି । ଦୀପାବଳି ଦିନ କାହାକୁ ବି ଭୁଲରେ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ମିଳିବ ଅଶୁଭ ଫଳ । ଏହାଜସହିତ ଆପଣଙ୍କର ହେବ ଘୋର ଅନିଷ୍ଠ । ତେବେ ଚାଲନ୍ତୁ ଜାଣିବା କେଉଁ ଜିନିଷ ସବୁ ଦୀପାବଳି ଦିନ ଦେବା ଅଶୁଭ ଅଟେ ।
ଚଳିତ ବର୍ଷ 14 ନଭେମ୍ବରରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ପ୍ରତ୍ୟେକ ବର୍ଷ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟା ଦିନ ପାଳିତ ହୋଇଥାଏ । ଏହି ପର୍ବକୁ ଉନ୍ନତି ତଥା ସୁଖ ସମୃଦ୍ଧିର ପର୍ବ ବୋଲି କୁହାଯାଇଥାଏ । ଦୀପାବଳିରେ ଜଣେ ଅନ୍ୟ ଜଣକୁ ଶୁଭ କାମନା ସହିତ ମିଠା ତଥା ଉପହାର ମଧ୍ୟ ଦେଇଥାନ୍ତି ।

କିନ୍ତୁ ଅନେକ ଥର ଲୋକମାନେ ଭୁଲ ବଶତଃ କିଛି ଏମିତି ଜିନିଷ ଉପହାର ଦେଇ ଦିଅନ୍ତି ଯାହାର ନକରାତ୍ମକ ପ୍ରଭାବ ଉଭୟଙ୍କ ଉପରେ ପଡିଥାଏ । ତେବେ ଶାସ୍ତ୍ରରେ କିଛି ଉପହାର କୁ ବର୍ଜିତ କରା ଯାଇଛି ତଥା ଅଶୁଭ ବୋଲି ଧରା ଯାଇଛି ।

ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁ କ୍ଷେତ୍ରରେ ଯୁଦ୍ଧ ସମୟରେ ଗୀତାର ଉପଦେଶ ଦେଇ ଜଣାଇ ଥିଲେ ଯେ , ଚିତ୍ର କାହାକୁ ଉପହାର ଦେବା ଅନୁଚିତ । ଏଥି ସହିତ ଘରର କାନ୍ଥରେ ମଧ୍ୟ ଲଗାଇବା ଅନୁଚିତ । ସବୁବେଳେ ବ୍ୟକ୍ତି ଦୀପାବଳି ସମୟରେ ଜଣେ ଅନ୍ୟ ଜଣଙ୍କୁ ଦେବାଦେବୀଙ୍କର ଚିତ୍ର ଦେଇଥାନ୍ତି । କିନ୍ତୁ ଏହି କଥା ଉପରେ ସବୁ ବେଳେ ଧ୍ୟାନ ରଖନ୍ତୁ ଯେ , ଏମିତି ଚିତ୍ର ଦିଅନ୍ତୁ ଯେଉଁଥିରେ ଦେବାଦେବୀଙ୍କର ଉଗ୍ର ସ୍ଥିତି କିମ୍ବା ଯୁଦ୍ଧ କରୁଥିବା ନଜର ନ ଆସିବେ ।


ତେବେ ଶାସ୍ତ୍ରରେ ଏମିତି ଉପହାର ଯଥା – ରାମାୟଣ , ମହାଭାରତ ଗ୍ରନ୍ଥ , ଜଙ୍ଗଲୀ ପଶୁ ଅକାଳ ତଥା ସୂର୍ଯ୍ୟସ୍ତ ଚିତ୍ରକୁ ଗିଫ୍ଟରେ ନା କାହାକୁ ଦେବା ଉଚିତ ନା କାହା ଠାରୁ ନେବା ଉଚିତ । ଦୀପାବଳିରେ ମାଁ ଲକ୍ଷ୍ମୀଙ୍କର ପ୍ରତିକ୍ଷା ସମସ୍ତେ କରିଥାନ୍ତି । ଏମିତିରେ ଯଦି କାହାକୁ ଉପହାରରେ ମାଁ ଲକ୍ଷ୍ମୀଙ୍କର ଫୋଟ ଦେଉଛନ୍ତି ତାହେଲେ ସବୁବେଳେ ବସି ଥିବା ଅବସ୍ଥାରେ ମାଁ ଲକ୍ଷ୍ମୀଙ୍କ ଫୋଟ ଦେବା ଉଚିତ ।


ଶାସ୍ତ୍ରରେ ମାଁ ଲକ୍ଷ୍ମୀଙ୍କୁ ଘରେ ବସିବା କିମ୍ବା ସ୍ଥି୍ର ସ୍ଥିତିରେ ଶୁଭ ବୋଲି ମାନା ଯାଇଥାଏ । ଗିଫ୍ଟରେ ବା ଉପହାରରେ କେବେ ବି କଣ୍ଟା ଜାତୀୟ ବୃକ୍ଷ ଦେବା ଅନୁଚିତ । ଏହାକୁ ନେବା ତଥା ଦେବାରେ ଅଶୁଭ ହୋଇଥାଏ । ତଳକୁ ଝରୁଥିବା ଝରଣା ପାଣିର ଫୋଟ ମଧ୍ୟ ଗିଫ୍ଟ କରିବା ଅନୁଚିତ ଏବଂ ଏହାକୁ ମଧ୍ୟ ଘରେ ରଖିବା ସଂମ୍ପୂର୍ଣ୍ଣ ଭାବରେ ଅନୁଚିତ ହୋଇ ଥାଏ । ତେବେ ନିଶ୍ଚିତ ଭାବରେ ଆପଣ ମାନେ ଧ୍ୟାନ ରଖନ୍ତୁ ଧୀପାବଳି ଦିନ ଯଦି କାହାକୁ ଗିଫ୍ଟ ଦେଉଛନ୍ତି, ତାହେଲେ ଏଭଳି ଉପହାର ଭୂଲରେ ବି ଦିଅନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।