ଦେଖନ୍ତୁ viral ଭିଡ଼ିଓ – ମନ୍ତ୍ରୀ ନବ ଦାସ୍ ଙ୍କୁ ଗୁଳିର ଡେମୋ ଦେଖେଇଲା ଅଭିଯୁକ୍ତ !ଏମିତି ଥିଲା ଗୁଳି ମାଡ଼ ଦେଖିଲେ ଛାତି ଥରିଉଠିବ…

ସାରା ରାଜ୍ୟରେ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଭିଯୁକ୍ତ ଏଏସଆଇ ଗୋପାଳକୁ ପୋଲିସ୍ ଗିରଫ କରିଥିବା ବେଳେ ଅଭିଯୁକ୍ତ ଗୋପାଳ ନିଜ ମୁହଁରେ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି କିନ୍ତୁ କାହିଁକି ଗୋପାଳ ନବ ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଛି ତାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ରାହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ୍। ତିନି ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍ ବର୍ତ୍ତମାନ ହତ୍ୟାର ତଦନ୍ତ କରୁଛି। ତଦନ୍ତ କାରୀ ଟିମ୍ ପାଇଁ ଏହି ମଲାଲା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି। କାରଣ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହେଉଛନ୍ତି ଜଣେ ଜନ ପ୍ରିୟ ନେତା। କେବଳ ଝାରସୁଗୁଡ଼ା କି ବରଗଡ଼ ଲୋକସଭା ନିର୍ବାଚନ କଥା ନୁହେଁ ସାରା ଓଡ଼ିଶାରେ ତାଙ୍କର ଗୋଟିଏ ନାଆଁ ଥିଲାସେ ଯେଉଁ ଭଳି ଭାବରେ ଲୋକଙ୍କ ସହିତ ମିଳାମିଶା କରୁଥିଲେ ଆଜି ସିଏ ଲୋକଙ୍କ ମନରେ ରହି ଯାଇଛନ୍ତି। ଆଉ ତାଙ୍କର ଏ ଅକାଳ ବିୟୋଗକୁ ସାରା ଓଡିଶା ସହଜରେ ଗ୍ରହଣ କରି ପାରୁ ନାହିଁ।

ତେଣୁ ତଦନ୍ତ କୁ ଜୋରଦାର କରା ଯାଇଛି।ବ୍ରଜରାଜନଗର ରେ କ୍ରାଇମ୍ ସ୍ପଟ୍ ରେ ଗୋଟିଏ ତଦନ୍ତ କାରୀ ଟିମ୍ ଖୋଳତାଡ ଆରମ୍ଭ କରିଛି। ଡିଏସପି ରମେଶ ଦୋରା ଙ୍କ ନେତୃତ୍ୱରେ ତଥ୍ୟ ପ୍ରମାଣ ଯୋଗଡ କରାଯିବ। କ୍ରାଇମ୍ ସ୍ପଟ୍ ରୁ ତଥ୍ୟ ଯୋଗାଡ କରିବା ପାଇଁ FARO 3Do ସ୍କାନରରଖା ଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ଯାଇଥିବା କାର କୁ ମଧ୍ୟ ଯାଞ୍ଚ କରୁଛି କ୍ରାଇମ୍ ବ୍ରାଞ୍ଚ ଟିମ। ଘଟଣା ସ୍ଥଳରେ ନିକଟସ୍ଥ ସିସି ଟିଭି ଫୁଟେଜ ମଧ୍ୟ ଯାଞ୍ଚ କରା ଯାଇଛି।

ଏହା ସହିତ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ବ୍ରହ୍ମପୁର ଆଉ ଏକ ଟିମ୍ ତଦନ୍ତ ଜାରି ରଖିଛି। ଏଏସଆଇ ଗୋପାଳ ଦାସ ଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚାର ଉଚରା କରିବ ତଦନ୍ତ କାରୀ ଟିମ। ଗ୍ରାମ ବାସୀ ଙ୍କୁ ମଧ୍ୟ ଏ ନେଇ ପଚରା ଉଚରା କରିପାରେ ଟିମ୍। ଡିଏସପି ବାସୁଦେବ ଭୂୟାଁଙ୍କ ନେତୃତ୍ୱରେ ୮ ଜଣିଆ ତୃତୀୟ ଟିମ୍ଗଠନ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତ ଯାଞ୍ଚ ଓ ସାକ୍ଷ୍ୟ ଗ୍ରହଣ ରେ ସହଯୋଗ କରୁଛି ତୃତୀୟ ଟିମ୍।

ତେବେ ସବୁଠାରୁ ବଡ଼ କଥା ହେଉଛି କି ଗୋପାଳ ଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ୍।ଜେରା ପରେ ଅନେକ ସତ ସାମ୍ନା କୁ ଆସିପାରେ ବୋଲି ଚର୍ଚ୍ଚା ଚାଲିଛି। ହତ୍ୟାର ଅନେକ କାରଣ ଓ ରହସ୍ୟ କ୍ରାଇମବ୍ରାଞ୍ଚ ଭେଦ କରିବ ବୋଲି ଲକ୍ଷ ରଖିଛି। ଗୋପାଳ ମୁଁହ ରୁ ଗୋଟି ଗୋଟି କରି ସତ୍ୟ ବାହାର କରିବ। ଏବଂ ଗୋପାଳ କୁ କ୍ରାଇମବ୍ରାଞ୍ଚ୍ ଟିମ୍ ନେଇ କ୍ରାଇମ୍ ସ୍ପଟ୍ କୁ ମଧ୍ୟ ଯିବ। ଏବଂ ସିନ ରି କ୍ରିଏଟ କରା ଯିବା ନେଇ ମଧ୍ୟ ସୂଚନା ମିଳିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment